Liz Truss Resigns: ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟ୍ରସ୍, ୪୫ ଦିନ ପୂର୍ବରୁ ସମ୍ଭାଳିଥିଲେ ଚୌକି
Advertisement

Liz Truss Resigns: ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟ୍ରସ୍, ୪୫ ଦିନ ପୂର୍ବରୁ ସମ୍ଭାଳିଥିଲେ ଚୌକି

Liz Truss Resigns: ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ କାର୍ଯ୍ୟଭାର ଗ୍ରହଣ କରିବାର ୪୫ ଦିନ ପରେ ଇସ୍ତଫା ଦେଇଛନ୍ତି । ବୁଧବାର ଦିନ ଅର୍ଥାତ ଗୋଟିଏ ଦିନ ପୂର୍ବରୁ ବ୍ରିଟେନର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ ଇସ୍ତଫା ଦେଇଥିଲେ ।

ସୌ: ସୋସିଆଲ ମିଡିଆ

Liz Truss Resigns: ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ (Liz Truss) ଇସ୍ତଫା ଦେଇଛନ୍ତି, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ନିଜ କାର୍ଯ୍ୟାଳୟରେ ରହିବେ । ସେ କହିଛନ୍ତି ଯେ ମୁଁ ତାହା କରିପାରିବି ନାହିଁ, ଯାହା ଆଧାରରେ ମୋତେ କଞ୍ଜରଭେଟିଭ ପାର୍ଟି (Conservative Party) ମନୋନୀତ କରିଥିଲା । ଟ୍ରସ୍ କହିଛନ୍ତି ଯେ ଏକ ସମୟରେ ମୁଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲି ଯେତେବେଳେ ଦେଶ ଏକ ବଡ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲା ।

ଟ୍ରସ୍ ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ରହିଲେ । କୌଣସି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଏହା ସବୁଠାରୁ କମ୍ କାର୍ଯ୍ୟକାଳ । ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ଅର୍ଥନୀତିର ଅବ୍ୟବସ୍ଥା ଯୋଗୁଁ ତାଙ୍କ ଦଳରେ ଅଶାନ୍ତ ବାତାବରଣ ଦେଖା ଦେଇଥିଲା । ଟ୍ରସ୍ କ୍ୟାବିନେଟରେ ଗତ ଏକ ସପ୍ତାହ ମଧ୍ୟରେ ଦୁଇ ଜଣ ମନ୍ତ୍ରୀ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ୱେଷ୍ଟମିନିଷ୍ଟରରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଞ୍ଜରଭେଟିଭ ପାର୍ଟିର ସଦସ୍ୟମାନେ ଲିଜ ଟ୍ରସଙ୍କୁ ନେତା ଭାବରେ ମନୋନୀତ କରିବାର ସେପ୍ଟେମ୍ବର ନିଷ୍ପତ୍ତିକୁ ନେଇ ଅନୁତାପ କରୁଥିବା ଜଣାପଡିଛି ।

ନିକଟରେ ବ୍ରିଟେନ ସଂସଦରେ ଲିଜ୍ ଟ୍ରସ୍ ଏକ ମିନି ବଜେଟ୍ ଉପସ୍ଥାପନ କରିଥିଲେ । ବଢୁଥିବା ଟିକସ ଓ ମୁଦ୍ରାସ୍ଫୀତିକୁ ରୋକିବା ପାଇଁ ଏହି ବଜେଟରେ ପଦକ୍ଷେପ ନିଆଯାଇଛି, ଯଦିଓ ଏହି ନିଷ୍ପତ୍ତି ତୁରନ୍ତ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ମୁଦ୍ରାସ୍ଫୀତି ଭାଙ୍ଗିବା ମଧ୍ୟରେ ବ୍ରିଟେନର ଲୋକମାନେ ଲିଜ୍ ଟ୍ରସଙ୍କଠାରୁ ବହୁତ ଆଶା କରିଥିଲେ । ଏହି କାରଣରୁ ଲିଜ୍ ଟ୍ରସ୍ ମଧ୍ୟ ବ୍ରିଟିଶ ଲୋକଙ୍କୁ ପ୍ରଲୋଭିତ କରିବାକୁ ପ୍ରତିଶୃତି ଦେଇଥିଲେ ।

fallback

ନିକଟରେ ୟୁଗୋଭ୍ ସର୍ଭେ (YouGov poll) ଅନୁଯାୟୀ, ବହୁ ସଂଖ୍ୟକ ଟୋରୀ ସଦସ୍ୟ ବୋରିସ୍ ଜନସନଙ୍କୁ (Boris Johnson) ବ୍ରିଟେନର ପ୍ରଧାନମନ୍ତ୍ରୀ (UK Prime Minister) କରିବା ସପକ୍ଷରେ ଥିଲେ । ଏଥି ସହିତ ଋଷି ସୁନକ (Rishi Sunak) ଟୋରୀ ସଦସ୍ୟମାନଙ୍କ ଦ୍ୱିତୀୟ ପସନ୍ଦ ରହିଛନ୍ତି । ଏହି ସର୍ଭେରେ ଲିଜ୍ ଟ୍ରସ୍ ସର୍ବନିମ୍ନ ଭୋଟ୍ ପାଇଥିଲେ ।

ସର୍ଭେରେ ଆସିଥିବା ଆକଳନରୁ ଜଣାପଡିଛି ଯେ ଲିଜ୍ ଟ୍ରସ୍ ନିଜ ଦଳର ଆତ୍ମବିଶ୍ୱାସ ହରାଇ ଥିବା ଜଣାପଡିଥିଲା । ବହୁ ସଂଖ୍ୟକ ଟୋରୀ ପାର୍ଟି ସଦସ୍ୟ ଚାହୁଁଥିଲେ ଯେ ଟ୍ରସ୍ ଇସ୍ତଫା ଦିଅନ୍ତୁ । ଟୋରିର ୫୫ ପ୍ରତିଶତ ସଦସ୍ୟ ବିଶ୍ୱାସ କରିଥିଲେ ଯେ ଟ୍ରସ୍ ଇସ୍ତଫା ଦିଅନ୍ତୁ ଓ ଋଷି ସୁନକଙ୍କୁ ପୁଣି ଥରେ ସୁଯୋଗ ଦିଆଯାଉ । ଯେତେବେଳେ କି କେବଳ ୨୫ ପ୍ରତିଶତ ଏହି ପ୍ରସଙ୍ଗରେ ଟ୍ରସ୍ ସହିତ ଥିବା ଜଣାପଡିଥିଲା । ଉଲ୍ଲେଖନୀୟ କଥା ହେଉଛି, ମିନି ବଜେଟରେ ତାଙ୍କର ୟୁ- ଟର୍ନ୍ ପରେ, ଲିଜ୍ ଟ୍ରସ୍ ଟୋରି ସଦସ୍ୟମାନଙ୍କ ପାଖରେ ଆଉ ଲୋକପ୍ରିୟ ହୋଇ ନାହାଁନ୍ତି ।

ଏହା ବି ପଢ଼ନ୍ତୁ: India Russia Relations: ଭାରତ ସହ ଋଷର ବନ୍ଧୁତା ଅତୁଟ! ପୁଟିନ କଲେ ଏପରି କାମ, ରାଗି ରକ୍ତ ଚାଉଳ ଚୁବାଉଛି ପାକିସ୍ତାନ