ପୁଣି ଲାଗିବ ଲକଡାଉନ୍? ରାଜଧାନୀରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି
Advertisement

ପୁଣି ଲାଗିବ ଲକଡାଉନ୍? ରାଜଧାନୀରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

Coronavirus in Delhi: ଗୋୟଲ କହିଛନ୍ତି ଯେ ହୋଲସେଲରମାନେ ରକ୍ଷା ବନ୍ଧନ, ସ୍ୱାଧୀନତା ଦିବସ, ଜନ୍ମାଷ୍ଟମୀ, ନବରାତ୍ରୀ, ଦଶହରା ଏବଂ ଦୀପାବଳୀ ଭଳି ଉତ୍ସବ ପାଇଁ ନିର୍ମାତାମାନଙ୍କୁ ଅର୍ଡର ଦେବା ଆରମ୍ଭ କରିଛନ୍ତି । ଏହା ବ୍ୟତୀତ, ସେମାନଙ୍କର କୋଭିଡ -19 ଟିକାକରଣ ଓ ବୁଷ୍ଟର ଡୋଜ ଠିକ୍ ସମୟରେ କରିବାକୁ CTI ସମସ୍ତଙ୍କୁ ନିବେଦନ କରିଛି । 

ପୁଣି ଲାଗିବ ଲକଡାଉନ୍? ରାଜଧାନୀରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ନୂଆଦିଲ୍ଲୀ: Coronavirus in Delhi: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କୋରୋନା (COVID-19) ମାମଲା ପୁଣି ଥରେ ବ୍ୟବସାୟୀଙ୍କ ମନରେ ଲକଡାଉନ (Lockdown) ଓ ପ୍ରତିବନ୍ଧକକୁ ନେଇ ଭୟ ସୃଷ୍ଟି କରିଛି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI) ଦିଲ୍ଲୀ ସରକାର (Delhi Govt) ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା (VK Saxena) ଙ୍କୁ ଭବିଷ୍ୟତରେ COVID ଗାଇଡଲାଇନ୍ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରତିବନ୍ଧକ ନ ଲଗାଇବାକୁ ନିବେଦନ କରିଛି । 

ରାଜଧାନୀରେ କୋରୋନା ଭୂତାଣୁ ମାମଲା ବୃଦ୍ଧି ଯୋଗୁଁ ବ୍ୟବସାୟୀଙ୍କ ଉପରେ ଭାଇରସ୍ ସମ୍ବନ୍ଧୀୟ ପ୍ରତିବନ୍ଧକ ଲାଗୁ ହେବ, ଯାହା ବ୍ୟବସାୟିକ କ୍ଷତି ଘଟାଇବ ବୋଲି ଚିନ୍ତିତ ଥିବାରୁ ସିଟିଆଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) କୁ ମଧ୍ୟ ଚିଠି ଲେଖିଛି । ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଓ ଅଧ୍ୟକ୍ଷ ସୁଭାଷ ଚାନ୍ଦେଲୱାଲ କହିଛନ୍ତି ଯେ, ସେମାନଙ୍କୁ ବିଭିନ୍ନ କ୍ଷେତ୍ର ଓ ବ୍ୟବସାୟିକ ଅନୁଷ୍ଠାନରୁ କଲ୍ ଆସୁଛି । ସମସ୍ତ କ୍ଷେତ୍ରର ବ୍ୟବସାୟୀମାନେ ଆଗାମୀ  ପାର୍ବଣ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ କୌଣସି ପ୍ରତିବନ୍ଧକ ସେମାନଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ସେମାନେ ଚିନ୍ତାରେ ଅଛନ୍ତି । କଳାକାର, ଗାୟକ, ଅଭିନେତା, ଷ୍ଟଲ୍, ସୁଇଙ୍ଗ୍, ଆଲୋକ, ଧ୍ୱନି, ତମ୍ବୁ ଏବଂ ରାମଲିଲା ସହିତ ଜଡିତ ବ୍ୟକ୍ତିମାନେ ବର୍ଷସାରା ଅପେକ୍ଷା କରନ୍ତି ।

ଗୋୟଲ କହିଛନ୍ତି ଯେ ହୋଲସେଲରମାନେ ରକ୍ଷା ବନ୍ଧନ, ସ୍ୱାଧୀନତା ଦିବସ, ଜନ୍ମାଷ୍ଟମୀ, ନବରାତ୍ରୀ, ଦଶହରା ଏବଂ ଦୀପାବଳୀ ଭଳି ଉତ୍ସବ ପାଇଁ ନିର୍ମାତାମାନଙ୍କୁ ଅର୍ଡର ଦେବା ଆରମ୍ଭ କରିଛନ୍ତି । ଏହା ବ୍ୟତୀତ, ସେମାନଙ୍କର କୋଭିଡ -19 ଟିକାକରଣ ଓ ବୁଷ୍ଟର ଡୋଜ ଠିକ୍ ସମୟରେ କରିବାକୁ CTI ସମସ୍ତଙ୍କୁ ନିବେଦନ କରିଛି । ଜନସାଧାରଣ ମଧ୍ୟ କୋରୋନା ପ୍ରୋଟୋକଲ୍ ବଜାୟ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଆପଣ ଖୁସି ନୁହଁନ୍ତି କି, ତେବେ କେମିତି କରିବେ ପରିବର୍ତ୍ତନ; ଜାଣନ୍ତୁ ପୂରା ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-ଆଧାରକୁ ଭୋଟର ପରିଚୟ ପତ୍ର ସହିତ ଲିଙ୍କ୍ କରିବା କାହିଁକି ଆବଶ୍ୟକ, ଜାଣି ନିଅନ୍ତୁ ନଚେତ୍ ହେବ ବଡ଼ ସମସ୍ୟା!

ଏହା ବି ପଢ଼ନ୍ତୁ:-ଏ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଫ୍ୟାନ୍! ପୂରା ଶରୀରରେ ମୁଖ୍ୟମନ୍ତ୍ରୀଙ୍କ ଟାଟୁ, ଜାଣନ୍ତୁ ତାଙ୍କ ବିଷୟରେ...

 

ସେପଟେ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଶୁକ୍ରବାର ଗତ ୬ ମାସ ମଧ୍ୟରେ ସର୍ବାଧିକ ୧୨.୯୫ ପଜିଟିଭ ରେଟ୍ ସହ ୨,୪୧୯ କୋରୋନା ମାମଲା ରେକର୍ଡ କରାଯାଇଥିଲା । ଏହାସହ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ସେହିପରି ରବିବାର ରାଜଧାନୀରେ ୨,୪୨୩ ନୂତନ କୋରୋନା ମାମଲା ରେକର୍ଡ କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୪.୯୭ ରହିଛି । ଯାହା ଜାନୁୟାରୀ ୨୨ ଠାରୁ ସର୍ବାଧିକ । କୋରୋନା ଯୋଗୁଁ ରବିବାର ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଜାନୁଆରୀ ୨୨ରେ ପଜିଟିଭ ରେଟ୍ ୧୬.୪ ପ୍ରତିଶତ ଥିଲା ।