Parliament Budget : କୃଷିକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର, କରିଛନ୍ତି ଏତିକି କୋଟିର ବ୍ୟବସ୍ଥା
Advertisement

Parliament Budget : କୃଷିକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର, କରିଛନ୍ତି ଏତିକି କୋଟିର ବ୍ୟବସ୍ଥା

Budget 2023 Live Updates: ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ବଜେଟ ସମ୍ପର୍କିତ ଟିକିନିକ ଅପଡେଟ ପ୍ରଦାନ କରିବୁ। ଏହି ବଜେଟ ସେସନ ସମ୍ପର୍କିତ ଟିକିନିକି ସୂଚନା ପାଇବାକୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତି। 

Parliament Budget : କୃଷିକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର, କରିଛନ୍ତି ଏତିକି କୋଟିର ବ୍ୟବସ୍ଥା
LIVE Blog

Budget 2023 Live Updates: ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ବଜେଟ ସମ୍ପର୍କିତ ଟିକିନିକ ଅପଡେଟ ପ୍ରଦାନ କରିବୁ। ଏହି ବଜେଟ ସେସନ ସମ୍ପର୍କିତ ଟିକିନିକି ସୂଚନା ପାଇବାକୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତି। 

01 February 2023
12:42 PM

ଏମିତି ରହିଛି ନୂଆ କର ସ୍ଲାବ

ଆୟ କର
୦-୩ ଲକ୍ଷ ଟଙ୍କା ୦୦ ପ୍ରତିଶତ
୩-୬ ଲକ୍ଷ ଟଙ୍କା ୫ ପ୍ରତିଶତ
୬-୯ ଲକ୍ଷ ଟଙ୍କା ୧୦ ପ୍ରତିଶତ
୯-୧୨ ଲକ୍ଷ ଟଙ୍କା ୧୫ ପ୍ରତିଶତ
୧2-୧୫ ଲକ୍ଷ ଟଙ୍କା ୨୦ ପ୍ରତିଶତ
୧୫ରୁ ଊର୍ଦ୍ଧ୍ୱ ଟଙ୍କା ୩୦ ପ୍ରତିଶତ

 

12:34 PM

ବ୍ୟାଙ୍କିଙ୍ଗ କାନୁନରେ ସଂଶୋଧନ ଜାରି ରହିଛି। RBI ଆକ୍ଟରେ ପରିବର୍ତ୍ତନ କରାଯିବ। IFSC ଆକ୍ଟରେ ମଧ୍ୟ ପରିବର୍ତ୍ତନ କରାଯିବ। ବୟସ୍କ ସେଭିଂର ବଢାଇଦିଆଯାଇଛି। ମହିଳା ସମ୍ମାନ ଯୋଜନା ୨୦୨୫ ପର୍ଯ୍ୟନ୍ତ ଚାଲିବ। ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମ ଆରମ୍ଭ କରାଯିବ। ସୂନା ଓ ପ୍ଲାଟିନମ ମହଙ୍ଗା ହେବ। ପ୍ରୟୋଗଶାଳାରେ ପ୍ରସ୍ତୁତ ହେଉଥିବା ହୀରା ମହଙ୍ଗା ହେବ। ସିଗାରେଟ ୧୬ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି। ବିଦେଶରୁ ଆସୁଥିବା ଚାନ୍ଦି ଦରରେ ମଧ୍ୟ ବୃଦ୍ଧି। ଆୟକର ଟ୍ୟାକ୍ସ ସ୍ଲାବରେ ବୃଦ୍ଧି। ୭ ଲକ୍ଷ ପର୍ଯ୍ୟନ୍ତ କୌଣସି କର ନାହିଁ। 

12:23 PM

ସହର ଗୁଡିକର ବିକାଶ ପାଇଁ ୧୦ ହଜାର କୋଟି ଦିଆଯିବ। ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରସ୍ତୁତ କରାଯିବ। ୪୭ ଲକ୍ଷ ଯୁବକ କୌଶଳ ଯୋଜନାରେ ଲାଭ ଉଠାଇପାରିବେ। ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ପାଇଁ ୟୁନିଟ ମଲ ନିର୍ମାଣ କରାଯିବ। ପୁରୁଣା ଗାଡ଼ିକୁ ସ୍କ୍ରାପ କରିଲେ ଇନସେଣ୍ଟିଭ ମିଳିବ। ଦେଖ ଅପନା ଦେଶ ଯୋଜନା ଆରମ୍ଭ କରାଯିବ। ଆପ ଜରିଆରେ ଟୁରିଜିମ ସେକ୍ଟରକୁ ପ୍ରୋତ୍ସାହନ ଦିଆଯିବ। ନବୀକରଣ ଉତ୍ସରେ ୨୦,୭୦୦ କୋଟି ଟଙ୍କା ନିବେଶ କରାଯିବ। ସୀମାବର୍ତ୍ତି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯିବ। ଯୁବକମାନଙ୍କୁ ବିଶ୍ୱସ୍ତରରେ ତାଲିମ ପ୍ରଦାନ କରାଯିବ। ୪୭ ଲକ୍ଷ ଯୁବକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ। 

12:16 PM

ପିଏମ କୌଶଳ ବିକାଶ ଯୋଜନା ୪.୦ରି ଆରମ୍ଭ କରାଯିବ। ଇଜ ଅଫ ଡୁଇଂ ବିଜନେସ ପାଇଁ ୪୨ ଅଧିନିୟମରେ ପରିବର୍ତ୍ତନ କରାଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଖୋଲାଯିବ। ଯାତାୟତ ଇନଫ୍ରାଷ୍ଟ୍ରକଚର ପାଇଁ ୭୫ ହଜାର କୋଟି ଟଙ୍କା ବ୍ୟୟ। କୋଭିଡ଼ ସମୟରେ ପ୍ରଭାବିତ ହୋଇଥିବା ଏମଏସଏମଇର ସାହାଯ୍ୟ ନିଆଯିବ। କୋଭଡ଼ରେ ପ୍ରଭାବିତ ଏମଏସଏମଇକୁ ୯୫ ପ୍ରତିଶତ ପୁଞ୍ଜି ଯୋଗାଇ ଦିଆଯିବ। ଇ-ନ୍ୟାୟାଳୟ ଯୋଜନାର ତୃତୀୟ ଚରଣ ଆରମ୍ଭ କରାଯିବ। 5ଜି ଏପ୍ସ ପାଇଁ ୧୦୦ ନୂଆ ଲ୍ୟାବ ପ୍ରସ୍ତୁତ କରାଯିବ। ଇନଫ୍ରାଷ୍ଟ୍ରକଚର ଉପରେ ହେବାକୁ ଥିବା ଖର୍ଚ୍ଚ୍ ୩୩ ପ୍ରତିଶତ ବୃଦ୍ଧି କରାଯାଇଛି। ୧୦ ଲକ୍ଷ କୋଟି ବୃଦ୍ଧି ପାଇଛି ଏହି ରାଶି। ସହର ଗୁଡିକର ବିକାଶ ପାଇଁ ୧୦ ହଜାର କୋଟି ଦିଆଯିବ। 

12:05 PM

5ଜି ଆପ୍ସ ପାଇଁ ୧୦୦ଟି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ। ହରିତ ହାଇଡ୍ରୋଜନକେ ପାଇଁ ବାର୍ଷିକ 5MMT ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଉର୍ଜା ସୁରକ୍ଷା କ୍ଷେତ୍ରରେ ୩୫ ହଜାର କୋଟିର ନିବେଶ କରାଯିବ। ଗ୍ରୀନ ଲୋନ ପ୍ରୋଗ୍ରାମର ଆରମ୍ଭ କରାଯିବ। ପ୍ରାକୃତିକ ଚାଷ ପାଇଁ ୧ କୋଟି କୃଷକଙ୍କୁ ସାହାଯ୍ୟ କରାଯିବ। ସବୁଜ ଋଣର ଆରମ୍ଭ କରାଯିବ। ଗୋବର୍ଦ୍ଧନ ସ୍କିମ ପାଇଁ ୫୦୦ ନୂଆ ଯୋଜନା କରାଯିବ। ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା ଆରମ୍ଭ କରାଯିବ। ପ୍ରାକୃତିକ କ୍ଷେତ ପାଇଁ ୧୦ ହଜାର ଇନପୁଟ ରିସର୍ଚ୍ଚ ସେଣ୍ଟର ପ୍ରସ୍ତୁତ କରାଯିବ। କୋଷ୍ଟାଲ ସିପିଂକୁ ପିପିପି ମୋଡ଼ରେ ପ୍ରୋତ୍ସାହିତ କରାଯିବ। 

11:52 AM

କୃଷକଙ୍କୁ ଋଣ ଛାଡ଼ କରିବା ଜାରି ରହିବ। କେନ୍ଦ୍ରୀୟ କାନୁନରେ ପରିବର୍ତ୍ତନ କରାଯିବ। ରେଳବାଇ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଖର୍ଚ୍ଚ ହେବ। ଟ୍ରାନସପୋର୍ଟ ଇନଫ୍ରାଷ୍ଟ୍ରକଚର ପାଇଁ ୭୫ ହଜାରି କୋଟି ଦିଆଯିବ। ୫୦ ଅତିରିକ୍ତ ବିମାନବନ୍ଦର, ଓ୍ୱାଟରପୋର୍ଟ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୭ଟି ମେଡିକାଲ କଲେଜ ସହିତ ୧୫୭ଟି ନୂଆ ନର୍ସିଂ କଲେଜ ମଧ୍ୟ କରାଯିବ। ଶିଶୁ ଓ ଯୁବକଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ମଧ୍ୟ ସ୍ଥାପିତ କରାଯିବ। ଇନଫ୍ରାଷ୍ଟ୍ରକଚର ପାଇଁ ୧୦ ହଜାର କୋଟି ଟଙ୍କା ପ୍ରଦାନ। KYC ପ୍ରକ୍ରିୟା ସହଜ କରାଯିବ। ଏକତ୍ରିକରଣର ଫାଇଲିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଇ-ନ୍ୟାୟାଳୟ ତୃତୀୟ ଚରଣ ପାଇଁ ୭ ହଜାର କୋଟି ଦିଆଯିବ।

11:48 AM

୩ ବର୍ଷରେ ୮ ହଜାର ଶିକ୍ଷକଙ୍କ ନିଯୁକ୍ତି ହେବ। ଏଣିକି ମ୍ୟାନହୋଲରେ ଆଉ ମଣିଷମାନେ ପଶି ସଫା କରିବେ ନାହିଁ। ନାଳ ଗୁଡ଼ିକର ମାନୁଆଲ ସଫେଇ ହେବ ନାହିଁ। ଆଦିବାସୀ ଅଞ୍ଚଳରେ ଶିକ୍ଷାକୁ ବ୍ୟାପକ କରାଯିବ। ଆଦିବାସୀଙ୍କ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା। ପୁଞ୍ଜିଗତ ନିବେଶ ୧୦ ଲକ୍ଷ କୋଟି ରହିବ। ଦେଶରେ ଆର୍ଥିକ ସାକ୍ଷରତା ହାର ଉପରେ କାର୍ଯ୍ୟ କରାଯିବ। ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବ। ଜେଲରେ ବନ୍ଦିଥିବା ଗରିବ କଏଦୀଙ୍କୁ ଜାମିନ ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ। ଧନହୀନ କଏଦୀଙ୍କ ପାଇଁ ସରକାର ନୂଆ ଯୋଜନା କରିଛନ୍ତି। 

11:44 AM

ରୋଜଗାର ସୃଷ୍ଟି କରିବା ଦିଗରେ ସରକାର ଧ୍ୟାନ ଦେଉଛନ୍ତି। କୃଷକଙ୍କୁ ଚାଷ ପାଇଁ ସ୍ୱତନ୍ତ୍ର ଭାବେ ରାଶିର ବ୍ୟବସ୍ଥା କରିଛନ୍ତି। ରାଷ୍ଟ୍ରୀୟ କୋ-ଅପରେଟିଭ ତଥ୍ୟ ପ୍ରସ୍ତୁତ କରାଯାଉଛି। ସାମୁହିକ ବିକାଶକୁ ପ୍ରାଥମିକତା ଦିଆଯାଉଛି। ମିଲେଟକୁ ପ୍ରୋତ୍ସାହିତ କରାଯାଉଛି। ଏହାକୁ ବିଶ୍ୱସ୍ତରରେ ପରଞ୍ଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଗ୍ରୀନ ଗ୍ରୋଥ ସରକାରଙ୍କର ପ୍ରାଧାନ୍ୟ ହୋଇଛି। ICMR ଲ୍ୟାବ ରିସର୍ଚ୍ଚ ପାଇଁ ପ୍ରସ୍ତୁତ କରାଯାଉଛି। କୃଷି କ୍ଷେତ୍ରରେ ଷ୍ଟାର୍ଟ ଅପ ପାଇଁ ଅର୍ଥର ବ୍ୟବସ୍ଥା ହେଉଛି। ୧୪ କୋଟିରୁ ଅଧିକ ଲୋକଙ୍କର ଜନଧନ ଖାତା ଖୋଲାଯାଇଛି। ୯.୬ କୋଟି ଘରକୁ ଏଲପିଜି ସଂଯୋଗ କରାଯାଇଛି। EPFOରେ ୭ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

11:40 AM

ଦେଶରେ ୩୮,୮୦୦ ଶିକ୍ଷକଙ୍କୁ ଏକଲବ୍ୟ ମଡେଲ ସ୍କୁଲରେ ନିଯୁକ୍ତି ଦିଆଯିବ। ପଶୁପାଳନ, ଡେରି ଓ ମାଛ ଚାଷ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏଥିପାଇଁ ଋଣ ଲକ୍ଷ୍ୟ ୨୦ ଲକ୍ଷ୍ୟ କୋଟି ଟଙ୍କା ରଖାଯାଇଛି। ହାଇଦ୍ରାବାଦରେ ବାଜରା ଚାଷ ସଂସ୍ଥାକୁ ଉତ୍କୃଷ୍ଟ କେନ୍ଦ୍ର ଭାବେ ଗଢିତୋଳିବାକୁ ଲକ୍ଷ୍ୟ ରଖିଛନ୍ତି। ଆସ୍ପିରେସନାଲ ଜିଲ୍ଲାର ସହିତ ୫୦୦ ଆସ୍ପିରେସନାଲ ବ୍ଲକର ଉନ୍ନତି କରଣ କରାଯିବ। 

11:30 AM

ଏହି ବଜେଟରେ ୭ଟି ପ୍ରାଥମିକତା ଗ୍ରହଣ କରାଯାଇଛି। କୃଷକ, ମହିଳା ଏବଂ ଅନୁସୂଚିତ ଜାତି ପାଇଁ ସାମାଜିକ ବିକାଶ ସମ୍ଭବ କରିପାରିଛି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଡିଜିଟାଲ୍ ଜନସାଧାରଣ ଭିତ୍ତିଭୂମି ସୃଷ୍ଟି ହେବ। ଷ୍ଟାର୍ଟଅପ୍ ର ବିକାଶ ପାଇଁ ଏକ ସମାଧାନ କ୍ଷେତ୍ରରେ ବ୍ୟାପକ ସହଯୋଗ ହେବ। କୃଷକଙ୍କୁ ଡିଜିଟାଲ ତାଲିମ ଦିଆଯିବ। ମିଲେଟକୁ  ପ୍ରାଥମିକତା। 

 

11:24 AM

ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଚି କରାଯିବ। ଏଥିପାଇଁ ମିଶନ ମୋଡ଼ରେ କାର୍ଯ୍ୟ କରାଯିବ। ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନାର ଦେଶବାସୀ ଉପଯୋଗ କରିପାରିବେ। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ମାନଙ୍କ ସହାୟତାରେ କାର୍ଯ୍ୟ କରାଯିବ। ୨୦୧୪ର ସରକାର ପ୍ରୟାସ ପ୍ରତିଟି ନାଗରିକଙ୍କ ଜୀବନକୁ ଗୁଣବତ୍ତା ଓ ଗାରିମାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିଛି। ପ୍ରତିଟି ବ୍ୟକ୍ତିର ଆୟକୁ ଦୁଇଗୁଣା ବଢାଇ ଦିଆଯାଇଛି। ଫଳରେ ଏହି ରାଶି ୧.୯୭ ଲକ୍ଷ ଟଙ୍କାରେ ପହଞ୍ଚିଛି। 

11:21 AM

ମହିଳାମାନଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରାଯିବ। ବର୍ଷ ବର୍ଷ ଧରି ଯେଉଁମାନେ ନିଜ ହାତରେ ପାରମ୍ପରିକ କାର୍ଯ୍ୟ କରନ୍ତି, ସେମାନଙ୍କୁ ବିଶ୍ୱକର୍ମା ନାମରେ ସମ୍ବୋଧିତ କରାଯାଏ। ପ୍ରଥମ ଥର ପାଇଁ ସେମାନଙ୍କ ପାଇଁ ଏକ ସହାୟତା ପ୍ୟାକେଜ ପାଇଁ ସଂକଳ୍ପ କରାଯାଇଛି। ସେମାନଙ୍କୁ MSME ଚେନ ସହିତ ସଂଯୋଗ କରିବା ପାଇଁ କାର୍ଯ୍ୟ କରାଯିବ।

11:19 AM

ଅର୍ଥବ୍ୟବସ୍ଥା ବୃଦ୍ଧି ଦର ୭ ପ୍ରତିଶତ ରହିବା ଅନୁମାନ। ଚଳିତ ବର୍ଷ ପାଇଁ ଅର୍ଥବ୍ୟବସ୍ଥା ବୃଦ୍ଧି ଦର ୭ ପ୍ରତିଶତ ରହିବା ଅନୁମାନ। ଏହା ବିଶ୍ୱର ସବୁଠାରୁ ବୃହତ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ।

11:17 AM

ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୪ରୁ ଲଗାତାର ଭାବେ କରାଯାଉଥିବା କାର୍ଯ୍ୟ ପାଇଁ ବିଶ୍ୱରେ ଆମକୁ ୫ମ ବୃହତ ଅର୍ଥବ୍ୟବସ୍ଥାର ରାଷ୍ଟ୍ର ଭାବେ ପରିଗଣିତ କରିଛି । ସେହିପରି ଉଜ୍ଜ୍ୱଳା ଯୋଜନାରେ ୬ କୋଟି ଲୋକଙ୍କୁ ଗ୍ୟାସ କନେକ୍ସନ ଦିଆଯାଇଛି। ଅର୍ଥବ୍ୟବସ୍ଥା ଅଧିକ ଔପଚାରିକ ହୋଇଛି। ବିଶ୍ୱରେ ଭାରତ ସମ୍ମାନ ବଢିଛି। ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଅଧିକ ଶୌଚାଳୟ କରାଯାଇଛି। ଯୁବବର୍ଗଙ୍କ ଆକାଂକ୍ଷାକୁ ଆବଶ୍ୟକତା ପୁରଣ କରିବା ପାଇଁ କାର୍ଯ୍ୟ କରିବା। ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗାଇ ଦିଆଯିବ। 

11:13 AM

ଅମୃତକାଳରେ ଏହା ପ୍ରଥମ ବଜେଟ। ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଦେଶର ଆର୍ଥିକ ବିକାଶ ହାର ୭ ପ୍ରତିଶତ ରହିଛି। ଏହି ବଜେଟ ଆବଶ୍ୟକୀୟ ଲୋକମାନଙ୍କ ରହିଛି। କୋରୋନା ସମୟରେ ଆମେ ମାଗଣାରେ ରାସନ ପ୍ରଦାନ କରିଛୁ। ଯେପରିକି ଜଣେ ମଧ୍ୟ ଉପାସରେ ନ ଶୁଏ।

11:08 AM

COVID ମହାମାରୀ ସମୟରେ ଆମେ ୨୮ ମାସ ଧରି ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ଏହାରି ମଧ୍ୟରେ କେହି ଉପାସରେ ଶୋଇବାକୁ ଯାଆନ୍ତି ନାହିଁ: FM ନିର୍ମଳା ସୀତାରମଣ 

11:06 AM

ଟ୍ରାକକୁ ଫେରିଛି ଭାରତୀୟ ଅର୍ଥନୀତି। ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥନୀତି: ଅର୍ଥମନ୍ତ୍ରୀ

11:04 AM

କେବଳ ଆଖିରେ ଧୁଳି ଦେବାକୁ ବଜେଟ ଘୋଷଣା କରୁଛନ୍ତି ସରକାର: କଂଗ୍ରେସ

11:01 AM

union Budget 2023କୁ ନେଇ କଂଗ୍ରେସର ଲୋକସଭା ମୁଖ୍ୟ ସଚେତକ କେ ସୁରେଶ କହିଛନ୍ତି କି ଆମେ ଆଶା କରୁଛୁ କି ଏହି ବଜେଟ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଓ ଅନ୍ୟ କିଛି ରାଜ୍ୟର ନିର୍ବାଚନକୁ ଦୃଷ୍ଚିରେ ରଖି ପ୍ରସ୍ତୁତ କରାଯାଇଥିଲା। ବିଗତ ୩ଟି ବଜେଟରେ କର୍ପୋରେଟ ଓ ଉଚ୍ଚ ବର୍ଗକୁ ଧ୍ୟାନ ଦିଆଯାଇଛି।  ମଧ୍ୟମ ଓ ସାଧାରଣ ଲୋକଙ୍କୁ ପୁରା ଅଣଦେଖା କରାଯାଇଛି।

10:54 AM

ଆଉ କିଛି ସମୟ ମଧ୍ୟରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ।

10:51 AM

ବଜେଟକୁ ନେଇ ଆସିଲା ପ୍ରଥମ ବୟାନ। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଲେ କି ସବୁଠାରୁ ଭଲ ବଜେଟ ହେବ। ଏହା ଗରିବ, ମଧ୍ୟମ ବର୍ଗଙ୍କୁ ସୁହାଇଲା ଭଳି ହେବ ବଜେଟ। 

10:42 AM

ବଜେଟ କପିର ଚାଲିଛି ତନଖି ପ୍ରକ୍ରିୟା। ଦେଖନ୍ତୁ ଭିଡ଼ିଓ...

 

10:38 AM

ସଂସଦରେ ପହଞ୍ଚିଲା ସାଧାରଣ ବଜେଟର କପି ।

 

10:35 AM

ବଜେଟକୁ ମିଳିଲା କ୍ୟାବିନେଟର ଅନୁମୋଦନ। ସଂସଦରେ ୧୧ଟାରେ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ।

10:32 AM

ଆରମ୍ଭ ହେଲା କ୍ୟାବିନେଟ ବୈଠକ। ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କ୍ୟାବିନେଟ ଅନୁମୋଦନ ଦେବା ପରେ ସଂସଦରେ ଉପସ୍ଥାପିତ ହେବ ବଜେଟ।

10:22 AM

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଛି ସମୟ ମଧ୍ୟରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଆରମ୍ଭ ହେବ। 

 

10:18 AM

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସଂସଦରେ ପହଞ୍ଚିଲେ। କିଛି ସମୟ ମଧ୍ୟରେ ଆରମ୍ଭ ହେବ କ୍ୟାବିନେଟ ବୈଠକ। ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ପ୍ରାୟ ୧୧ଟାରେ ବଜେଟ ଉପସ୍ଥାପନ କରିବେ। 

 

10:14 AM

ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

 

10:06 AM

ରେଳ ମନ୍ତ୍ରାଳୟ ଅନୁଯାୟୀ ୨୦୨୩-୨୪ରେ ପାଖାପାଖି ୧.୮ ଲକ୍ଷ କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି।

10:04 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଭାଗ ନେବା ପାଇଁ ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦିନ ୧୧ଟାରେ ଉପସ୍ଥାପିତ ହେବ ୨୦୨୩-୨୪ ବଜେଟ। 

 

10:03 AM

ବଜେଟ ୨୦୨୩କୁ ନେଇ ପ୍ରତିଟି ବର୍ଗର ଲୋକମାନଙ୍କ ମନରେ ଅନେକ ଆଶା ସଞ୍ଚାର ହୋଇଛି। ରେଲଓ୍ୱେ ବଜେଟରେ ମେକ ଇନ ଇଣ୍ଡିଆ ହାଇସ୍ପିଡ଼ ଟ୍ରେନ ଓ ଢାଞ୍ଚାରେ ପରିବର୍ତ୍ତନ ଉପରେ ଜୋର ଦିଆଯାଇପାରେ। 

09:55 AM

କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟ ମନ୍ତ୍ରୀ ଡକ୍ଟର ଭଗବତ କିଶାନରାଓ କରାଡ, ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତୀ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆହ୍ୱାନ କରିଛନ୍ତି। 

 

 

09:50 AM

ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ପୂର୍ବାହ୍ଣ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଏହା ପରେ ସୀତାରମଣ ଅପରାହ୍ନ ୩ ଟାରେ ଗଣମାଧ୍ୟମ ସହ କଥା ହେବେ। ଅଶ୍ୱିନୀ ବୈଷ୍ଣବ ଦ୍ୱିପ୍ରହର ଗୋଟାଏ ବେଳେ ରେଳ ବଜେଟ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ବଜେଟରେ ଟ୍ୟାକ୍ସ ସ୍ଲାବରେ ମଧ୍ୟବିତ୍ତ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ମହିଳାମାନଙ୍କ ପାଇଁ ସରକାର ମଧ୍ୟ ଏକ ବଡ ଘୋଷଣା କରିପାରିବେ।

09:46 AM

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ବଜେଟ ସମ୍ପର୍କିତ ଟିକିନିକ ଅପଡେଟ ପ୍ରଦାନ କରିବୁ। ଏହି ବଜେଟ ସେସନ ସମ୍ପର୍କିତ ଟିକିନିକି ସୂଚନା ପାଇବାକୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତି।