Delhi MCD Election Results 2022: ଲଗାତର ବଦଳୁଛି ସ୍ଥିତି, ବିଜେପି-ଆପ୍ ମଧ୍ୟ କଡ଼ା ଟକ୍କର; କଂଗ୍ରେସ ସଫା
Advertisement
Article Detail0/zeeodisha/odisha1474007

Delhi MCD Election Results 2022: ଲଗାତର ବଦଳୁଛି ସ୍ଥିତି, ବିଜେପି-ଆପ୍ ମଧ୍ୟ କଡ଼ା ଟକ୍କର; କଂଗ୍ରେସ ସଫା

MCD Election Results 2022: ଏଠାରେ କହି ରଖୁଛୁ ଯେ, ଦିଲ୍ଲୀରେ ମେୟରଙ୍କ ପ୍ରତ୍ୟକ୍ଷ ନିର୍ବାଚନ ହୁଏ ନାହିଁ । କେବଳ ବିଜେତା କାଉନସିଲରମାନେ ମେୟର ଚୟନ କରନ୍ତି । ଯେଉଁ ଦଳ ଏମସିଡି ନିର୍ବାଚନରେ ​​ଜିତିବ, ସେହି ଦଳର କାର୍ଯ୍ୟକାଳ ୫ ବର୍ଷ ହେବ । କିନ୍ତୁ ଜଣେ ବ୍ୟକ୍ତି ୫ ବର୍ଷ ମେୟର ରହିବେ, ତାହା ମଧ୍ୟ ହୁଏ ନାହିଁ । ପୂର୍ବରୁ ଦିଲ୍ଲୀରେ ୩ଟି ଏମସିଡି ଥିଲା, ଏବେ ଗୋଟିଏ ଅଛି । 

  • Live Delhi MCD Election: ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର
  • ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପାଇଁ ଭୋଟ୍ ଗଣନାରେ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରେ ଆମ୍ ଆଦମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ AAP ୧୨୩ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୨୧ଟି ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି ।

Trending Photos

Delhi MCD Election Results 2022: ଲଗାତର ବଦଳୁଛି ସ୍ଥିତି, ବିଜେପି-ଆପ୍ ମଧ୍ୟ କଡ଼ା ଟକ୍କର; କଂଗ୍ରେସ ସଫା
LIVE Blog

MCD Election Results Live Streaming: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ଭୋଟ୍ ଗଣନା ଚାଲିଛି । ଆମ୍ ଆଦମୀ ପାର୍ଟି (AAP) ପ୍ରାରମ୍ଭିକ ଆକଳନରେ ଆଗୁଆ ରହିଛି । ଦିଲ୍ଲୀର ୨୫୦ ମ୍ୟୁନିସିପାଲିଟି ୱାର୍ଡ ନିର୍ବାଚନରେ ରବିବାର ଅର୍ଥାତ ଡିସେମ୍ବର ୪ରେ ପ୍ରାୟ ୫୦.୪୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସମୟରେ ଭାରତୀୟ ଜନତା ପାର୍ଟି (BJP) ଓ ଆମ୍ ଆଦମୀ ପାର୍ଟି (AAP) ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ଦଳ ନିଜ ନିଜ ବିଜୟ ଦାବି କରୁଛନ୍ତି । ସେପଟେ କଂଗ୍ରେସ (Congress) ପ୍ରାୟ ସଫା ହୋଇଯାଇଛି ।