ପ୍ରତିଶୋଧ ନିଆଁରେ ଇରାନ : ମୁଖ୍ୟ ମସଜିଦ୍ ଉପରେ ଲାଗିଲା ଲାଲ୍ ପତାକା
Advertisement
Article Detail0/zeeodisha/odisha2362273

ପ୍ରତିଶୋଧ ନିଆଁରେ ଇରାନ : ମୁଖ୍ୟ ମସଜିଦ୍ ଉପରେ ଲାଗିଲା ଲାଲ୍ ପତାକା

ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ଇରାନ ପ୍ରତିଶୋଧ ନେବା ପାଇଁ ଘୋଷଣା କରିଛି। ଏହାସହ ଇରାନର କୋମରେ ଥ‌ିବା ପ୍ରମୁଖ ଜାମକରନ ମସଜିଦର ଗମ୍ବୁଜ ଉପରେ ଲାଲ୍ ପତାକା ଲଗାଯାଇଛି। ଏହି ଲାଲ୍ ପତାକାକୁ ପ୍ରତିଶୋଧର ପ୍ରତୀକ ବୋଲି କୁହାଯାଉଛି।ପୁରା ପଢନ୍ତୁ...

Israel

ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ଇରାନ ପ୍ରତିଶୋଧ ନେବା ପାଇଁ ଘୋଷଣା କରିଛି। ଏହାସହ ଇରାନର କୋମରେ ଥ‌ିବା ପ୍ରମୁଖ ଜାମକରନ ମସଜିଦର ଗମ୍ବୁଜ ଉପରେ ଲାଲ୍ ପତାକା ଲଗାଯାଇଛି। ଏହି ଲାଲ୍ ପତାକାକୁ ପ୍ରତିଶୋଧର ପ୍ରତୀକ ବୋଲି କୁହାଯାଉଛି । ଏହା ବଢୁଥିବା ତିକ୍ତତା ଏବଂ ଇସ୍ରାଏଲ୍ ବିରୋଧରେ ସମ୍ଭାବିତ କାର୍ଯ୍ୟାନୁଷ୍ଠାନର ସଂକେତ ହୋଇପାରେ ବୋଲି କୁହାଯାଉଛି।

 ଇସ୍ମାଇଲ୍ ହାନିୟେ ଇରାନର ନୂତନ ରାଷ୍ଟ୍ରପତି ସମୁଦ ପେଜେସକିୟନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଇରାନ ଗସ୍ତରେ ଥିଲେ ।ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଇସ୍ରାଏଲ୍‌କୁ ହାନିୟେଙ୍କ ହତ୍ୟାର ପରିମାଣ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଖାମେନେଇ କହିଛନ୍ତି, ହମାସର ପଲିଟିକାଲ ୱିଙ୍ଗ ମୁଖ୍ୟ  ହାନିୟେଙ୍କ ତେହରାନରେ ହତ୍ୟାର ଇରାନ ପ୍ରତିଶୋଧ ନେବ । ଖାମେନେଇ ଏହା ମଧ୍ୟ କହିଛନ୍ତିଯେ, ଇସ୍ରାଏଲ୍ ନିଜେ ନିଜ ପାଇଁ ଏକ କଠୋର ଦଣ୍ଡର ରାସ୍ତା ଚୟନ କରିଛି ।

ଇରାନର ସୁପ୍ରିମ୍ ଲିଡର୍ କହିଛନ୍ତି, 'ଅପରାଧି lକ ଏବଂ ଆତଙ୍କୀ ୟହୁଦୀ ଶାସନ ଆମ ଘର ଭିତରେ ଜଣେ ଅତିଥିଙ୍କ ସହିଦ କରିଛି। ଏହା ଆମକୁ ଅତ୍ୟନ୍ତ କଷ୍ଟ ଦେଇଛି । ଇସ୍ରାଏଲ୍ ନିଜେ ନିଜ ପାଇଁ ଏକ କଠୋର ଦଣ୍ଡର କରିଛି ରାସ୍ତା ଚୟନ କରିଛି।

ହମାସ୍ ମୁଖ୍ୟ ଇସ୍ପାଇଲ୍ ହାନିୟେଙ୍କ ଆଜି(ବୁଧବାର) ସକାଳେ ତେହରାନରେ ଏକ ଆକ୍ରମଣରେ ମୃତ୍ୟୁ ହୋଇଥିଲା ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କୋର୍ଚ୍ଚ (ଆଇଆରଜିସି)ଏନେଇ ସ୍ପଷ୍ଟ କରିଥିଲା ।  ତେହରାନରେ ହାନିୟେଙ୍କ ନିବାସ ଉପରେ ବିଳମ୍ବତ ରାତି ୨ଟାରେ ମିସାଇଲ୍ ଆକ୍ରମଣ ହୋଇଥିଲା।ହାନିୟେ ସଂଗଠନର ଅନ୍ୟ ଅଧିକାରୀ, ହିଜବୁଲ୍ଲାହ ଏବଂ ସହଯୋଗୀ ଗ୍ରୁପର ଅନ୍ୟ ଅଧିକାରୀଙ୍କ ସହ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟାନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତେହରାନ ଗସ୍ତରେ ଥିଲେ । 

ରିପୋର୍ଟ ଅନୁସାରେ ହାନିୟେଙ୍କ ନେତୃତ୍ୱରେ ହମାସ୍ ୨୦୨୩ ଅକ୍ଟୋବର ୭ରେ ଗାଜା ପଟ୍ଟିରୁ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ମିସାଇଲ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ୧୨୦୦ ନାଗରିକଙ୍କ ଜୀବନ ଯାଇଥିଲା

ତେବେ କୋମ ସ୍ଥିତ ମସଜିଦ୍ ଲଗାଯାଇଥିବା ଲାଲ୍ ପତାକା ଇରାନରେ ଅଧୂକାଂଶ ସମୟରେ ଲଗାଯାଇଥାଏ- ଯାହା ସହିଦଙ୍କ ରକ୍ତର ପ୍ରତୀକ ଅଟେ । ଖାସ୍ କରି ମହରମରେ ଏହି ପତାକାକୁ ଲଗାଯାଇଥାଏ । ପତାକା ଉପରେ ଆରବିରେ ଲେଖାଯାଇଛି, "ୟା ଲା-ଥାରତ ଅଲ-ହୁସେନ", ଯାହାର ଅର୍ଥ ହେଉଛି ହୁସେନଙ୍କ ପ୍ରତିଶୋଧ ନେଉଥିବା ଲୋକ।