Bus accident: ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ବ୍ରିଜ ତଳକୁ ଖସିଲା ବସ: ୧୦ ମୃତ, ଅନେକ ଗୁରୁତର
Advertisement

Bus accident: ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ବ୍ରିଜ ତଳକୁ ଖସିଲା ବସ: ୧୦ ମୃତ, ଅନେକ ଗୁରୁତର

Jammu kashmir Bus accident : ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଖାଇକୁ ଖସିଲା ବସ। ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଥିବା ସୂଚନା ରହିଛି।

ସୌ(ସୋସିଆଲ ମିଡିଆ)

Bus accident at Jammu kashmir ​: ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବସ୍ ଗଭୀର ଖାଇକୁ ଖସିପଡ଼ିବାରୁ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ମଧ୍ଯ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତ୍ରୀବାହୀ ବସଟି ଏକ ଗଭୀର ଖାଇକୁ ଖସିପଡିଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ବସଟି ଅମୃତସରରୁ କଟରା ଅଭିମୁଖେ ଯାଉଥିଲା, ବସରେ ଥିବା ଅଧିକାଂଶ ଯାତ୍ରୀ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିଲେ। ସମସ୍ତ ଯାତ୍ରୀ ବିହାରର ବାସିନ୍ଦା ଥିଲେ। ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅନ୍ୟପଟେ ଆହତଙ୍କ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ପହଁଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଅମୃତସରରୁ ଜମ୍ମୁ କାଶ୍ମୀର କଟରା ଅଭିମୁଖେ ଯାଉଥିବା ଏକ ଯାତ୍ରୀବସଟି  ଜମ୍ମୁ ଜିଲ୍ଲା କଟରା ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅମେକ ଯାତ୍ରୀ ଗୁରୁତର ହୋଇଥିଲେ । ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଲଗା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉ କି, ନିକଟର ଜମ୍ମୁ କାଶ୍ମୀର (Jammu kashmir Accident) କିଶତୱାଡ଼ ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା (Jammu kashmir Accident) । ଗୋଟିଏ ଗାଡି଼ ଭାରସାମ୍ୟ ହରାଇ ଗଭୀର ଘାଟକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ୭ ଜୀବନ। ସେପଟେ ସୋମବାର ଦିନ ଆସାମ ଗୌହାଟିରେ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି (Assam Road Accident) । ହାଦସା ସହରର ଜଳକୁବାଡ଼ି ଫ୍ଲାଇଏଭର ବ୍ରିଜରେ ରବିବାର ରାତିରେ ଘଟିଥିବା ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆସାମ ଇଞ୍ଜିନିୟରିଂ କଲେଜରେ ପଢୁଥିବା ୧୦ ଜଣ ଛାତ୍ର ଏକ ମହିନ୍ଦ୍ରା ଏସୟୁଭି ଭଡ଼ା କରି ଗୌହାଟି ବିମାନ ବନ୍ଦର ଆଡୁ଼ ଆସୁଥିଲେ । ଏହି ସମୟରେ ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନଟି କାରକୁ ଧକ୍କା ଦେଇଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପିକଅପ୍ ଭ୍ୟାନ ଧକ୍କାରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡ଼ରରେ ମାଡ଼ ହୋଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ସେପଟେ ସମାନ ଦିନ କଟକ ତାଳଦଣ୍ତା କେନାଲ (Cuttack Taladanda canal accident) ଭିତରକୁ କାର ପଶି ୨ ଜଣ ଗୁରୁତର ହୋଇଥିଲେ । ମାତୃ ଭବନ- ନୂଆ ବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ପାଣିରେ ବୁଡ଼ି ଯିବାରୁ ଏଥିରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଦୁହେଁଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୋମବାର ଦିନ ଅପରାହ୍ନରେ କାରଟି ଭାରସାମ୍ୟ ହରାଇ କଟକ ଆନନ୍ଦପୁର ନିକଟ ତାଳଦଣ୍ତା କେନାଲ ଭିତରକୁ ଖସିପଡ଼ିଥିଲା । ଫଳରେ କାରରେ ଥିବା ଦୁଇ ଜଣ କେନାଲ ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡ଼ିକାଲ ପଠାଯାଇଛି ।

ଏହା ବି ପଢନ୍ତୁ-Video: ଭାରତରେ ଗୁପଚୁପ୍ ଖାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ସେୟାର କରି କହିଲେ...