ଜାଣନ୍ତୁ କେତୋଟି ଦେଶରେ ବ୍ୟାପିଛି ମଙ୍କିପକ୍ସ, ନେଇପାରେ କୋରୋନା ପରି ମହାମାରୀ ରୂପ!
Advertisement

ଜାଣନ୍ତୁ କେତୋଟି ଦେଶରେ ବ୍ୟାପିଛି ମଙ୍କିପକ୍ସ, ନେଇପାରେ କୋରୋନା ପରି ମହାମାରୀ ରୂପ!

ବିଶ୍ୱରେ ଦୀର୍ଘଦିନ ଧରି କୋରୋନା ସଂକ୍ରମଣ ହୋଇଥିବା ବେଳେ ଏବେ ବିଭିନ୍ନ ଦେଶରେ ଚିନ୍ତା ବଢ଼ାଇବାରେ ଲାଗିଛି ମଙ୍କିପକ୍ସ (Monkeypox) । ସଂକ୍ରମଣ ବଢ଼ିବା ପରେ ଏହାର ମୁକାବିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ଅଧିକ ଦେଖାଯାଏ । ନିକଟରେ ମଙ୍କିପକ୍ସ ଭାଇରସ (Monke

ଜାଣନ୍ତୁ କେତୋଟି ଦେଶରେ ବ୍ୟାପିଛି ମଙ୍କିପକ୍ସ, ନେଇପାରେ କୋରୋନା ପରି ମହାମାରୀ ରୂପ!

ନୂଆଦିଲ୍ଲୀ: ବିଶ୍ୱରେ ଦୀର୍ଘଦିନ ଧରି କୋରୋନା ସଂକ୍ରମଣ ହୋଇଥିବା ବେଳେ ଏବେ ବିଭିନ୍ନ ଦେଶରେ ଚିନ୍ତା ବଢ଼ାଇବାରେ ଲାଗିଛି ମଙ୍କିପକ୍ସ (Monkeypox) । ସଂକ୍ରମଣ ବଢ଼ିବା ପରେ ଏହାର ମୁକାବିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ଅଧିକ ଦେଖାଯାଏ । ନିକଟରେ ମଙ୍କିପକ୍ସ ଭାଇରସ (Monkeypox Virus) ୟୁରୋପ ଓ ଅନ୍ୟ କେତେକ ଦେଶରେ ୧୦୦ରୁ ଅଧିକ ଲୋକଙ୍କ କ୍ଷେତ୍ରରେ ଥିବାକୁ ମିଳିଥିଲା । ଫଳରେ ସଂକ୍ରମଣ ବଢ଼ୁଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ଜଣେ ୟୁରୋପୀୟ ସ୍ୱାସ୍ଥ୍ୟାଧିକାରୀ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ମାସରେ ବିରଳ ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ବଢ଼ିପାରେ । ଅନ୍ୟପଟେ ଗ୍ରୀଷ୍ମ ଋତୁରେ ପର୍ବପର୍ବାଣି ଥିବାରୁ ସଂକ୍ରମଣ ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଜ୍ କହିଛନ୍ତି ।

ମଙ୍କିପକ୍ସକୁ ନେଇ WHOର ତତ୍ପରତା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଙ୍କିପକ୍ସକୁ ନେଇ ବେଶ ତତ୍ପରତା ପ୍ରକାଶ କରିଛି । ସେଥିପାଇଁ ଗତ ମେ ୨୦ ତାରିଖରେ ଏକ ଜରୁରୀକାଳୀନ ବୈଠକ ଡକାଇଥିଲା । WHO ବୈଠକ ଡକାଇବାର ଉଦ୍ଦେଶ୍ୟ ହେଉଛି ଏହି ରୋଗର ଭୟାବହତା ଓ ସଂକ୍ରମଣ କ୍ଷମତା ବିଷୟରେ ଚର୍ଚ୍ଚା କରିବା । ଯାହା ବିଶ୍ୱ ପାଇଁ ଚିନ୍ତାଜନକ ହୋଇଥିବାରୁ WHO ଗୁରୁତ୍ୱାରୋପ କରିଛି । ମେ ୨୧ ସୁଦ୍ଧା ଲାବୋରେଟୋରୀ ଦ୍ୱାରା ୯୨ଟି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛି । ୧୨ଟି ଦେଶରୁ ୨୮ଟି ସନ୍ଦିଗ୍ଧ ମାମଲା ମଧ୍ୟ ଆସିଛି ।

ମଙ୍କିପକ୍ସ ଚିହ୍ନଟ ହୋଇଥିବା ଦେଶ

ମେ ୨୦ରେ ପ୍ରକାଶିତ ଏକ ବିବୃତ୍ତି ଅନୁସାରେ  WHO କହିଛି ଯେ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନେକ ୟୁରୋପୀୟ ଦେଶମାନଙ୍କରେ ସଂକ୍ରମଣ ହୋଇଛି ।

ଦେଶ ଗୁଡ଼ିକର ତାଲିକା

ଯୁକ୍ତରାଷ୍ଟ୍ର ଆମେରିକା
ଇଂଲଣ୍ଡ
କାନାଡା
ଅଷ୍ଟ୍ରେଲିଆ
ଇସ୍ରାଏଲ
ସ୍ପେନ୍
ପର୍ତ୍ତୁଗାଲ୍
ସ୍ୱିଡେନ
ଫ୍ରାନ୍ସ,
ବେଲଜିୟମ
ଜର୍ମାନୀ
ଇଟାଲୀ
ସ୍ୱିଜରଲାଣ୍ଡ

ମଙ୍କିପକ୍ସ କେମିତି ସଂକ୍ରମିତ ହେଉଛି?

ମଙ୍କିପକ୍ସ ଏକ ବିରଳ ରୋଗ ଏବଂ ନିକଟରେ ୟୁରୋପୀୟ ଦେଶମାନଙ୍କରେ ଏକାଧିକ ମାମଲା ଚିହ୍ନଟ ହେବା ପରେ ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି । ମଙ୍କିପକ୍ସ ରୋଗ ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ତେଣୁ ଏହା ବେଳେବେଳେ ଅନ୍ୟ ଦେଶମାନଙ୍କୁ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ:-ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ କ’ଣ?

ମଙ୍କିପକ୍ସ ରୋଗରେ ସାଧାରଣତଃ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ । ଏହାସହ ଚିକେନପକ୍ସ ପରି ଦାଗ ମଧ୍ୟ ହାତ ଏବଂ ମୁହଁରେ ଦେଖାଯାଇଥାଏ ।

ମଙ୍କିପକ୍ସ କିପରି ବ୍ୟାପେ?

ମଙ୍କି ପକ୍ସ ସାଧାରଣତଃ ଆକ୍ରାନ୍ତ ପ୍ରାଣୀ ଯଥା ମୂଷା ପ୍ରଜାତିର ଜୀବ ଓ ମାଙ୍କଡମାନଙ୍କ ଠାରୁ ବ୍ୟାପିଥାଏ । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (US Centers for Disease Control and Prevention) ଅନୁସାରେ ଶରୀରର ତରଳ ପଦାର୍ଥ, ମଙ୍କିପକ୍ସ ଘା,  ରୋଗୀର ଜିନିଷ (ଯେପରିକି ପୋଷାକ ବା ଶଯ୍ୟା) ମାଧ୍ୟମରେ ମଙ୍କିପକ୍ସ ବ୍ୟାପିପାରେ । ଏହା ସହ ଘରୋଇ ଭୂତାଣୁରୋଧକ (disinfectants) ମାଧ୍ୟମରେ ମଧ୍ୟ ଏହାକୁ ମରାଯାଇପାରିବ । ଏନେଇ ଆମେରିକାର ସ୍ୱାସ୍ଥ୍ୟ ବିଭାଗ କହିଛି । କେତେକ କ୍ଷେତ୍ରରେ ମଙ୍କିପକ୍ସ ମାରାତ୍ମକ ହୋଇପାରେ ।

ମଙ୍କିପକ୍ସର ଚିକିତ୍ସା ବିଧି

ମଙ୍କିପକ୍ସର ସେମିତି କିଛି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଏହାର ଲକ୍ଷଣ ୨ରୁ ୪ ସପ୍ତାହ ମଧ୍ୟରେ ଚାଲିଯାଇଥାଏ । ୧୧ଟି ଆଫ୍ରିକୀୟ ଦେଶରେ ଏହି ରୋଗ ଏଣ୍ଡେମିକ୍(Endemic) ଭାବରେ ବିବେଚନା କରାଯାଏ । ଏପରିକି ସ୍ମଲପକ୍ସ ରୋଗ ପାଇଁ ବ୍ୟବହୃତ ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମଙ୍କିପକ୍ସର ଚିକିତ୍ସାରେ ବ୍ୟବହୃତ ହୋଇପାରେ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି । ଏହା ବିଷୟରେ ସଚେତନ ରହିଲେ ହିଁ ରୋଗ ସଂକ୍ରମଣରେ ରୋକ ଲଗାଯାଇପାରିବ । ମଙ୍କିପକ୍ସ ଲକ୍ଷଣ ଥିବା ନେଇ ସନ୍ଦେହ ହେଲେ ଲୋକମାନେ ଅଲଗା ହୋଇ ରହିବା ସହ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।

ଏକ ତଥ୍ୟରୁ ଜଣାପଡ଼ିଛି ଯେ, ତିନି ବର୍ଷ ପୂର୍ବେ ମଙ୍କିପକ୍ସ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । 'ଦି ସନ୍ ଡେ ଟେଲିଗ୍ରାଫ' ପକ୍ଷରୁଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୯ରେ, ବିଶେଷଜ୍ଞମାନେ ଲଣ୍ଡନରେ ଅନୁଷ୍ଠିତ ଏକ ସେମିନାରରେ 'ନୂତନ ପିଢି ଟିକା ଓ ଚିକିତ୍ସା' ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।