କଠୁଆ ଗଣଦୁର୍ଷ୍କମ ମାମଲା : ନାବାଳକ ନୁହେଁ କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ କହିଲେ ସୁପ୍ରିମକୋର୍ଟ
Advertisement

କଠୁଆ ଗଣଦୁର୍ଷ୍କମ ମାମଲା : ନାବାଳକ ନୁହେଁ କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ କହିଲେ ସୁପ୍ରିମକୋର୍ଟ

Kathua: କଠୁଆ ଗଣଦୁର୍ଷ୍କମ ଘଟଣା। କଠୁଆ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ । ଅପରାଧ ସମୟର ଉଦାହରଣ ସହ ଅଭିଯୁକ୍ତ ବିରୋଧରେ ସାବାଳକ ଭଳି ମୋକଦ୍ଦମା ଚଳାଇବାକୁ ଦେଲେ ନିର୍ଦ୍ଦେଶ ।

କଠୁଆ ଗଣଦୁର୍ଷ୍କମ ମାମଲା : ନାବାଳକ ନୁହେଁ କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ କହିଲେ ସୁପ୍ରିମକୋର୍ଟ

Kathua Gangrape Case: ‘କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ,ନାବାଳକ ନୁହେଁ’ବରଂ ସାବାଳକ ଭାବରେ ଅଭିଯୁକ୍ତ ବିରୋଧରେ ମୋକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆପେକ୍ସ କୋର୍ଟ କଠୁଆର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଯେଉଁଥିରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟ ଅଭିଯୁକ୍ତ ଶୁଭମ ସାଙ୍ଗରା ଜଣେ ନାବାଳକ ଏବଂ ତାଙ୍କ ବିରୋଧରେ  ପୃଥକ ଭାବରେ ବିଚାର କରାଯିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।

କଠୁଆରେ ଜଣେ ଆଠ ବର୍ଷର ନାବାଳିକାକୁ ଗ୍ୟାଙ୍ଗରେପ୍ ଏବଂ ହତ୍ୟା ମାମଲା (Kathua Gangrape and Murder Case) ସମ୍ବନ୍ଧୀୟ ଏକ ସଦ୍ୟତମ ଘଟଣା ସାମ୍ନାକୁ ଆସିଛି । ମାମଲାରେ ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ ନୁହେଁ ଏବଂ ତାର ଅପରାଧ ପାଇଁ ଜଣେ ବୟସ୍କ ପରି ତାର ବିଚାର କରାଯାଇପାରିବ। ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଭାବରେ ଆଇନଗତ ପ୍ରମାଣ ଅଭାବରୁ, ଜଣେ ଅଭିଯୁକ୍ତଙ୍କ ବୟସ ସମ୍ବନ୍ଧରେ ଡାକ୍ତରୀ ମତାମତକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

“ଅନ୍ୟ କୌଣସି ଚରମ ପ୍ରମାଣ ଅଭାବରେ ବୟସ ସମ୍ବନ୍ଧରେ ଡାକ୍ତରୀ ମତ ଅଭିଯୁକ୍ତଙ୍କ ବୟସ ସୀମା ନିର୍ଣ୍ଣୟ କରିବାକୁ ବିଚାର କରାଯିବା ଉଚିତ୍। ଡାକ୍ତରୀ ପ୍ରମାଣ ଉପରେ ନିର୍ଭର କରାଯାଇପାରିବ କି ନାହିଁ, ତାହା ପ୍ରମାଣର ମୂଲ୍ୟ ଉପରେ ନିର୍ଭର କରେ ବୋଲି ନ୍ୟାୟମୂର୍ତ୍ତୀ ଅଜୟ ରାସ୍ତୋଗୀ (justices Ajay Rastogi ) ଏବଂ ଜେ.ବି ପାରଦୀୱାଲା( JB Pardiwala) ଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଖଣ୍ଡପୀଠ କଠୁଆର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ତାର ଅପରାଧ ପାଇଁ ଅଭିଯୁକ୍ତକୁ ସାବାଳକ ଭାବେ ଗ୍ରହଣ କରି ମାମଲା ଚାଲିପାରିବ ବୋଲି କହିଛନ୍ତି।

କଠୁଆର ସିଜେଏମ୍ ଏବଂ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ

ନ୍ୟାୟମୂର୍ତ୍ତୀ ପାରଦୀୱାଲା (Pardiwala) ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ,“ଆମେ ସିଜେଏମ କାଠୁଆ ଓ ହାଇକୋର୍ଟ ଦେଇଥିବା ରାୟକୁ ଆମେ ଗ୍ରହଣ କରୁନାହୁଁ। ଆମେ ଏହି ନିଷ୍ପତ୍ତି ନେଉଛୁ ଯେ ଅପରାଧ ଘଟଣାଇବା ବେଳେ ଅଭିଯୁକ୍ତ ନାବାଳକ ନଥିଲା। ତେଣୁ ତାହାର ବିଚାର ସାବାଳକ ଭାବେ କରାଯାଉ।”

୨୦୧୮ ର ଏହି ଘଟଣା
୨୦୧୮ ଜାନୁଆରୀ ମାସରେ ୮ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ଜମ୍ମୁ-କଶ୍ମୀର (Jammu and Kashmir) ର କଠୁଆ (Kathua) ନିକଟସ୍ଥ ଏକ ଗ୍ରାମରେ ନାବାଳିକାଙ୍କୁ ଗୋଟିଏ ମନ୍ଦିର ଭିତରେ ପଣବନ୍ଦୀ କରି ରଖାଯିବା ସହିତ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା । ୪ ଦିନ କାଳ ଏପରି ଜଘନ୍ୟକାଣ୍ତ ଘଟାଇବା ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିଲା । ଛଅ ଜଣ ପୁରୁଷ ଏବଂ ଜଣେ ନାବାଳକ ଏଥିରେ ସାମିଲ ଥିବା କୁହାଯାଇଥିଲା । ଏହି ଘଟଣାରେ ସଞ୍ଜି ରାମ, ଜଣେ ପୁଲିସ୍‌ ଅଧିକାରୀ ଦୀପକ ଖଜୁରିଆ ଓ ପରଭେଶ କୁମାରକୁ ଆଜୀବନ ଜେଲଦଣ୍ଡ ମିଳିଛି। ସେହିପରି ଅନ୍ୟ ୩ ଅଭିଯୁକ୍ତ ଆନନ୍ଦ ଦତ୍ତ, ହେଡ କନଷ୍ଟେବଲ ତିଲକ ରାଜ ଓ ପୁଲିସ୍‌ ଅଧିକାରୀ ସୁରେନ୍ଦ୍ର ବର୍ମାକୁ ୫ ବର୍ଷ ଲେଖାଏଁ ଜେଲ ଏବଂ ୫୦ ହଜାର ଲେଖାଏଁ ଜୋରିମାନା ଲାଗୁ କରାଯାଇଥିଲା । ସଞ୍ଜି ରାମର ପୁଅ ବିଶାଲକୁ ଟ୍ରାଏଲ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ।

ତେବେ ସେତେବେଳର ନାବାଳକ ଅଭିଯୁକ୍ତ କୁହାଯାଉଥିବା ସାଙ୍ଗରାଙ୍କ ବିରୋଧରେ ଶୁଣାଣିକୁ ନାବାଳକ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଆଜି ମାନ୍ୟବର ସୁପ୍ରିମକୋର୍ଟ କଠୁଆର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ଅପରାଧୀର ଅପରାଧ ପାଇଁ ଅଭିଯୁକ୍ତକୁ ସାବାଳକ ଭାବେ ଗ୍ରହଣ କରି ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।