ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ସାରା ଦୁନିଆର ବଢ଼ାଇଲେ ଟେନସନ୍
Advertisement

ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ସାରା ଦୁନିଆର ବଢ଼ାଇଲେ ଟେନସନ୍

 North Korea Ballistic Missile: ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ ସମୟରେ ଉତ୍ତର କୋରିଆ ପରମାଣୁ ପରୀକ୍ଷଣ କରିପାରେ ବୋଲି ଖବର ଆସିଥିଲା । ଏଭଳି ପରୀକ୍ଷା ପାଇଁ ପ୍ୟୋଙ୍ଗୟାଙ୍ଗ ପ୍ରସ୍ତୁତ ହେଉଛି । ସେପଟେ ନୂତନ ପରୀକ୍ଷଣ କରିବା ଯୋଗୁଁ ଉତ୍ତର କୋରିଆ ଭୟଙ୍କର ପରିଣାମର ସମ୍ମୁଖୀନ ହେବ ବୋଲି ଅଧିକାରୀ ଚେତାବନୀ ଦେଇଛନ୍ତି ।

ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ସାରା ଦୁନିଆର ବଢ଼ାଇଲେ ଟେନସନ୍

ନୂଆଦିଲ୍ଲୀ: North Korea Ballistic Missile: ଆମେରିକାର ଉପରାଷ୍ଟ୍ରପତି (US Vice President) କମଲା ହାରିସ୍ (Kamala Harris) ଦକ୍ଷିଣ କୋରିଆ (South Korea) ଓ ଜାପାନ (Japan) ଗସ୍ତ କରିବାକୁ ଯାଉଛନ୍ତି । କମଲା ହାରିସଙ୍କ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ ପୂର୍ବରୁ କୋରିଆ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଆମେରିକାର ଉପରାଷ୍ଟ୍ରପତିଙ୍କ ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ଉତ୍ତର କୋରିଆ (North Korea) ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (Ballistic Missile) ମାଡ଼ କରିଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (Kim Jong Un) ଙ୍କ ନେତୃତ୍ୱରେ ଉତ୍ତର କୋରିଆ ରବିବାର ନିଜର ପୂର୍ବ ଉପକୂଳରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ।

ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ ସମୟରେ ଉତ୍ତର କୋରିଆ ପରମାଣୁ ପରୀକ୍ଷଣ କରିପାରେ ବୋଲି ଖବର ଆସିଥିଲା । ଏଭଳି ପରୀକ୍ଷା ପାଇଁ ପ୍ୟୋଙ୍ଗୟାଙ୍ଗ ପ୍ରସ୍ତୁତ ହେଉଛି । ସେପଟେ ନୂତନ ପରୀକ୍ଷଣ କରିବା ଯୋଗୁଁ ଉତ୍ତର କୋରିଆ ଭୟଙ୍କର ପରିଣାମର ସମ୍ମୁଖୀନ ହେବ ବୋଲି ଅଧିକାରୀ ଚେତାବନୀ ଦେଇଛନ୍ତି । ଉତ୍ତର କୋରିଆ ତରଫରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏପରି ଏକ ସମୟରେ ନିକ୍ଷେପ କରାଯାଇଛି, ଯେତେବେଳେ ଦକ୍ଷିଣ କୋରିଆ ଓ ଆମେରିକା ସେନାର ମିଳିତ ଯୁଦ୍ଧାଭ୍ୟାସ ହେବାର ଅଛି । ଏହି ଅଭ୍ୟାସରେ  ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ଅଂଶଗ୍ରହଣ କରିବ । ଦକ୍ଷିଣ କୋରିଆର ସେନା ଦାବି କରିଛି ଯେ, ପ୍ୟୋଙ୍ଗିଆନ୍ ପ୍ରଦେଶର ତାଚେନ୍ ଅଞ୍ଚଳ ନିକଟରେ ଉତ୍ତର କୋରିଆ ଦ୍ୱାରା ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ।

ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ଦକ୍ଷିଣ କୋରିଆର ସୈନ୍ୟର ଜ୍ୱାଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ବୟାନ ଜାରି କରି କହିଛନ୍ତି ଯେ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼ କରିବା ଏକ ଉତ୍ତେଜନାମୂଳକ କାର୍ଯ୍ୟ । ଏହା କୋରିଆ ଉପଦ୍ୱୀପର ତଥା ବିଶ୍ୱ ସମୁଦାୟର ଶାନ୍ତି ଏବଂ ନିରାପତ୍ତା ପାଇଁ ବିପଦ । ଦକ୍ଷିଣ କୋରିଆର ଜ୍ୱାଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କିମ ସେଙ୍ଗ-କ୍ୟୁମ (Kim Seung-kyum) ଆମେରିକା ସେନାର କୋରିଆ କମାଣ୍ଡର ପଲ୍ ଲାକାମେରାଙ୍କ ସହ ଏକ ବୈଠକ କରି ନୂତନ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୨୫୯ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-କିସମିସ ଓ ମହୁ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-୯୦ରୁ ଅଧିକ ବିଧାୟକଙ୍କ ଇସ୍ତଫା, ଭାଙ୍ଗି ଯିବ ଗେହଲୋଟ ସରକାର! ଜାଣନ୍ତୁ ସଂପୂର୍ଣ୍ଣ ଗେମ୍ ପ୍ଲାନ୍

 

ଉତ୍ତର କୋରିଆ ଦ୍ୱାରା ଏହି କ୍ଷେପଣାସ୍ତ୍ର ନିକ୍ଷେପ ହେବା ପରେ ଦକ୍ଷିଣ କୋରିଆ ମଧ୍ୟ ସକ୍ରିୟ ମୋଡକୁ ଆସିଛି । ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇ ଅଧିକାରୀମାନେ ଏହା ଉପରେ ଆଲୋଚନା କରିଛନ୍ତି । ଉତ୍ତର କୋରିଆର କୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଅଧିକାରୀମାନେ ଆଲୋଚନା କରିଛନ୍ତି । ଏହାକୁ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିର ଉଲ୍ଲଂଘନ ବୋଲି କୁହାଯାଇଛି । ଉତ୍ତର କୋରିଆର ଏହି ପଦକ୍ଷେପକୁ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି ବର୍ଣ୍ଣନା କରି ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ପରିଷଦ ଏହାକୁ ନିନ୍ଦା କରିଛି ।