Lulu Mall: ପୁଣି ବିବାଦକୁ ଆସିଲା ଲକ୍ଷ୍ନୌ ଲୁଲୁ ମଲ୍, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1338746

Lulu Mall: ପୁଣି ବିବାଦକୁ ଆସିଲା ଲକ୍ଷ୍ନୌ ଲୁଲୁ ମଲ୍, ଜାଣନ୍ତୁ କାରଣ


Lucknow Lulu Mall: ଗତ ଜୁଲାଇ ୧୦ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଧାନୀ ଲକ୍ଷ୍ନୌ ଠାରେ ଲୁଲୁ ମଲ୍ ର ଉଦଘାଟନ କରିଥିଲେ। ପ୍ରାୟ ୨୨ ଲକ୍ଷ ବର୍ଗଫୁଟ ଉପରେ ନିର୍ମିତ ଏହି ମଲ୍ ଜୁଲାଇ ୧୧ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା। ଗଲ୍ଫ ସିଟି, ଅମର ଶହୀଦ ପଥରେ ଏହି ମଲ ଅବସ୍ଥିତ।

Lulu Mall: ପୁଣି ବିବାଦକୁ ଆସିଲା ଲକ୍ଷ୍ନୌ ଲୁଲୁ ମଲ୍, ଜାଣନ୍ତୁ କାରଣ

Lucknow Lulu Mall: ପୁଣି ଥରେ ବିବାଦ ଘେରକୁ ଆସିଛି ଲକ୍ଷ୍ନୌ ଲୁଲୁ ମଲ। ଗଲ୍ଫ ସିଟିସ୍ଥିତ ଅମର ସହିଦ ପଥରେ ଅବସ୍ଥିତ ଏହି ମଲ ପରିସରରେ ପୁନର୍ବାର ପଢାଯାଇଛି ନମାଜ। ଲୁଲୁ ମଲ ପରିସରରେ ନମାଜ ପଢୁଥିବାର ଜଣେ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି ହେଉଛି। ମାତ୍ର ଏହି ଭିଡିଓ କେତେ ସତ କେତେ ମିଛି ତାହା ନିଶ୍ଚିତ କରାଯାଇ ନାହିଁ।

ଚଳିତ ବର୍ଷ ଜୁଲାଇରେ ଖୋଲାଯାଇଥିବା ଏହି ମଲ୍ ପରିସରରେ ପୂର୍ବରୁ ମଧ୍ୟ ନମାଜ ପଢାଯାଇଥିଲା। ମଲ୍ ଖୋଲିବାର ୨ ଦିନ ପରେ ସୋସିଆଲ ମିଡିଆ ଯୋଗେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ କିଛି ଲୋକଙ୍କୁ ନମାଜ ପଢୁଥିବାର ଦେଖାଯାଇଥିଲା। ସେମାନେ ମଲ୍‌ ସପିଂ ଅଞ୍ଚଳରେ ଏକ ଖୋଲା ସ୍ଥାନରେ ନମାଜ ପଢୁଥିବାର ଦେଖାଯାଇଥିଲା। 

ମଲ ପରିସରରେ ନମାଜ ପଢିବା ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ସେହି ସମସ୍ତ ୪ ଜଣ ନାମାଜୀ, ଯେଉଁମାନେ ନମାଜ ପଢୁଥିଲେ ସେମାନେ ସମସ୍ତେ ମୁସଲମାନ ଥିଲେ। ସେମାନେ ହେଉଛନ୍ତି ମହମ୍ମଦ ରେହାନ, ଆଟିଫ ଖାନ ଏବଂ ଭାଇ ମହମ୍ମଦ ଲୁକମାନ ଏବଂ ମହମ୍ମଦ ନୋମାନ।  ଗିରଫ ହୋଇଥିବା ଲକ୍ଷ୍ନୌ ଇନ୍ଦିରା ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଥିଲା।  

Also Read: Lucknow Lulu Mall: ମଲ୍ ମଧ୍ୟରେ ପଢାଗଲା ନମାଜ, ଭିଡି଼ଓ ଭାଇାରଲ ପରେ ଉଠିଲା ପ୍ରଶ୍ନ

ଉଦଘାଟନ ପରେ ହଠାତ ବିବାଦ ଘେରକୁ ଆସିଯାଇଥିଲା ଲକ୍ଷ୍ନୌ ଲୁଲୁ ମଲ୍ (Lucknow Lulu Mall)। ସେତେବେଳେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମଲ ପରିସରରେ ନମାଜ ପଢା ଯାଉଥିବାର ଦେଖିବାକୁ ମିଳିଛି। ଭାଇରାଲ ଭିଡି଼ଓ ରେ ଏହା ଦେଖିବାକୁ ମିଳିଛି କିଛି ଲୋକ ଭୂମି ଉପରେ ବସି ନମାଜ ପଢୁଛନ୍ତି। ଭିଡିଓ ଭାଇରାଲ ହେବା ସହିତ ଏକ ମଲ ପରିସରରେ ଧାର୍ମିକ କାର୍ଯ୍ୟକଳାପ କିପରି କରାଯାଇପାରିବ ସେନେଇ ପ୍ରଶ୍ନ ଉଠିଥିଲା। ଏପରିକି ହିନ୍ଦୁ ସଙ୍ଗଠନ ପକ୍ଷରୁ ନମାଜ ପଢିବା ଉପରେ ପ୍ରଶ୍ନ ଉଠା ଯାଇଥିଲା।

ଏନେଇ ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଛି ଲୁଲୁ ମଲ୍ ମଧ୍ୟ ଅତୀତରେ ମଧ୍ୟରେ ଏଭଳି ବିବାଦ ଘେରରେ ରହିସାରିଛି। ହିନ୍ଦୁ ସଙ୍ଗଠନ ନେତା ଶିଶିର ଚତୁର୍ବେଦୀ କହିଛନ୍ତି ଯେ ଲୁଲୁ ମଲ୍ ବର୍ତ୍ତମାନ ଏହାର ପ୍ରକୃତ ରଙ୍ଗ ଦେଖାଉଛି। ଏଭଳି କାରନାମା ପାଇଁ ଏହି ମଲ୍ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ଉତ୍ତର ପ୍ରଦେଶର ମଧ୍ୟ ସମାନ କାର୍ଯ୍ୟ କରୁଛି। ମସଜିଦ ଭାବରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ମଲ୍ ଉପରେ ହିନ୍ଦୁ ମହାସଭା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ନମାଜ ପଢିବାକୁ ନେଇ ସୃଷ୍ଟି ବିବାଦ ମାମଲାରେ ଲୁଲୁ ମଲ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏନେଇ କୁହାଯାଇଛି ଭାଇରାଲ ଭିଡିଓ ବାବଦରେ ଆମ ପାଖରେ କୌଣସି ଖବର ନାହିଁ। ଆମେ ସେହି ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଆମେ ମଲ୍ ଭିତରେ ନମାଜ ପଢିବାକୁ ଅନୁମତି ଦେଉନାହୁଁ।

ଗତ ଜୁଲାଇ ୧୦ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଧାନୀ ଲକ୍ଷ୍ନୌ ଠାରେ ଲୁଲୁ ମଲ୍ ର ଉଦଘାଟନ କରିଥିଲେ। ପ୍ରାୟ ୨୨ ଲକ୍ଷ ବର୍ଗଫୁଟ ଉପରେ ନିର୍ମିତ ଏହି ମଲ୍ ଜୁଲାଇ ୧୧ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା। ଗଲ୍ଫ ସିଟି, ଅମର ଶହୀଦ ପଥରେ ଅବସ୍ଥିତ ଏହି ମଲରେ ଲୁଲୁ ହାଇପର ମାର୍କେଟ, ଲୁଲୁ ଫ୍ୟାଶନ ଷ୍ଟୋର୍ ଏବଂ ଲୁଲୁ କନେକ୍ଟ ଭଳି ଦେଶର କେତେକ ବଡ ବ୍ରାଣ୍ଡ ରହିଛି। ରାଜଧାନୀ ଲକ୍ଷ୍ନୌ ଠାରେ ଅବସ୍ଥିତ ଏହି ମଲ ପରିସରରେ ୧୫ ରେସ୍ତୁରାଁ, ୨୫ ବ୍ରାଣ୍ଡ ଆଉଟଲେଟ୍ ସୁବିଧା ରହିଥିବା ଫୁଡ କୋର୍ଟ ସହ ୧୬୦୦ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି।  ଅଳଙ୍କାର, ଫ୍ୟାଶନ୍ ଏବଂ ପ୍ରିମିୟମ୍ ୱାଚ୍ ବ୍ରାଣ୍ଡ ସହିତ ଏଠାରେ ଏକ ବିବାହ ସପିଂ ସେଣ୍ଟର ରହିଛି।