IPL 2023: ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଲା ଅରେଞ୍ଜ-ପର୍ପଲ କ୍ୟାପ୍ ରେସ, ଜାଣନ୍ତୁ ବର୍ତ୍ତମାନର ସ୍ଥିତି
Advertisement

IPL 2023: ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଲା ଅରେଞ୍ଜ-ପର୍ପଲ କ୍ୟାପ୍ ରେସ, ଜାଣନ୍ତୁ ବର୍ତ୍ତମାନର ସ୍ଥିତି

IPL Cap Race 2023:  ଚଳିତ ବର୍ଷ ଆୟୋଜିତ ହୋଇଥିବା ଆଇପିଏଲ୍ ସଂସ୍କରଣର ମ୍ୟାଚ ଯେତିକି ଆଗେଇବାରେ ଲାଗିଛି, ଅରେଞ୍ଜ-ପର୍ପଲ କ୍ୟାପ୍ ପାଇଁ ମୁକାବିଲା ସେତିକି ଆକର୍ଷଣୀୟ ହେବାରେ ଲାଗିଛି। 

ପ୍ରତୀକାତ୍ମକ ଛବି

Orange Purple Cap Race 2023: ୨୦୨୩ ଆଇପିଏଲ୍ ସଂସ୍କରଣର ମ୍ୟାଚ ଯେତିକି ଆଗକୁ ବଢୁଛି, ଅରେଞ୍ଜ-ପର୍ପଲ କ୍ୟାପ୍ ପାଇଁ ମୁକାବିଲା ସେତିକି ଆକର୍ଷଣୀୟ ହେବାରେ ଲାଗିଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କୁ ଅରେଞ୍ଜ କ୍ୟାପ୍ ଦିଆଯାଉଥିବା, ବେଳେ ପର୍ପଲ ବାଇଗଣୀ କ୍ୟାପ୍ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ପ୍ରଦାନ କରାଯାଇଥାଏ। ଯଦି ଅରେଞ୍ଜ କ୍ୟାପ୍ କଥା କୁହାଯାଏ, ତାହେଲେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଖେଳାଳୀ ଋତୁରାଜ ଗାୟକୱାଡ ଶନିବାର ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲେ। ହେଲେ ପଞ୍ଜାବ କିଙ୍ଗ୍ସ ଦଳର ଶିଖର ଧାୱନ କେବଳ ରବିବାରର ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ରନ୍‌ ପାର୍ଥକ୍ୟକୁ ପୂରଣ କରିନାହାଁନ୍ତି। ବରଂ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଚଳିତ ସଂସ୍କରଣରେ ୨୦୦ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ତିନୋଟି ମ୍ୟାଚ ପରେ ଶିଖର ଧାୱନ ୨୨୫ ରନ ସ୍କୋର କରିଛନ୍ତି। ରନ୍ ଦୌଡ଼ରେ ଋତୁରାଜ ଗାୟକୱାଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳୀ ଡେଭିଡ଼ ୱାର୍ଣ୍ଣର ସ୍ଥାନରେ ଅଛନ୍ତି। ତିନୋଟି ମ୍ୟାଚ ପରେ ଋତୁରାଜ ଗାୟକୱାଡ ଏବଂ ଡେଭିଡ଼ ୱାର୍ଣ୍ଣର ଯଥାକ୍ରମେ ୧୮୯ ଏବଂ ୧୫୮ ରନଂ ସଂଗ୍ରହ କରିଛନ୍ତି। ଚତୁର୍ଥ ସ୍ଥାନରେ ଅଛନ୍ତି ଜୋସ୍ ବଟଲର ଯିଏ ୧୫୨ ରନ୍ ସଂଗ୍ରହ କରିଛନ୍ତି। ଚଳିତ ଥରର ଆଇପିଏଲ ସଂସ୍କରଣରେ ଶିଖର ଧାୱନ ପଞ୍ଜାବ, ଋତୁରାଜ ଗାୟକୱାଡ ଚେନ୍ନାଇ, ଡେଭିଡ ୱାର୍ଣ୍ଣର ଦିଲ୍ଲୀ ଏବଂ ଜୋସ୍ ବଟଲର ବଟଲର ରାଜସ୍ଥାନ ଦଳ ପକ୍ଷରୁ ଖେଳୁଛନ୍ତି।

ଯଦି ପର୍ପଲ କ୍ୟାପ୍ ରେସ କଥା କୁହାଯାଏ, ତାହେଲେ ଏହି ଦୌଡ଼ ରୋମାଞ୍ଚକ ସ୍ଥିତିରେ ରହିଛି। ତିନି ବୋଲର ମାର୍କ ଉଡ୍, ରସିଦ ଖାନ ଏବଂ ଯୁଜବେନ୍ଦ୍ର ଚହଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଠଟି ଲେଖାଁଏ ୱିକେଟ୍ ନେଇଛନ୍ତି। ଯଦିଓ ଉଡ୍ ଦୁଇଟି ମ୍ୟାଚ ଖେଳି ଏହି ୱିକେଟ୍ ନେଇଛନ୍ତି ଏବଂ ହାରାହାରି ଦୃଷ୍ଟିକୋଣରୁ ସେ ଅନ୍ୟ ଦୁଇ ବୋଲରଙ୍କ ଅପେକ୍ଷା ଭଲ ସ୍ଥିତିରେ ମଧ୍ୟ ଅଛନ୍ତି। ରସିଦ ଖାନ୍ ଏବଂ ଯୁଜବେନ୍ଦ୍ର ଚହଲ ତିନୋଟି ମ୍ୟାଚ୍ ଖେଳି ୮-୮ ୱିକେଟ୍ ନେଇଛନ୍ତି। ସେମାନଙ୍କ ହାରାହାରି ୧୧.୭୫ ରହିଛି। ସେହିପରି ୫ ଜଣ ବୋଲର ଛଅଟି ଲେଖାଁଏ ୱିକେଟ ନେଇଛନ୍ତି। ସେମାନେ ହେଉଛନ୍ତି ରବି ବିଷ୍ଣୋୟୀ, ସୁନୀଲ ନାରିନ, ଅଲଜାରି ଜୋସେଫ, ମହମ୍ମଦ ଶାମି ଏବଂ ଅର୍ଶଦୀପ ସିଂହ। ଯଦି ପର୍ପଲ କ୍ୟାପ କଥା କୁହାଯାଏ ତାହେଲେ ଭାରତୀୟ ଖେଳାଳୀ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଏହାକୁ ୨ ଥର ହାସଲ କରିଛନ୍ତି।

ଆଇପିଏଲ୍ ଅରେଞ୍ଜ କ୍ୟାପ୍ ବିଜେତା

  • ୨୦୦୮: ଶାନ୍ ମାର୍ଶ (ପଞ୍ଜାବ କିଙ୍ଗ୍ସ ଏକାଦଶ)
  • ୨୦୦୯: ମାଥ୍ୟୁ ହେଡେନ୍ (ଚେନ୍ନାଇ ସୁପର କିଙ୍ଗସ୍)
  • ୨୦୧୦: ସଚିନ୍ ତେନ୍ଦୁଲକର (ମୁମ୍ବାଇ ଇଣ୍ଡିଆନ୍ସ)
  • ୨୦୧୧: କ୍ରିସ୍ ଗେଲ୍ (ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର)
  • ୨୦୧୨: କ୍ରିସ୍ ଗେଲ୍ (ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର)
  • ୨୦୧୩: ମାଇକ୍ ହସି (ଚେନ୍ନାଇ ସୁପର କିଙ୍ଗସ୍)
  • ୨୦୧୪: ରବିନ୍ ଉଥାପ୍ପା (କୋଲକାତା ନାଇଟ୍ ରାଇଡର୍ସ)
  • ୨୦୧୫: ଡେଭିଡ୍ ୱାର୍ଣ୍ଣର (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୧୬: ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
  • ୨୦୧୭: ଡେଭିଡ୍ ୱାର୍ଣ୍ଣର (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୧୮: କେନ୍ ୱିଲିୟମ୍ସନ୍ (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୧୯: ଡେଭିଡ୍ ୱାର୍ଣ୍ଣର (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୨୦: କେ.ଏଲ୍ ରାହୁଲ (କିଙ୍ଗସ୍ ଏକାଦଶ ପଞ୍ଜାବ)
  • ୨୦୨୧: ଋତୁରାଜ ଗାୟକୱାଡ (ଚେନ୍ନାଇ ସୁପର କିଙ୍ଗ୍ସ)
  • ୨୦୨୨: ଜୋସ୍ ବଟଲର୍ (ରାଜସ୍ଥାନ ରୟାଲ୍ସ)

ଆଇପିଏଲ୍  ପର୍ପଲ କ୍ୟାପ୍ ବିଜେତା

  • ୨୦୦୮: ସୋହେଲ ତନବୀର (ରାଜସ୍ଥାନ ରୟାଲ୍ସ)
  • ୨୦୦୯: ଆରପି ସିଂହ (ଡେକାନ୍ ଚାର୍ଜର୍ସ ହାଇଦ୍ରାବାଦ)
  • ୨୦୧୦: ପ୍ରଜ୍ଞାନ ଓଝା (ଡେକାନ୍ ଚାର୍ଜର୍ସ ହାଇଦ୍ରାବାଦ)
  • ୨୦୧୧: ଲାସିଥ୍ ମାଲିଙ୍ଗା (ମୁମ୍ବାଇ ଇଣ୍ଡିଆନ୍ସ)
  • ୨୦୧୨: ମାର୍ନି ମର୍କୋଲ (ଦିଲ୍ଲୀ)
  • ୨୦୧୩: ଡ୍ୱାନ ବ୍ରାଭୋ (ଚେନ୍ନାଇ ସୁପର କିଙ୍ଗ୍ସ)
  • ୨୦୧୪: ମୋହିତ ଶର୍ମା (ଚେନ୍ନାଇ ସୁପର କିଙ୍ଗସ୍)
  • ୨୦୧୫: ଡୱେନ ବ୍ରାଭୋ (ଚେନ୍ନାଇ ସୁପର କିଙ୍ଗ୍ସ)
  • ୨୦୧୬: ଭୁବନେଶ୍ୱର କୁମାର (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୧୭: ଭୁବନେଶ୍ୱର କୁମାର (ସନରାଇଜର୍ସ ହାଇଦ୍ରାବାଦ)
  • ୨୦୧୮: ଆଣ୍ଡ୍ରୟୁ ଟାଇ (ପଞ୍ଜାବ)
  • ୨୦୧୯: ଇମ୍ରାନ ତାହିର (ଚେନ୍ନାଇ ସୁପର କିଙ୍ଗସ୍)
  • ୨୦୨୦: କାଗିସୋ ରାବାଡା (ଦିଲ୍ଲୀ)
  • ୨୦୨୧: ହର୍ଷଲ ପଟେଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
  • ୨୦୨୨: ଯୁଜବେନ୍ଦ୍ର ଚହଲ (ରାଜସ୍ଥାନ ରୟାଲ୍ସ)