LAC: ପୂର୍ବ ଲଦ୍ଦାଖରୁ ଆସିଲା ଭଲ ଖବର! ଭାରତ ଓ ଚୀନ୍ ସେନା ନେଲେ ଏହି ବଡ ନିଷ୍ପତ୍ତି
Advertisement
Article Detail0/zeeodisha/odisha1342414

LAC: ପୂର୍ବ ଲଦ୍ଦାଖରୁ ଆସିଲା ଭଲ ଖବର! ଭାରତ ଓ ଚୀନ୍ ସେନା ନେଲେ ଏହି ବଡ ନିଷ୍ପତ୍ତି

India-China border dispute: ଭାରତ ଓ ଚୀନ୍‌ର ସୈନ୍ୟବାହିନୀ ନିକଟରେ ବୈଠକ କରି ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଏହାସହ ସେମାନେ ଗୋଗ୍ରା- ହଟ୍ ସ୍ପ୍ରିଙ୍ଗ୍ସରୁ ପଛକୁ ଫେରିବାକୁ ରାଜି ହୋଇ ଯାଇଥିଲେ । ବର୍ତ୍ତମାନ ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟ ପଛକୁ ଫେରିବା ଆରମ୍ଭ କରି ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

India-China border dispute: ବର୍ତ୍ତମାନ ପୂର୍ବ ଲଦ୍ଦାଖରୁ (Eastern Ladakh) ଏକ ଭଲ ଖବର ସାମ୍ନାକୁ ଆସିଛି । ପୂର୍ବ ଲଦ୍ଦାଖରେ ଟିପି-୧୫ (TP-15) ରୁ ଭାରତୀୟ ଓ ଚୀନ୍ ସୈନ୍ୟବାହିନୀ ମାନେ ପଛକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ଭାରତ ଓ ଚୀନ୍ ମିଳିତ ବୟାନ ଜାରି କରି କହିଛନ୍ତି ଯେ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗସ୍ (​​Gogra-Hotsprings) ପିପି-୧୫ ଅଞ୍ଚଳରେ ଭାରତୀୟ ତଥା ଚୀନ୍ ସୈନ୍ୟ ସମନ୍ୱିତ ତଥା ଯୋଜନାବଦ୍ଧ ଢଙ୍ଗରେ ପଛକୁ ଫେରିବା ଆରମ୍ଭ କରିଛନ୍ତି । ଆଜି ଭାରତ ଚୀନ୍ କର୍ପସ କମାଣ୍ଡର ସ୍ତରୀୟ ବୈଠକର ୧୬ ତମ ରାଉଣ୍ଡରେ ହୋଇଥିବା ସହମତି ଅନୁଯାୟୀ ଭାରତୀୟ ତଥା ଚୀନ୍ ସୈନ୍ୟମାନେ ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ (ପିପି -୧୫) ଅଞ୍ଚଳରେ ଏକ ସମନ୍ୱିତ ତଥା ଯୋଜନାବଦ୍ଧ ଢଙ୍ଗରେ ପଛକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ଯାହା ସୀମା ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସହାୟକ ହେବ ।

ଏହାପୂର୍ବରୁ ଚୀନ୍ ସେନା ପୂର୍ବବର୍ଷ ଜୁନ୍ ମାସରେ ଗାଲୱାନରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ସ୍ଥାନରୁ ଫେରି ଯାଇଥିଲେ । ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକରେ LAC ନିକଟରେ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ଚୀନ୍ ପାର୍ଶ୍ୱରେ ଥିବା ଗାଲୱାନ୍ ଉପତ୍ୟକାରୁ କିଛି ଯାନ ଓ ସୈନିକଙ୍କୁ ମଧ୍ୟ ଫେରାଇ ନିଆଯାଇଛି । ୨୨ ଜୁନରେ ଚୀନ୍ ପକ୍ଷ ନିଶ୍ଚିତ କରିଥିଲା ​​ଯେ ସେମାନେ ଉପର ଅଞ୍ଚଳରୁ ଗଭୀର ଅଞ୍ଚଳକୁ ସୈନ୍ୟ ପଠାଇବେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, “ଆଜି ଭାରତ ଚୀନ କର୍ପସ କମାଣ୍ଡର ସ୍ତରୀୟ ବୈଠକର ୧୬ ତମ ରାଉଣ୍ଡରେ ସହମତି ଅନୁଯାୟୀ ଭାରତୀୟ ଓ ଚୀନ୍ ସୈନ୍ୟମାନେ ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ (ପିପି -୧୫) ଅଞ୍ଚଳରେ ଯୋଜନାବଦ୍ଧ ପଛକୁ ଫେରିବା ଆରମ୍ଭ କରିଛନ୍ତି । ଯାହା ଶାନ୍ତି ପାଇଁ ଅନୁକୂଳ ଏବଂ ସୀମାନ୍ତ ଅଞ୍ଚଳରେ ମଧ୍ୟ ଶାନ୍ତି ବଜାୟ ରଖିବ ।"

ଆସନ୍ତା ସପ୍ତାହରେ ଉଜବେକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକର କିଛି ଦିନ ପୂର୍ବରୁ ଏହି ବୟାନ ଦିଆଯାଇଛି ।

ଏହାପୂର୍ବରୁ ୧୧ ମାର୍ଚ୍ଚରେ ଦୁଇ ଦେଶ ମଧ୍ୟରେ ୧୫ ତମ ରାଉଣ୍ଡ ବୈଠକ ହୋଇଥିଲା । ଏହି ବାର୍ତ୍ତାଳାପରେ କୌଣସି ଠୋସ୍ ସମାଧାନ ମିଳି ନ ଥିଲା । ମିଳିତ ବୟାନରେ ଉଭୟ ପକ୍ଷ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ଏହି ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରାଇ ଆଣିବାରେ ସାହାଯ୍ୟ କରିବ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବ । କହିରଖୁଛୁ ଯେ ମେ' ୨୦୨୦ ଠାରୁ ପୂର୍ବ ଲଦ୍ଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଆସିଛି । ପୂର୍ବ ଲଦ୍ଦାଖରେ ଚାଲିଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ଏପର୍ଯ୍ୟନ୍ତ ଅନେକ ରାଉଣ୍ଡ ସାମରିକ ଓ କୂଟନୈତିକ ଆଲୋଚନା କରିଛନ୍ତି ।

ଏହା ବି ପଢ଼ନ୍ତୁ: US Student Visa: ଆମେରିକାକୁ ଦରକାର ଭାରତୀୟ ଛାତ୍ରଛାତ୍ରୀ; ଏହି ବର୍ଷରେ ଦେଲା ସର୍ବାଧିକ ଭିସା, ଜାଣନ୍ତୁ କାହିଁକି?