ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି
Advertisement

ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

Lok Sabha Elections 2024: ଗୋଟିଏ ପଟେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ଗସ୍ତରେ ଥିବାବେଳେ ଅନ୍ୟପକ୍ଷରେ ଟିଆରଏସ ମୁଖ୍ୟ (TRS Chief) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) କେ ଚନ୍ଦ୍ରଶେଖର ରାଓ (K Chandrasekhar Rao) ସାଧାରଣ ନିର୍ବାଚନ ପାଇଁ ଏକ ବଡ଼ ପ୍ରତିଶୃତି ଘୋଷଣା କରିସାରିଛନ୍ତି । 

ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

ନୂଆଦିଲ୍ଲୀ: Lok Sabha Elections 2024: ପାଖେଇ ଆସୁଛି ଲୋକସଭା ନିର୍ବାଚନ ୨୦୨୪ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ଅନ୍ତର୍ଗତ ଦଳଗୁଡ଼ିକ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଗୋଟିଏ ପଟେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ଗସ୍ତରେ ଥିବାବେଳେ ଅନ୍ୟପକ୍ଷରେ ଟିଆରଏସ ମୁଖ୍ୟ (TRS Chief) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) କେ ଚନ୍ଦ୍ରଶେଖର ରାଓ (K Chandrasekhar Rao) ସାଧାରଣ ନିର୍ବାଚନ ପାଇଁ ଏକ ବଡ଼ ପ୍ରତିଶୃତି ଘୋଷଣା କରିସାରିଛନ୍ତି । 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରାଓ ସୋମବାର ଘୋଷଣା କରିଛନ୍ତି ଯେ, ଯଦି ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ରେ ଅଣ-ବିଜେପି ସରକାର କ୍ଷମତାକୁ ଆସନ୍ତି ତେବେ ଦେଶର ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଓ ଜଳ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ରାଓ ନିଜାମାବାଦରେ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନେତୃତ୍ୱାଧୀନ ସରକାର କୃଷକମାନଙ୍କୁ କ୍ଷେତରେ ପମ୍ପ କେନ୍ଦ୍ରରେ ମିଟର ଲଗାଇବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେସିଆର (KCR) କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପରେ ଏହି ଦେଶର ସମସ୍ତ କୃଷକ ଅଣ-ବିଜେପି ପତାକା ଉଡ଼ାଇବେ । ଆମେ ଏହି ଗରିବ ବିରୋଧୀ, କୃଷକ ବିରୋଧୀ, ଶ୍ରମିକ ବିରୋଧୀ ସରକାରକୁ କେନ୍ଦ୍ରରୁ ବେଦଖଳ କରିବୁ ଓ ଆମର ନିଜ ସରକାର ମଧ୍ୟ ଜାତୀୟ ସ୍ତରରେ କ୍ଷମତାକୁ ଆସିବ । ମୁଁ ଦେଶର କୃଷକମାନଙ୍କୁ ଏକ ଖୁସି ଖବର ଦେଉଛି ଯେ ଯଦି ଆପଣ ଅଣ ବିଜେପି ସରକାର ଚୟନ କରନ୍ତି ତେବେ ତେଲେଙ୍ଗାନା ପରି ସମଗ୍ର ଦେଶର ଚାଷୀ (Farmers) ଙ୍କୁ ମାଗଣା ବିଦ୍ୟୁତ୍ ଓ ଜଳ ଦିଆଯିବ ।

ସେ ଆଗକୁ କହିଛନ୍ତି ଯେ, ଏହି ଦେଶରେ ଏପରି କୌଣସି ରାଜ୍ୟ ନାହିଁ ଯେଉଁଠି ଚାଷୀଙ୍କ ସମେତ ସମସ୍ତଙ୍କୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଇଥାଏ । ତେଲେଙ୍ଗାନା ମଧ୍ୟ ଏକମାତ୍ର ରାଜ୍ୟ ଯାହା ପ୍ରତ୍ୟେକ ଦଲିତ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥାଏ । ଏନଡିଏ ସରକାରକୁ ଟାର୍ଗେଟ କରି ସେ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ସାର, ଡିଜେଲ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି କୃଷକମାନଙ୍କ ପାଇଁ କୃଷି କାର୍ଯ୍ୟକୁ କଷ୍ଟସାଧ୍ୟ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା କୃଷି ଜମି ଛଡ଼ାଇ କର୍ପୋରେଟରମାନଙ୍କୁ ହସ୍ତାନ୍ତର କରାଯାଇପାରିବ ।

କେସିଆର ନାମରେ ଜଣାଶୁଣା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଏନପିଏ ନାମରେ ୧୨ ଲକ୍ଷ କୋଟି ଟଙ୍କାର ଋଣକୁ ଛାଡ଼ କରିଦେଇଛନ୍ତି । ଅନ୍ୟପଟେ ଦେଶର ସମସ୍ତ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଓ ଜଳ ଯୋଗାଇବାକୁ ସେମାନେ ପ୍ରସ୍ତୁତ ନାହାଁନ୍ତି, ଯେଉଁଥି ପାଇଁ କେବଳ ୧.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । 

ଏହା ବି ପଢ଼ନ୍ତୁ:-୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ନୂଆ ଫର୍ମୂଲା ଆଧାରରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ମୋଦି ସରକାର ଦେଲେ ବହୁତ ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ଡାକଘର ଗ୍ରାହକଙ୍କ ପାଇଁ ଖୁସି ଖବର, କେବଳ ୧୫୦୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କେମିତି?

 

କେସିଆର ଜନତାଙ୍କୁ ପଚାରିଛନ୍ତି ଯେ, ତାଙ୍କୁ କ'ଣ ଜାତୀୟ ରାଜନୀତିରେ ପ୍ରବେଶ କରିବା ଆବଶ୍ୟକ? ଏହି ପ୍ରଶ୍ନର ଉତ୍ତରରେ ଲୋକଙ୍କ ସମର୍ଥନରେ ସେ କହିଛନ୍ତି ଯେ ଦେଶ ପାଇଁ ଲଢ଼େଇ ତେଲେଙ୍ଗାନାରୁ ଆରମ୍ଭ ହେବା ଆବଶ୍ୟକ । ଦେଶରେ ଏପରି ସରକାରର ଆବଶ୍ୟକତା ନାହିଁ ଯିଏ ବିରୋଧୀ ଦଳଗୁଡ଼ିକୁ ବିଭାଜନ କରେ ଏବଂ ସରକାରଙ୍କୁ ଭାଙ୍ଗିବା ପାଇଁ ଗୋରୁ ଗାଈ ପରେ ବିଧାୟକ କିଣେ ।