ଉପଦ୍ରବୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିହାର ମନ୍ତ୍ରୀ ନୀତିନ ନବୀନ
Advertisement
Article Detail0/zeeodisha/odisha1217233

ଉପଦ୍ରବୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିହାର ମନ୍ତ୍ରୀ ନୀତିନ ନବୀନ

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ଗତ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସାକାଣ୍ଡ।       

ଉପଦ୍ରବୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିହାର ମନ୍ତ୍ରୀ ନୀତିନ ନବୀନ

Mob Attack on Bihar Minister at Ranchi: ଝାଡଖଣ୍ଡ ରାଜଧାନୀ ରାଞ୍ଚି ଠାରେ ଉପଦ୍ରବୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବିହାର ମନ୍ତ୍ରୀ ନୀତିନ ନବୀନ। ଗତ ଶୁକ୍ରବାର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଞ୍ଚି ଆସିଥିଲେ ବିହାର ମନ୍ତ୍ରୀ। ମାତ୍ର ସେହି ଦିନ ଜୁମା ନମାଜ ପରେ ରାଞ୍ଚି ସହରରେ ହିଂସାକାଣ୍ଡ ଭିଆଇଥିଲେ ଉପଦ୍ରବୀ। ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ଗତ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସାକାଣ୍ଡ।       

ଗତ ଶୁକ୍ରବାର ବିରୋଧ କରିବା ପ୍ରଦର୍ଶନ କରିବା ସମୟରେ ଉପଦ୍ରବୀ ହିଂସାକାଣ୍ଡ ଭିଆଇବାରୁ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସହରରେ ଦଙ୍ଗା ଭଳି ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିହାର ମନ୍ତ୍ରୀ ନୀତିନ ନବୀନ କହିଛନ୍ତି ଆମେ ଏକ ହୋଟେଲ ଠାରେ ଅବସ୍ଥାନ କରିଥିଲୁ। ହୋଟେଲ ରହଣୀ ସମୟରେ ଆମକୁ ଖବର ମିଳିଲା ଶୁକ୍ରବାର ଜୁମା ନମାଜ ପରେ ରାଞ୍ଚି ସହରରେ ବିରୋଧ ପ୍ରଦର୍ଶନ କରାଯାଉଛି। ଅପରାହ୍ନ ତିନିଟା ବେଳେ ଆମେ ଜାଣିବାକୁ ପାଇଲୁ ଯେ ପରିସ୍ଥିତି ନିୟନ୍ତ୍ରଣାଧିନ। ଏହା ଆମେ ନିଜ ଘରକୁ ଫେରିବା ଉଦ୍ଦେଶ୍ୟରେ ସେଠାରୁ ଚାଲିଗଲୁ। ମାତ୍ର ମୁଖ୍ୟ ରାସ୍ତାରେ ଯିବା ସମୟରେ ଅଚାନକ ଲୋକଙ୍କ ଭିଡ଼ ମାଡି ଆସିବା ସହ ଆମ ଗାଡ଼ି଼କୁ ଚାରିପାଖରୁ ଘେରି ନେଇଥିଲା। କେବଳ ଭଗବାନଙ୍କ କୃପାରୁ ଆମେ ବଞ୍ଚିଯାଇଥିଲୁ। 

ଉପସ୍ଥିତି ବୁଦ୍ଧି ଲାଗି ଲୋକଙ୍କ ଭିଡ଼ କବଳରୁ ନିଜକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ ବିହାର ମନ୍ତ୍ରୀ। ଭିଡ଼ ଭିତରେ ଥିବା ଅନେକ ଲୋକ ତାଙ୍କ ମୁହଁକୁ ଚିହ୍ନି ପାରିଥିବେ ଏବଂ ଯେଉଁମାନେ ତାଙ୍କ ମୁହଁରୁ ତାଙ୍କୁ ଚିହ୍ନି ପାରି ନ ଥିଲେ  ସେମାନେ ମୋର ପୋଷାକ ଦେଖିବା ପରେ ସେମାନଙ୍କୁ ଏହା ଜଣା ପଡିଥାଇପାରେ ଯେ ଗାଡି ଭିତରେ କେହି ଜଣେ ରାଜନେତା ଥାଇପାରନ୍ତି। ଲୋକଙ୍କ ଭିଡ ମଧ୍ୟରେ ଫସିଯିବା ପରେ ମନ୍ତ୍ରୀ ନୀତିନ ନବୀନଙ୍କୁ ସେତେବେଳେ ସୁରକ୍ଷା ମିଳିଥିଲା ଯେତେବେଳେ ସେ ଝାଡଖଣ୍ଡ ପୋଲିସ ମହାନିର୍ଦ୍ଦେଶକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ବିହାର ସୀମାରେ ପ୍ରବେଶ କରିବା ପର୍ଯ୍ୟନ୍ତ ଆମକୁ ସୁରକ୍ଷା ଦେବା ପାଇଁ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ପଠାଇଥିଲେ।

ଝାଡ଼ଖଣ୍ଡ ପ୍ରଶାସନକୁ ଟାର୍ଗେଟ କରି ବିହାର ମନ୍ତ୍ରୀ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟରେ ଏତେ ସଂଖ୍ୟକ ଲୋକ ରାସ୍ତାରେ ଆସିବା ଏକ ସୁଚିନ୍ତିତ ଷଡଯନ୍ତ୍ର। ଭିଡ଼ ଭିତରେ ରହିଥିବା ଲୋକେ ନିୟମକୁ ଭୟ କରିନଥିଲେ। ଏହି ଘଟଣାରେ ବିହାର ପଞ୍ଚାୟତିରାଜ ମନ୍ତ୍ରୀ ସମ୍ରାଟ ଚୌଧରୀ କହିଛନ୍ତି ଯେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟରେ ଗୁଣ୍ଡାରାଜ ସ୍ଥାପନ କରିଛନ୍ତି। ରାଞ୍ଚି ସହରରେ ଶୁକ୍ରବାର ଜୁମା ନମାଜ ପରେ ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନଙ୍କ ଉପରେ ଉପଦ୍ରବୀଙ୍କ ଆକ୍ରମଣକୁ ନିନ୍ଦା କରୁଛି।

Also Read: Prophet Muhammad Row Protest: ନପୁର ଶର୍ମାଙ୍କ ବାହାନାରେ ରାଞ୍ଚିରେ ଉପଦ୍ରବୀଙ୍କ ହିଂସା; କର୍ଫ୍ୟୁ ଘୋଷଣା

Also Read: ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ