Chinese Manjha Death: ଗୁଡ଼ି ଉଡାଇବା ବେଳେ କାଳ ସାଜିଲା ଚୀନ ମଞ୍ଜା ସୂତା, ଚାଲିଗଲା ୬ ଜୀବନ
Advertisement

Chinese Manjha Death: ଗୁଡ଼ି ଉଡାଇବା ବେଳେ କାଳ ସାଜିଲା ଚୀନ ମଞ୍ଜା ସୂତା, ଚାଲିଗଲା ୬ ଜୀବନ

Gujarat Kite Accident:  ଗୁଡ଼ି ଉଡ଼ାଇବା ଲାଗି ବ୍ୟବହାର ହେଉଥିବା ମଞ୍ଜା ସୂତା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମକର ସଂକ୍ରାନ୍ତୀ ଅବସରରେ ଜରୁରୀକାଳୀନ ସେବା ୧୦୮ସେବାକୁ ଚୀନ ମାଞ୍ଜା କାରଣରୁ ଗଳା କଟି ଯାଇଥିବା ନେଇ ୮୨ ଫୋନ କଲ ଆସିଥିଲା। 

 

Chinese Manjha Death: ଗୁଡ଼ି ଉଡାଇବା ବେଳେ କାଳ ସାଜିଲା ଚୀନ ମଞ୍ଜା ସୂତା, ଚାଲିଗଲା ୬ ଜୀବନ

Chinese Manjha Death in Gujarat: ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡ଼ାଇବା ବେଳେ ଘଟିଯାଇଛି ଅଘଟଣ। ଏଭଳି ଘଟଣା କାରଣରୁ ଅନେକ ଲୋକ ପ୍ରାଣ ହରାଇଥିବାର ଖବର ଆସିଛି। ମକର ସଂକ୍ରାନ୍ତୀ ଅବସରରେ ରବିବାର ଗୁଜୁରାଟ କାଲୋଲ ସହରରେ ବୁଲିବାକୁ ଯାଇଥିବା ଜଣେ ଯୁବକଙ୍କ ଗଳା କଟିଯିବା କାରଣରୁ ତାଙ୍କର ମୃତ୍ୟୁ ରାସ୍ତାରେ ହୋଇଛି। ଚଳିତ ବର୍ଷ ଗୁଜୁରାଟରେ ଗୁଡ଼ି ଉଡ଼ାଇବା ଲାଗି ବ୍ୟବହାର ହେଉଥିବା ମଞ୍ଜା ସୂତା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ୧୭ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ରବିବାର ସୁରଟ ଜିଲ୍ଲାର କାମରେଜ ଠାରେ ଜଣେ ୧୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଗଳା କଟିଯିବା କାରଣରୁ ହୋଇଛି। ମୃତକ ଯୁବକ ସୁମିତ ସାଙ୍ଗଲିଆ ବ୍ୟକ୍ତିଗତ କାମ ପାଇଁ ବାହାରକୁ ଯାଉଥିଲେ। ସେହି ସମୟରେ ଚୀନୀ ମାଞ୍ଜା ସୂତା କାରଣରୁ ତାଙ୍କ ଗଳା କଟିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ଭାରୁଚ ଜିଲ୍ଲାର ୱାଗରାମେ ଠାରେ ଚୀନ ମାଞ୍ଜା କାରଣରୁ ୨ ଜଣଙ୍କ ଗଳା କଟି ଯାଇଥିବା ଖବର ସାମ୍ନାକୁ ଆସିଛି। ଗତକାଲି ଜଣେ ୮ ବର୍ଷର ଶିଶୁ ଗଳା କଟିଯିବା କାରଣରୁ ପ୍ରାଣ ହରାଉଛି। ପରିବାର ସହିତ ଦୁଇ ଚକିଆ ଗାଡି଼ ସାମ୍ନାରେ ବସିଥିବା ୮ ବର୍ଷୀୟ କ୍ରିସ୍ ବିଷ୍ଣୁ ବାସୱାଙ୍କ ଗଳା ଚୀନ ମାଞ୍ଜା ସୂତା କାରଣରୁ କଟି ଯାଇଥିଲା। ଅନ୍ୟପକ୍ଷରେ ଆକ୍ଟିଭା ସ୍କୁଟି ଯୋଗେ ଯାଉଥିବା ଧରତୀ ରାଠୋଡ ନାମକ ଜଣେ ଯୁବତୀଙ୍କ ଗଳା ଚୀନ ମାଞ୍ଜା କାରଣରୁ କଟିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି।

ସେହିପରି ଭଦୋଦରା ଜିଲ୍ଲାର କରଜଣ ରେଳ ଓଭରବ୍ରିଜ ଠାରେ ଜଣେ ଯୁବକଙ୍କ ଗଳା ମାଞ୍ଜା ସୂତା କାରଣରୁ କଟିଯିବା ପରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଯୁବକ ବାଇକ୍ ଯୋଗେ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥିଲେ। ଯାତ୍ରା କରିବା ବେଳେ ମଞ୍ଜା ସୂତା ତାଙ୍କ ବେକରେ ଗୁଡ଼ାଇ ହୋଇଯିବା କାରଣରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଘଟିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟ କଚ୍ଛ ଜିଲ୍ଲାରେ ମଧ୍ୟ ଏଭଳି ସମାନ ଘଟଣା ଘଟିଥିବାର ଖବର ମିଳିଛି।

Also Read: Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

ଅନ୍ୟପଟେ ଗାନ୍ଧୀଧାମ ଠାରେ ​​ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ଜଣେ ଯୁବକଙ୍କ ଗଳା କଟାଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଗତ ଶନିବାର ଦେବଭୂମି ଦ୍ୱାରକା ଜିଲ୍ଲାରେ ମାଞ୍ଜା କାରଣରୁ ଗଳା କଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ରାଜକୋଟ ଜିଲ୍ଲାର କୋଠାରିଆ ଠାରେ ଚୀନ ମାଞ୍ଜା କାରଣରୁ ଗଳା କଟିଯିବାରୁ ଜଣେ ୭ ବର୍ଷର ବାଳକ ଋଷଭ ବର୍ମାଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଜିଲ୍ଲାର ଜୈତପୁର ଠାରେ ମାଞ୍ଜା କାରଣରୁ ଗଳା କଟିଯିବାରୁ ଜଣେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।

ବିସନଗର ଠାରେ ଜଣେ ୩ ବର୍ଷର ବାଳିକା ଘର ବାହାରେ ଖେଳୁଥିବା ବେଳେ ଚୀନ ମାଞ୍ଜା କାରଣରୁ ତାହାର ଗଳାର ଶିରା କଟି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତ ନାବାଳିକାକୁ ସିଭିଲ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲା। ମକର ସଂକ୍ରାନ୍ତୀ ଅବସରରେ ଜରୁରୀକାଳୀନ ସେବା ୧୦୮ସେବାକୁ ଚୀନ ମାଞ୍ଜା 
କାରଣରୁ ଗଳା କଟି ଯାଇଥିବା ନେଇ ୮୨ ଫୋନ କଲ ଆସିଥିଲା।