Kashmiri Pandits: ଅମିତ ଶାହାଙ୍କ ବୈଠକର ପ୍ରଭାବ; ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କର ହେଲା ଟ୍ରାନ୍ସଫର
Advertisement

Kashmiri Pandits: ଅମିତ ଶାହାଙ୍କ ବୈଠକର ପ୍ରଭାବ; ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କର ହେଲା ଟ୍ରାନ୍ସଫର

Kashmiri Pandits: ପୋଲିସ୍ ଅଫିସର ସୈଫୁଲ୍ଲା କାଦ୍ରିଙ୍କୁ ଶ୍ରୀନଗର ତାଙ୍କ ବାସଭବନ ବାହାରେ ୨୪ ମେ'ରେ ଗୁଳିମାରି ହତ୍ୟା କରଯାଇଥିବା ବେଳେ, ଟେଲିଭିଜନ କଳାକାର ଅମ୍ରିନ୍ ଭଟ୍ଟଙ୍କୁ ଦୁଇ ଦିନ ତଳେ ବୁଦ୍ଧଗାମରେ ଗୁଳି କରି ହତ୍ୟା କରାଯାଇଥିଲା ।

ସାଙ୍କେତିକ ଫଟୋ

Target killing in Kashmir: କାଶ୍ମୀରରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ବୃଦ୍ଧି ପାଉଥିବା ମଧ୍ୟରେ ସରକାର ଶ୍ରୀନଗରରେ ପୋଷ୍ଟ ହୋଇଥିବା ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି । କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ତଥା ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରାଯାଉଥିବାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ସେ ଅସୁବିଧାରେ ପଡିଥିବା ୟୁନିଅନ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଏହି ବୈଠକ ପରେ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କ ଟ୍ରାନ୍ସଫର ଆଦେଶ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ କାର୍ଯ୍ୟ କରୁଥିବା କାଶ୍ମୀରୀ ପଣ୍ଡିତମାନେ ୧୨ ମଇରେ କାଶ୍ମୀରର ବଡଗାମ ଜିଲ୍ଲାର ଚଦୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଭୟଭିତ ହୋଇଯାଇଛନ୍ତି । ସେ ସେଠାରୁ ପଳାୟନ କରିବାକୁ ଧମକ ଦେଇ ବିରୋଧ କରୁଛନ୍ତି । ଭଟ୍ଟଙ୍କ ହତ୍ୟା ପରେ ବିଭିନ୍ନ ସ୍ଥାନରେ ପ୍ରାୟ ୬,୦୦୦ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଘାଟି ବାହାରେ ତାଙ୍କୁ ଟ୍ରାନ୍ସଫର କରିବାକୁ ସେମାନେ ଦାବି କରିଥିଲେ ।

ଗୁରୁବାର ଦିନ କାଶ୍ମୀରରେ ଦୁଇ ଜଣଙ୍କ (ବ୍ୟାଙ୍କ କର୍ମଚାରୀ ଏବଂ ଜଣେ ଇଟାଭାଟି ଶ୍ରମିକ) ହତ୍ୟା ହୋଇଛି ।  କହି ରଖୁଛୁ ଯେ, ୧  ମେ'ରୁ ବ୍ୟାଙ୍କ ମ୍ୟାନେଜର ଆତଙ୍କବାଦୀଙ୍କ ଅଷ୍ଟମ ଶିକାର ଏବଂ ଇଟାଭାଟି ଶ୍ରମିକ ନବମ ଶିକାର ଥିଲେ ।

ମଙ୍ଗଳବାର ଦିନ ଆତଙ୍କବାଦୀମାନେ ଗୁଳି ମାରି ଜମ୍ମୁ ଅଞ୍ଚଳର ସାମ୍ବା ଜିଲ୍ଲାର ଜଣେ ମହିଳା ଶିକ୍ଷକଙ୍କୁ ହତ୍ୟା କରିଛନ୍ତି । ମେ' ୧୮ ରେ ଆତଙ୍କବାଦୀମାନେ ଉତ୍ତର କାଶ୍ମୀରର ବାରମୁଲାର ଏକ ମଦ ଦୋକାନରେ ପ୍ରବେଶ କରି ଗ୍ରେନେଡ ଫିଙ୍ଗିଥିଲେ, ଯେଉଁଥିରେ ଜମ୍ମୁ ଅଞ୍ଚଳର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ ।

ମେ' ୨୪ ରେ ଶ୍ରୀନଗର ପୋଲିସ୍ ସାଇଫୁଲ୍ଲା କାଦ୍ରିଙ୍କୁ ତାଙ୍କ ବାସଭବନ ବାହାରେ ଗୁଳିମାରି ହତ୍ୟା କରଯାଇଥିବା ବେଳେ, ଟେଲିଭିଜନ କଳାକାର ଅମ୍ରିନ୍ ଭଟଙ୍କୁ ଦୁଇ ଦିନ ତଳେ ବୁଦ୍ଧଗାମରେ ଗୁଳି କରି ହତ୍ୟା କରାଯାଇଥିଲା ।

ଏହା ବି ପଢ଼ନ୍ତୁ: 3D printed ear transplant : ଦୁନିଆରେ ପ୍ରଥମ ଥର ବଦଳିଲା କାନ

ଏହା ବି ପଢ଼ନ୍ତୁ: ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଅବୈଧ, SC କହିଲେ- ଆପଣଙ୍କୁ ଏହି ଅଧିକାର କେଉଁଠାରୁ ମିଳିଛି?