ଗାଡ଼ିରେ କମ୍ ପେଟ୍ରୋଲ ଥିବାରୁ ଟ୍ରାଫିକ ପୋଲିସ କାଟିଲା ଚାଲାଣ, ଡ୍ରାଇଭର ବି ଆଶ୍ଚର୍ଯ୍ୟ; ଫେସବୁକରେ ପୋଷ୍ଟ କଲେ ସ୍ଲିପ୍
Advertisement

ଗାଡ଼ିରେ କମ୍ ପେଟ୍ରୋଲ ଥିବାରୁ ଟ୍ରାଫିକ ପୋଲିସ କାଟିଲା ଚାଲାଣ, ଡ୍ରାଇଭର ବି ଆଶ୍ଚର୍ଯ୍ୟ; ଫେସବୁକରେ ପୋଷ୍ଟ କଲେ ସ୍ଲିପ୍

Kerala Traffic Police: ଏହି ଟ୍ରାଫିକ ଅପରାଧ ଉପରେ ଅଧିକ ଆଲୋଚନା କରିବା ପାଇଁ ୟୁଟ୍ୟୁବରେ ଅନେକ ସ୍ଥାନୀୟ ନ୍ୟୁଜ୍ ଆଉଟଲେଟ୍ ଓ କଣ୍ଟେଣ୍ଟ୍ କ୍ରିଏଟର୍ସ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ତେବେ ତାଙ୍କୁ କୁହାଯାଇଛି ଯେ ଭାରତୀୟ ମୋଟର ଯାନ ଅଧିନିୟମ କିମ୍ବା ରାଜ୍ୟ ଆଇନରେ କୌଣସି ଧାରା ନାହିଁ ଯେ କୌଣସି ବ୍ୟକ୍ତିଙ୍କୁ କମ୍ ଇନ୍ଧନ ଗାଡି ଚଳାଇବା / ବସିବାକୁ ବାରଣ କରେ । 

ଗାଡ଼ିରେ କମ୍ ପେଟ୍ରୋଲ ଥିବାରୁ ଟ୍ରାଫିକ ପୋଲିସ କାଟିଲା ଚାଲାଣ, ଡ୍ରାଇଭର ବି ଆଶ୍ଚର୍ଯ୍ୟ; ଫେସବୁକରେ ପୋଷ୍ଟ କଲେ ସ୍ଲିପ୍

ନୂଆଦିଲ୍ଲୀ: Kerala Traffic Police: ଯେତେବେଳେ ବି କେହି ନିଜ ଗାଡ଼ି ନେଇ ରାସ୍ତାକୁ ଯାଆନ୍ତି, ଚାଳକ ଗାଡ଼ିର ସବୁ ଡକ୍ୟୁମେଣ୍ଟ ନିଜ ପାଖରେ ରଖି ଥାଆନ୍ତି । ଯାହା ଦ୍ୱାରା ଚାଲାଣ କାଟିବାରୁ ରକ୍ଷା ମିଳିଥାଏ । ଚାଲାଣକୁ ଏଡାଇବା ପାଇଁ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ କାର୍ଡ, ହେଲମେଟ, ଗାଡ଼ିର କାଗଜପତ୍ର ସହିତ ସବୁକିଛି ରଖନ୍ତି । ଏହା ସତ୍ତ୍ୱେ ଜଣେ ବ୍ୟକ୍ତିଙ୍କ ଏଥିପାଇଁ ଚାଲାଣ କଟିଛି, କାରଣ ସେ ନିଜ ଗାଡ଼ିରେ କମ୍ ପେଟ୍ରୋଲ ରଖିଥିଲା । ଆଜ୍ଞା ହଁ, ନିକଟ ଅତୀତରେ କେରଳର ଜଣେ ବ୍ୟକ୍ତିଙ୍କ ଚାଲାଣ ଏଥିପାଇଁ କଟିଛି, କାରଣ ସେହି ବ୍ୟକ୍ତି ଜଣକ ପର୍ଯ୍ୟାପ୍ତ ପରିମାଣରେ ଇନ୍ଧନ ବିନା ନିଜ ମୋଟରସାଇକେଲ ଚଳାଉଥିଲେ । ଚାଲାଣ କଟିଥିବା ବ୍ୟକ୍ତିଙ୍କ ନାମ ହେଉଛି ତୁଳସୀ ଶ୍ୟାମ । କେରଳ ଟ୍ରାଫିକ ପୋଲିସ ପଠାଇଥିବା ଇ-ଚ୍ୟାଲେଞ୍ଜର ଫଟୋ ତୁଲସୀ ଶ୍ୟାମ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ଜଣକ ଏକ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍ 350 ମୋଟରସାଇକେଲରେ ଯାଉଥିଲେ । ସେ ନିଜ କର୍ମକ୍ଷେତ୍ରକୁ ଯାଉଥିବାବେଳେ ସ୍ଥାନୀୟ ଟ୍ରାଫିକ୍ ପୋଲିସ୍ ତାଙ୍କୁ ଏକପାଖିଆ ରାସ୍ତାରେ ବିପରୀତ ଦିଗକୁ ଯିବା ପାଇଁ ଅଟକାଇଥିଲା । ଏହା ପରେ ତାଙ୍କୁ ଏହି ଅପରାଧ ପାଇଁ ୨୫୦ ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା, ଯାହା ସେ ଠିକ୍ ଭାବରେ ପାଳନ କରିଥିଲେ । ଶ୍ୟାମ କହିଛନ୍ତି ଯେ, ଯେତେବେଳେ ସେ ନିଜ କର୍ମକ୍ଷେତ୍ରରେ ପହଞ୍ଚିଲେ ସେତେବେଳେ ସେ ଟ୍ରାଫିକ୍ ସ୍ଲିପ୍ ଦେଖି ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଚାଲାଣ କାଟିବାର କାରଣ ଲେଖା ଯାଇଥିଲା କି 'ଯାତ୍ରୀ ପର୍ଯ୍ୟାପ୍ତ ଇନ୍ଧନ ବିନା ଗାଡି ଚଲାଇବା' ।

ଏହା ବି ପଢ଼ନ୍ତୁ:-ପାକିସ୍ତାନରେ କ'ଣ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ ଗତ ୭୨ ଘଣ୍ଟାର ପୂରା ଘଟଣାକ୍ରମ

ଏହା ବି ପଢ଼ନ୍ତୁ:-ପିଏମ ମୋଦି ଖୁବ୍ ଶୀଘ୍ର ପୂରଣ କରିବେ ଆଉ ଏକ ପ୍ରତିଶ୍ରୁତି! ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

 

ଏହି ଟ୍ରାଫିକ ଅପରାଧ ଉପରେ ଅଧିକ ଆଲୋଚନା କରିବା ପାଇଁ ୟୁଟ୍ୟୁବରେ ଅନେକ ସ୍ଥାନୀୟ ନ୍ୟୁଜ୍ ଆଉଟଲେଟ୍ ଓ କଣ୍ଟେଣ୍ଟ୍ କ୍ରିଏଟର୍ସ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ତେବେ ତାଙ୍କୁ କୁହାଯାଇଛି ଯେ ଭାରତୀୟ ମୋଟର ଯାନ ଅଧିନିୟମ କିମ୍ବା ରାଜ୍ୟ ଆଇନରେ କୌଣସି ଧାରା ନାହିଁ ଯେ କୌଣସି ବ୍ୟକ୍ତିଙ୍କୁ କମ୍ ଇନ୍ଧନ ଗାଡି ଚଳାଇବା / ବସିବାକୁ ବାରଣ କରେ । Mashable ଅନୁଯାୟୀ, କେରଳ ପରିବହନ ଆଇନରେ ଉଲ୍ଲେଖ କରାଯାଇଥିବା ଏକମାତ୍ର ଇନ୍ଧନ ସମ୍ବନ୍ଧୀୟ ଅପରାଧ ହେଉଛି ଯେ ଯଦି ଏକ ବ୍ୟବସାୟିକ ଯାନ ଯେପରିକି ଭ୍ୟାନ୍, କାର୍, ବସ୍ ଏବଂ ଅଟୋ - ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବା ପୂର୍ବରୁ ତେଲ ଶେଷ ହୋଇଯାଏ ତେବେ ଡ୍ରାଇଭର କିମ୍ବା ମାଲିକଙ୍କୁ ୨୫୦ ଟଙ୍କା ଜୋରିମାନା ଦେବାକୁ ପଡିବ ।