Ayodhya: ଜାଣନ୍ତୁ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ କାହିଁକି ରହିବନି ମା’ ସୀତାଙ୍କ ପ୍ରତିମୂର୍ତ୍ତି
Advertisement
Article Detail0/zeeodisha/odisha2033712

Ayodhya: ଜାଣନ୍ତୁ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ କାହିଁକି ରହିବନି ମା’ ସୀତାଙ୍କ ପ୍ରତିମୂର୍ତ୍ତି

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ । ଏନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି ସମସ୍ତ ପ୍ରସ୍ତୁତି। ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ନୂଆ ରୂପରେ ସଜେଇ ହେଉଛି ଅଯୋଧ୍ୟା (Ayodhya) ସହର। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଆସନ୍ତା ୩୦ ତାରିଖରେ ଅଯୋଧ୍ଯା ଗସ୍ତ କରିବେ ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ଅଯୋଧ୍ଯା ଗସ୍ତ କରି ମୋଦି ପୁନଃ ବିକଶିତ ଅଯୋଧ୍ୟା ରେଳଷ୍ଟେସନ (Ayodhya Railway Station) ଉଦ୍ଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ (Amrit Bharat Express) ଓ ବନ୍ଦେ ଭାରତ ଟ୍ରେନର (Vande Bharat Train) ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୧୫,୭୦୦ କୋଟରୁ ଉର୍ଦ୍ଧ୍ବ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଦଘାଟନ ସହ ଶିଳାନ୍ୟାସ କରିବେ ।

*ଗର୍ଭଗୃହରେ ରହିବେନି ମାତା ସୀତାଙ୍କ ପ୍ରତିମୂର୍ତ୍ତି

ଅଯୋଧ୍ଯା ରାମ ମନ୍ଦିରରେ ପ୍ରଭୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ୭୦ ଏକର ବିଶିଷ୍ଟ ସ୍ଥଳରେ ନିର୍ମାଣ ହୋଇଥିବା ରାମ ମନ୍ଦିରର ଗର୍ଭଗୃହରେ ବିରାଜମାନ କରିବେ ପ୍ରଭୁ ଶ୍ରୀରାମଚନ୍ଦ୍ର । ୫ ବର୍ଷର ବାଳକ ରୂପରେ ରାମଲାଲଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳସ୍ବରପ ହୋଇଥିବାରୁ ମୁଖ୍ୟ ମନ୍ଦିରର ଗର୍ଭଗୃହରେ ମାଆ ସୀତାଙ୍କର କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ମୁଖ୍ୟ ମନ୍ଦିରର ଲମ୍ବା ୩୬୦ ଫୁଟ ଓ ଓସାର ୨୩୫ ଫୁଟ ଅଟେ । ମନ୍ଦିରର ଶିଖର ୧୬୧ ଫୁଟ ଉଚ୍ଚ ହେବ । ପରିସରର ଯେଉଁ ଗୃର୍ଭଗୃହରେ ରାମଲାଲ ବିରାଜିବେ, ସେଠାରେ ପହଁଞ୍ଚିବା ପାଇଁ ୩୨ ଶିଡି଼ ଚଢିବାକୁ ପଡ଼ିବ । ସବୁଠୁ ବଡ଼ କଥା, ଯେଉଁ ସମୟରେ ଭଗବାନ ରାମ ବିବାହ କରିନଥିଲେ ସେହି ସମୟର ମୂର୍ତ୍ତି ସ୍ଥାପନ ହେବ । ତେଣୁ ମନ୍ଦିରରେ ଶ୍ରଦ୍ଧାଳୁମାନେ ମାତା ସୀତାଙ୍କୁ ଦେଖିବାକୁ ପାଇବେ ନାହିଁ ।

ପ୍ରାଣ ପ୍ରତିଷ୍ଠା ବେଳେ ରହିବେ ୫ ଜଣ

ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ମାତ୍ର ୫ ଜଣ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ସର୍ବପ୍ରଥମେ ଭଗବାନ ରାମଙ୍କୁ ଆଇନା ଦେଖାଯିବ । ଏଥିରେ ପ୍ରଭୁ ନିଜ ମୁଖକୁ ଦେଖିବେ । ଦଳ ପୂଜା ପାଇଁ ଆଚାର୍ଯ୍ୟମାନଙ୍କର ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି ।

ପ୍ରକାଶଥାଉ କି, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମ ହେବାକୁ ଥିବାରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପ୍ରାଣ ପ୍ରତିଷ୍ଠା ନେଇ କାଶୀ ବିଶ୍ବନାଥ ଓ ବୈଷ୍ଣୋଦେବୀ ମନ୍ଦିରର ମୁଖ୍ୟମାନଙ୍କ ସମେତ ପ୍ରାୟ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।