Riot Control: ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଯୋଗୀ ମଡେଲ ଲାଗୁ କଲା ଇସ୍ରାଏଲ
Advertisement
Article Detail0/zeeodisha/odisha1274906

Riot Control: ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଯୋଗୀ ମଡେଲ ଲାଗୁ କଲା ଇସ୍ରାଏଲ

Israel follow Bulldozer Model: ବର୍ତ୍ତମାନ ଭାରତ ପରେ  ଦେଶରେ ସୀମାରେ ଅବସ୍ଥିତ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଦଙ୍ଗା ନିୟନ୍ତ୍ରଣ ପାଇଁ ବୁଲଡୋଜର ମଡେଲ ଲାଗୁ କରିଛି ଇସ୍ରାଏଲ। 

 Riot Control: ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଯୋଗୀ ମଡେଲ ଲାଗୁ କଲା ଇସ୍ରାଏଲ

Israel follow Bulldozer Model: ରାଜ୍ୟରେ ଦଙ୍ଗା ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆପଣାଇଛନ୍ତି ବୁଲଡୋଜର ମଡେଲ। ଦଙ୍ଗା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବୁଲଡୋଜର ମଡେଲ କେବଳ ଦେଶରେ  ନୁହେଁ ବରଂ
ବିଦେଶରେ ମଧ୍ୟ ପାଲଟିଛି ଚର୍ଚ୍ଚାର ବିଷୟ। ବର୍ତ୍ତମାନ ଭାରତ ପରେ  ଦେଶରେ ସୀମାରେ ଅବସ୍ଥିତ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଦଙ୍ଗା ନିୟନ୍ତ୍ରଣ ପାଇଁ ଯୋଗୀ ମଡେଲ ଲାଗୁ କରିଛି ଇସ୍ରାଏଲ। 

ମଙ୍ଗଳବାର ଦେଶର ଜଣେ ଯବାନଙ୍କୁ ହତ୍ୟା କରିବା ଘଟଣାରେ ଇସ୍ରାଏଲ ସେନା (Israel Defense Forces) ହତ୍ୟାକାରୀ ବିରୋଧରେ ଗ୍ରହଣ କରିଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ (Bulldozer Action)। ୱେଷ୍ଟ ବ୍ୟାଙ୍କ (West Bank) ଅଞ୍ଚଳରେ ୨ ଜଣ ସଦିଗ୍ଧ ପାଲେଷ୍ଟାଇନ (Palestine Suspects) ଜଣେ ଇସ୍ରାଏଲ ଯବାନଙ୍କୁ (Israeli Soldier) ଗୁଳି ମାରି ହତ୍ୟା କରିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଇସ୍ରାଏଲ ସେନା (Israel Army) ହତ୍ୟାକାରୀ ବିରୋଧରେ ଗ୍ରହଣ କରିଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ।

ବ୍ୟାଚେସ୍ଲାବ ଗୋଲେବ ଜଣେ ଇସ୍ରାଏଲ ଯବାନ ୱେଷ୍ଟ ବ୍ୟାଙ୍କ ସ୍ଥିତ ଇହୁଦୀ ବସ୍ତିର (Jewish Settlement) ପ୍ରବେଶ ଦ୍ୱାରରେ ହୋଇଥିବା ଗୁଳି ବିନିମୟରେ ପ୍ରାଣ ହରାଇଥିଲେ। ପାଲେଷ୍ଟାଇନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଙ୍ଗଠନ (Palestine Based Terrorist Organisation) ହମାସ (Hamas) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଏହା ପରେ ଇସ୍ରାଏଲ ସେନା ଏହି ଆକ୍ରମଣରେ ଜଡିତ ରହିଥିବା ୨ ପାଲେଷ୍ଟାଇନୀୟଙ୍କୁ ଗିରଫ କରିଥିଲା।

ଏନେଇ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଉତ୍ତର ୱେଷ୍ଟ ବ୍ୟାଙ୍କ (Northern West Bank) ଅଞ୍ଚଳରେ ଅବସ୍ଥିତ କରୱାତ ବାନି ହାସନ ଗ୍ରାମରେ ପାଲେଷ୍ଟାଇନ ସନ୍ଦିଗ୍ଧଙ୍କ ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସେନା ବାହିନୀ ଉପରେ ଆକ୍ରମଣ କରାଯାଇଥିଲା। ମାତ୍ର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ସଫଳତାର ସହିତ ସମାପ୍ତ ହୋଇଥିଲା। ଏହି ଅପରେସନ୍ ସମୟରେ ଇସ୍ରାଏଲ ସୈନିକଙ୍କ ଉପରେ ପେଟ୍ରୋଲ୍ ବୋମା ଏବଂ ଜଳୁଥିବା ଟାୟାର ଫିଙ୍ଗି ଦିଆଯାଇଥିଲା।

ରାଜ୍ୟରେ ଦଙ୍ଗା, ଅପରାଧ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଲଡୋଜର ମଡେଲ କାର୍ଯ୍ୟକାରୀ କରି ଅପରାଧି ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ଏପରିକି ଅପରାଧିକ ପୃଷ୍ଠଭୂମି ରହିଥିବା ରାଜନେତା ମଧ୍ୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବୁଲଡୋଜର ମଡେଲ ଆପଣାଇ ରାଜ୍ୟରେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟପ୍ରଦେଶ ସରକାର। 

Also Read: Bulldozer: କେତେ ଆଗକୁ ବଢିଛି ବୁଲଡୋଜର? କେତେ ଜିଲ୍ଲାରେ କରିଛି କାର୍ଯ୍ୟାନୁଷ୍ଠାନ?

Also Read: UP Assembly Election 2022 ପରେ କାହିଁକି ଭାଇରାଲ ହେଉଛି Baba Bulldozer?

Also Read: ଇସ୍ରାଏଲ ବିମାନ ଆକ୍ରମଣରେ ଥରହର ସିରିୟା; ଯୁଦ୍ଧ ବିମାନ ଉଡ଼ାଇବାକୁ ନେଇ ୨ ଦେଶ ମୁହାମୁହିଁ