Kim Jong Un Threatened War: ଆମେରିକା ଏବଂ ଦକ୍ଷିଣ କୋରିଆକୁ ଧ୍ୱଂସ କରିଦେବୁ, କିମ ଜୋଙ୍ଗଙ୍କ ଯୁଦ୍ଧ ଧମକ
Advertisement

Kim Jong Un Threatened War: ଆମେରିକା ଏବଂ ଦକ୍ଷିଣ କୋରିଆକୁ ଧ୍ୱଂସ କରିଦେବୁ, କିମ ଜୋଙ୍ଗଙ୍କ ଯୁଦ୍ଧ ଧମକ

Kim Jong Un: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଆମେରିକା ଓ ଦକ୍ଷିଣ କୋରିଆକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି। ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ ତାଙ୍କ ସୌନିକ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 

Kim Jong Un Threatened War

Kim Jong Un Threatened War: ନୂଆ ବର୍ଷ ଉତ୍ସବ ମଧ୍ୟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଆମେରିକା ଓ ଦକ୍ଷିଣ କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ଏହା ସହିତ କିମ ଜୋଙ୍ଗ ଉନ୍ ତାଙ୍କର ବରିଷ୍ଠ ସୌନିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆ ଓ ଆମେରିକା ସାମରିକ ମୁକାବିଲା ଆରମ୍ଭ କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ସର୍ବାଧିକ ବଳ ପ୍ରୟୋଗ କରାଯିବା ଉଚିତ୍।

ନୂଆ ବର୍ଷ ଅବସରରେ ପ୍ୟୋଙ୍ଗୟାଙ୍ଗରେ ଉତ୍ତର କୋରିଆର ପ୍ରମୁଖ କମାଣ୍ଡିଂ ଅଫିସରଙ୍କ ସହ ଏକ ବୈଠକରେ କିମ କହିଛନ୍ତି ଯେ ଉତ୍ତେଜିତ ହେଲେ ତାଙ୍କ ବାହିନୀ ଶତ୍ରୁକୁ ବିନାଶ କରିବା ଉଚିତ। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ କିମ ଜୋଙ୍ଗ ଉନ ଦକ୍ଷିଣ କୋରିଆକୁ ଏକ ନୂଆ ଆଣବିକ ଧମକ ଦେଇଛନ୍ତି।

ଗତ ସପ୍ତାହରେ ଏକ ପାଞ୍ଚ ଦିନିଆ ବୈଠକରେ କିମ୍ କହିଛନ୍ତି ଯେ ସେ ଚଳିତ ବର୍ଷ ଆଉ ତିନୋଟି ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବା ସହିତ ଅଧିକ ଆଣବିକ ସାମଗ୍ରୀ ଉତ୍ପାଦନ କରିବେ ଓ ଆକ୍ରମଣ ଡ୍ରୋନ୍ ବିକାଶ କରିବେ। କିମ୍ ତାଙ୍କର ସର୍ବଶେଷ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଶତ୍ରୁମାନେ ଡିଆରପି ବିରୋଧରେ ସାମରିକ ମୁକାବିଲା ଏବଂ ଉତ୍ତେଜନା ଚୟନ କରନ୍ତି, ତେବେ ଆମର ସୈନ୍ୟବାହିନୀ ବିନା ଦ୍ୱିଧାରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଉଚିତ୍।

ବୈଠକରେ କିମ ଆହୁରି କହିଛନ୍ତି ଯେ ସେ ଆଉ ଦକ୍ଷିଣ କୋରିଆ ସହିତ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରିବେ ନାହିଁ। ସୋମବାର ଦିନ ତାଙ୍କ ନୂତନ ବର୍ଷର ଅଭିଭାଷଣରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ କହିଛନ୍ତି ଯେ ଉତ୍ତର କୋରିଆର ଆଣବିକ ବିପଦକୁ ଦୃଷ୍ଟିରେ ରଖି ସେ ନିଜର ସାମରିକ, କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ କାଉଣ୍ଟର ଷ୍ଟ୍ରାଇକ୍ କ୍ଷମତାକୁ ଦୃଢ଼ କରିବେ। ଏହାପୂର୍ବରୁ କିମ କହିଥିଲେ ଯେ ବିବାଦ ସମୟରେ ଦକ୍ଷିଣ କୋରିଆର ସମଗ୍ର ଅଞ୍ଚଳକୁ ଦମନ କରିବା ପାଇଁ ତାଙ୍କ ସୈନ୍ୟବାହିନୀ ଆଣବିକ ଅସ୍ତ୍ର ସମେତ ସମସ୍ତ ଉପଲବ୍ଧ ଉପାୟ ବ୍ୟବହାର କରିବା ଉଚିତ୍।