Louder Speaker Banned: ଏଣିକି ଧାର୍ମିକ ଓ ସାର୍ବଜନୀକ ସ୍ଥାନରେ ବାଜିବନି ଲାଉଡ଼ ସ୍ପିକର୍
Advertisement
Article Detail0/zeeodisha/odisha2009893

Louder Speaker Banned: ଏଣିକି ଧାର୍ମିକ ଓ ସାର୍ବଜନୀକ ସ୍ଥାନରେ ବାଜିବନି ଲାଉଡ଼ ସ୍ପିକର୍

Louder Speaker Banned: ଏଣିକି ମଧ୍ଯପ୍ରଦେଶରେ (Madhya Pradesh) ଚାଲିବନି ଲାଉଡ଼ ସ୍ପିକର୍ (Louder Speaker) । ରାଜ୍ୟର ମୁଖ୍ୟମନ୍ତ୍ରୀ (Chief Minister) ଭାବେ ମଙ୍ଗ ଧରିବା ପରେ ଏହିପରି ନିର୍ଦ୍ଦେଶ ଦେଇଛନ୍ତି ମୋହନ ଯାଦବ (Mohan Yadav) ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ମଧ୍ଯପ୍ରଦେଶରେ ଆରମ୍ଭ ହୋଇଛି ମୋହନ ସରକାର । ବୁଧବାର ଦିନ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ (Mohan Yadav) । ସେହିପରି ଉପମୁଖ୍ୟମନ୍ତ୍ରୀ ପଦବୀରେ ବସିଛନ୍ତି ରାଜେନ୍ଦ୍ର ଶୁକ୍ଲା (Rajendra Shukla) ଓ ଜବଦୀଶ ଦେଓଡା (Jagdish Devda) । ଭୋପାଳର ମୋତିଲାଲ ନେହେରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi), ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା (Amit Shah), ବିଜେପି ସଭାପତି ଜେପୀ ନଡ୍ଡା (J.P Nadda) ଉପସ୍ଥିତ ରହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଯାଦବ ଲାଉଡ଼ ସ୍ପିକର ଉପରେ ପ୍ରତିବନ୍ଧକ (Louder Speaker Banned) ଲଗାଇଛନ୍ତି । ତାଙ୍କ ଆଦେଶ ମୁତାବକ, ଧାର୍ମିକ ଓ ସାର୍ବଜନିକ ସ୍ଥଳୀରେ ଲାଉଡ୍‌ ସ୍ପିକର ବାଜିପାରିବ ନାହିଁ। ଏହି ଆଦେଶ ପାଇଁ ସୁପ୍ରିମ୍‌କୋର୍ଟଙ୍କ (Supreme Court) ଗାଇଡ୍‌ଲାଇନକୁ ଦର୍ଶାଯାଇଛି।

ଏହା ବି ପଢନ୍ତୁ-Parliament Security Breach: ମୋବାଇଲ୍‍ ନେଇ ଜଣେ ଆରୋପୀ ଫେରାର, ଆଜି ପ୍ରଭାବିତ ହେବ ୯ମ ଦିନ

ପ୍ରକାଶ ଥାଉ କି, ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ (Akhil Bharatiya Vidyarthi Parishad) ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଛାରେ ସାମିଲ ହୋଇଥିଲେ । ଉଜ୍ଜୟୀନ ଦକ୍ଷିଣର ବିଧାୟକ ତଥା ଶିବରାଜ ସରକାରରେ (Shivraj Sarkar) ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ କାମ କରିଥିବା ବେଳେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି।