Queen Elizabeth II: ସ୍କଟଲାଣ୍ଡରେ ରାଣୀ ଏଲିଜାବେଥ-IIଙ୍କ ନିଧନ, ଜାଣନ୍ତୁ, ଏବେ କିଏ ସମ୍ଭାଳିବେ ବ୍ରିଟିଶ ସମ୍ରାଜ୍ୟ?
Advertisement

Queen Elizabeth II: ସ୍କଟଲାଣ୍ଡରେ ରାଣୀ ଏଲିଜାବେଥ-IIଙ୍କ ନିଧନ, ଜାଣନ୍ତୁ, ଏବେ କିଏ ସମ୍ଭାଳିବେ ବ୍ରିଟିଶ ସମ୍ରାଜ୍ୟ?

 Queen Elizabeth II: କିଛି ଦିନ ହେଲା ବ୍ରିଟେନର ରାଣୀ ଏଲିଜାବେଥଙ୍କ (Queen Elizabeth) ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତରମାନେ ବହୁତ ଚିନ୍ତିତ ଥିଲେ । ୯୬ ବର୍ଷୀୟ ରାଣୀଙ୍କୁ ଭେଟିବା ପାଇଁ ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ (Liz Truss), ସ୍କଟଲ୍ୟାଣ୍ଡର ଆବର୍ଡିନସାୟାରର ବାଲମୋରାଲ ଦୁର୍ଗର ବାସଭବନରେ ପହଞ୍ଚିଥିଲେ । 

 Queen Elizabeth II: ସ୍କଟଲାଣ୍ଡରେ ରାଣୀ ଏଲିଜାବେଥ-IIଙ୍କ ନିଧନ, ଜାଣନ୍ତୁ, ଏବେ କିଏ ସମ୍ଭାଳିବେ ବ୍ରିଟିଶ ସମ୍ରାଜ୍ୟ?

 Queen Elizabeth II, ଲଣ୍ଡନ: ଆଉ ନାହାନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ। ରାଣୀଙ୍କ ପରଲୋକ ହୋଇଥିବା ନେଇ ଗୁରୁବାର ସନ୍ଧ୍ୟାରେ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶୁକ୍ରବାର ତାଙ୍କ ପାର୍ଥିବ ଶରୀରକୁ ଲଣ୍ଡନ ଆଣଯିବ । ମହାରଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ସବୁଠାରୁ ଲମ୍ବା ସମୟ ଧରି ଶାସକ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ରାଣୀ ଏଲିଜାବେଥ ଦ୍ୱତୀୟ ୧୯୫୨ରୁ ୨୦୨୨ ଯାଏ (୭୦ ବର୍ଷ ୨୧୪ ଦିନ) ଦେଶର ଶାସନ କ୍ଷମତା ସମ୍ଭାଳିଥିଲେ ।

କିଛି ଦିନ ହେଲା ବ୍ରିଟେନର ରାଣୀ ଏଲିଜାବେଥଙ୍କ (Queen Elizabeth) ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତରମାନେ ବହୁତ ଚିନ୍ତିତ ଥିଲେ । ୯୬ ବର୍ଷୀୟ ରାଣୀଙ୍କୁ ଭେଟିବା ପାଇଁ ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ (Liz Truss), ସ୍କଟଲ୍ୟାଣ୍ଡର ଆବର୍ଡିନସାୟାରର ବାଲମୋରାଲ ଦୁର୍ଗର ବାସଭବନରେ ପହଞ୍ଚିଥିଲେ । ରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଓ ନାତି ପ୍ରିନ୍ସ ୱିଲିୟମ୍ ମଧ୍ୟ ସେଠାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଖବର ପରେ ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ଶୁକ୍ରବାର ରାଣୀଙ୍କ ପାର୍ଥୀବ ଶରୀରକୁ ଲଣ୍ଡନ ଅଣାଯିବ । ତେବେ ଆସନ୍ତା ୧୫ ଦିନ ବ୍ରିଟେନବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । 

Also Read: ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ...

ଲଣ୍ଡନରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବ । ଆସନ୍ତା ଦଶ ଦିନ ବ୍ରିଟେନରେ ରାଜନୈତିକ କାର୍ଯ୍ୟକଳାପ ବନ୍ଦ ରହିବ । ନୂଆ ରାଜାଙ୍କ ରାଜ୍ୟାଭିଷେକ ହେବ । ରାଣୀଙ୍କର ଚରି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ଯୁବରାଜ ଚାର୍ଲସ ସବୁଠାରୁ ବଡ। ତେଣୁ ପୁରାତନ ପ୍ରଥା ଅନୁସାରେ ୭୩ ବର୍ଷିୟ ଯୁବରାଜ ଚାର୍ଲସଙ୍କୁ ବ୍ରିଟେନର ପରବର୍ତ୍ତୀ ରାଜା ହେବେ । ଚାର୍ଲସଙ୍କ ପତ୍ନି କାମେଲାଙ୍କୁ ରାଣୀ ଉପାଧି ମିଳିବ ଏବଂ ସେ କୋହିନୂର ହୀରା ଖଚିତ ମୁକୁଟ ପିନ୍ଧିବେ । ତବେ ରାଜା ହେବା ପରେ ଚାର୍ଲସଙ୍କ ଆଗରେ ଏକ ବଡ ଆହ୍ୱାନ ରହିଛି । ବର୍ତ୍ତମାନ ସ୍କଟଲାଣ୍ଡ ସ୍ୱାଧିନତା ଦାବି କରୁଛି । ଆଉ ୟୁରୋପୀୟ ସଙ୍ଘରୁ ବାହାରିବା ପରେ ବ୍ରିଟେନ ଅନିଶ୍ଚିତା ଦେଇ ଗତି କରୁଛି। 

ଗତ ଫେବୃଆରୀରେ ରାଣୀ ଏଲିଜାବେଥ ଦ୍ୱିତୀୟ ନିଜ ଶାସନର ୭୦ ବର୍ଷ ପୂରଣ କରିଥିଲେ । ତାଙ୍କ ପିତା ସମ୍ରାଟ ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ସେ ୬ ଫେବୃଆରୀ ୧୯୫୨ରେ ବ୍ରିଟିଶ ସିଂହାସନ ଆରୋହଣ କରିଥିଲେ । ୧୯୬୧ ମସିହାରେ ମହାରାଣୀ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍ (ଡ୍ୟୁକ୍ ଅଫ୍ ଏଡିନବର୍ଗ) ଙ୍କ ସହ ଭାରତ ଗସ୍ତ କରିଥିଲେ । ଗତ ବର୍ଷ ଫିଲିପଙ୍କ ଦେହାନ୍ତ ହୋଇଥିଲା । ରାଣୀ ଏଲିଜାବେଥ ଦ୍ୱିତୀୟ ୯୬ ବର୍ଷ ବୟସରେ ସିଂହାସନରେ ଦୀର୍ଘତମ ରାଜତ୍ୱ ପାଇଁ ରେକର୍ଡ ରଖିଛନ୍ତି । ରାଣୀଙ୍କ ପରେ, ଏହି ରାଜ ପରିବାରର ପ୍ରାୟ ୨୨ ଜଣ ସଦସ୍ୟ ଏହି ବ୍ରିଟିନର ଉତ୍ତରାଧିକାରୀ ପାଇଁ ରେସରେ ଅଛନ୍ତି । ତେବେ, ନିୟମ ଅନୁଯାୟୀ ରାଜ ପରିବାରର ବରିଷ୍ଠ ସଦସ୍ୟଙ୍କ ହାତରେ କ୍ଷମତା ରହିଥାଏ, କିନ୍ତୁ ଏହି ବରିଷ୍ଠତା ଆଦେଶ ବୟସ ଅନୁଯାୟୀ ନୁହେଁ, ଉତ୍ତରାଧିକାରୀ ଦ୍ୱାରା ନିର୍ଣ୍ଣୟ କରାଯାଏ ।