Bus Collides: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆଖି ଆଗରେ ଚାଲିଗଲା ଏତିକି ଜୀବନ
Advertisement

Bus Collides: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆଖି ଆଗରେ ଚାଲିଗଲା ଏତିକି ଜୀବନ

ବୈତୁଲ ପୋଲିସ କଣ୍ଟ୍ରୋଲ ରୁମ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଶିବରାଜ ସିଂ ଠାକୁର କହିଥିଲେ ଯେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର ଦୂରରେ ଥିବା ଭିନସଦେହି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। 

Bus Collides: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆଖି ଆଗରେ ଚାଲିଗଲା ଏତିକି ଜୀବନ

Bus Collides:  ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀରରେ (Jammu Kashmir) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) ଘଟିଛି। ସାମ୍ବାସ୍ଥିତ (Samba) ଜାମ୍ମୁ-ପଠାନକୋଟ (Jammu Pathankot) ରାଜପଥରେ (National Highway) ଦୁଇଟି ବସ (Bus Collides) ମଧ୍ୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରେ (National Highway) ଘଟିଥିବା ଏହି ବସ୍ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର (Madhyapradesh) ବେତୁଲରେ (Baitul) ଏକ ଏସୟୁଭି ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। 

ଅଧିକ ପଢନ୍ତୁ: Russia Ukraine War: ଋଷୀୟ ସୈନିକଙ୍କୁ ଅଟକାଇବା ପାଇଁ ପ୍ରାକୃତିକ ଅସ୍ତ୍ର ବ୍ୟବହାର କରିବ ୟୁକ୍ରେନ, ଜାଣନ୍ତୁ ଏହା କ'ଣ

ଅଧିକ ପଢନ୍ତୁ: Rafale Jet: ଏହି ତାରିଖ ପର୍ଯ୍ୟନ୍ତ ଭାରତରେ ପହଞ୍ଚିବ ଶେଷ ରାଫେଲ ବିମାନ, ୨୦୧୬ ବର୍ଷରେ ହୋଇଥିଲା ୬୦ ହଜାର କୋଟି ଟଙ୍କାର ଚୁକ୍ତି

ତେବେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ମୃତାହତଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲା। ଏନେଇ ଚିକିତ୍ସା ଅଧିକାରୀ ଭାରତ ଭୂଷଣ କହିଥିଲେ କି ୧୩ ବର୍ଷର ବାଳିକା ସମେତ ୧୭ ଜଣ ଲୋକ ଗୁରୁତର ଭାବେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ଅତି କମରେ ୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। 

ଏଠାରେ କହି ରଖୁ ଯେ ଗତ ସପ୍ତାହରେ ଏହିଭଳି ଭାବେ ଏକ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ। ନଭେମ୍ବର ୪ରେ (November) ମଧ୍ୟପ୍ରଦେଶର (Madhyapradesh) ବେତୁଲ ଜିଲ୍ଲାର ଜାଲାରଠାରେ (Jalar) ଏକ ଏସୟୁଭି କାର ଏକ ଖାଲି ବସ୍‌ରେ ଧକ୍କା ହେବା ଫଳରେ ଦୁଇ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ବୈତୁଲ ପୋଲିସ କଣ୍ଟ୍ରୋଲ ରୁମ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଶିବରାଜ ସିଂ ଠାକୁର କହିଥିଲେ ଯେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର ଦୂରରେ ଥିବା ଭିନସଦେହି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସେ କହିଥିଲେ, ସକାଳ ପ୍ରାୟ ୨ଟା ବେଳେ ଘଟିଥିବା ଦୁର୍ଘଟଣାରେ ୬ ଜଣ ପୁରୁଷ, ତିନିଜଣ ମହିଳା, ପାଞ୍ଚ ବର୍ଷର ବାଳିକା ଏବଂ ଗୋଟିଏ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତଦେହକୁ କ୍ଷତିଗ୍ରସ୍ତ ଏସୟୁଭିରୁ ଗ୍ୟାସ କଟରରେ କାଟି ବାହାର କରିବାକୁ ପଡ଼ିଥିଲା।

ଅଧିକ ପଢନ୍ତୁ: IND vs ENG: ପରାଜୟ ପାଇଁ ଏମାନଙ୍କୁ ଦାୟୀ କଲେ ରୋହିତ, ମ୍ୟାଚ୍ ପରେ ଦେଲେ ବଡ଼ ବୟାନ

ଅଧିକ ପଢନ୍ତୁ: T20 World Cup 2022: ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି