kisan Mahapanchayat: ଆଜି ବସିବ କିଷାନ ମହାପଞ୍ଚାୟତ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି଼
Advertisement

kisan Mahapanchayat: ଆଜି ବସିବ କିଷାନ ମହାପଞ୍ଚାୟତ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି଼

kisan Mahapanchayat in Delhi: ରାମଲୀଲା ମଇଦାନରେ (Delhi Ramlila Maidan) ଆଜି ବସିବ କିଷାନ ମହାପଞ୍ଚାୟତ (kisan Mahapanchayat) । କେନ୍ଦ୍ର ସରକାରଙ୍କ (Central Government) ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ । ଏହାର ପୂର୍ବରୁ ନୂଆଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର (Samyukt Kisan Morcha) ହଜାର ହଜାର ଚାଷୀ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ହେବ ଏମସପି (MSP Hike) ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ଦାବି ନେଇ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଏହି କିଷାନ ମହାପଞ୍ଚାୟତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବସୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଏଥିରେ ଅଂଶଗ୍ରହଣ କରିବେ । ଏହି ମହାପଞ୍ଚାୟତ (kisan Mahapanchayat) ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଲକ୍ଷ୍ୟ ରଖିଛି  ସଂଯୁକ୍ତ କିଷାନ ମୋର୍ଚ୍ଚା ।  ଏଥିରେ ୫୦,୦୦୦ରୁ ଅଧିକ କୃଷକ ଯୋଗ ଦେବା ନେଇ ସମ୍ଭାବନା ରହିଛି । ଏହି ମହାପଞ୍ଚାୟତରେ ସାମିଲ ହେବା ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶର ସମସ୍ତ କୃଷକ, ସେଣ୍ଟ୍ରାଲ୍ ଟ୍ରେଡ଼ ୟୁନିଅନ୍, ମହିଳା ଓ ଛାତ୍ର ସଂଗଠନ, ଯୁବ ସଂଗଠନ ଓ ଗଣତାନ୍ତ୍ରକ ସଂଗଠନକୁ ଆହ୍ବାନ କରିଛି । ଏନେଇ ବୁଧବାର ଦିଲ୍ଲୀ ପୋଲିସଠାରୁ କୃଷକ ସଂଗଠନକୁ ଅନୁମତି ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

Also Read- Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ

ସୂଚନାଯୋଗ୍ୟ, ସୋମବାର ସଂଯୁକ୍ତ କିଷାମ ମୋର୍ଚ୍ଚାର ଏକ ବୈଠକ ବସିଥିଲା । ବୈଠକ ପରେ ଏସକେଏମ ମୁଖ୍ୟ ଦର୍ଶନ ପାଲ କହିଥିଲେ, ''ପଞ୍ଜାବର କୃଷକମାନେ ମହାପଞ୍ଚାୟତରେ ବହୁ ସଂଖ୍ୟାରେ ଭାଗ ନେବାକୁ ଆଗ୍ରହୀ ଅଟନ୍ତି । ରାମଲୀଲା ମଇଦାନରେ ମହାପଞ୍ଚାୟତର ଆୟୋଜନ କରିବାକୁ ଅନୁମତି ପାଇବା ପାଇଁ କୃଷକ ସଂଗଠନର ଏକ ଦଳ ଦିଲ୍ଲୀ ପୋଲିସ ଓ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଏହି ସମାବେଶର ଆୟୋଜନ କରାଯିବ । ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀ ଆସିବେ ହଜାର ହଜାର କୃଷକ । ଟ୍ରାକ୍ଟର ବଦଳରେ ସମସ୍ତେ ବସ୍ ଓ ଟ୍ରେନରେ ଦିଲ୍ଲୀରେ ପହଞ୍ଚିବେ । ନିର୍ବାଚନ ହେଉ ନ ହେଉ ଆମର ଏଥିରେ କୌଣସି ସମ୍ପର୍କ ନାହିଁ । ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ।'' ମାର୍ଚ୍ଚ ୧୦ରେ ଦିନ ଦେଶବ୍ୟାପୀ ରୋଳରୋକ ଡାକରା ଦେଇଥିଲେ କୃଷକ ସଂଗଠନ । ଏମଏସପି(ସର୍ବନିମ୍ନ ସହାୟତା ମୂଲ୍ୟ) ଉପରେ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ ।