Government Schemes: ୩୧ ମାର୍ଚ୍ଚ ପୂର୍ବରୁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ମିଳିବ ଜବରଦସ୍ତ ଲାଭ
Advertisement
Article Detail0/zeeodisha/odisha1620767

Government Schemes: ୩୧ ମାର୍ଚ୍ଚ ପୂର୍ବରୁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ମିଳିବ ଜବରଦସ୍ତ ଲାଭ

Government Scheme Investment:  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ଆରମ୍ଭ କରି ଇଣ୍ଡିଆନ ବ୍ୟାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖି ସ୍ୱଳ୍ପ ସମୟ ପାଇଁ ସ୍ପେଶାଲ ଫିକ୍ସଡ ଡିପୋଜିଟ ସ୍କିମ ଆରମ୍ଭ କରାଯାଇଛି। ନିବେଶକ ଏହି ଯୋଜନାରେ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିବେଶ କରିପାରିବେ। 

Government Schemes: ୩୧ ମାର୍ଚ୍ଚ ପୂର୍ବରୁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ମିଳିବ ଜବରଦସ୍ତ ଲାଭ

Investment in Government Schemes: ଯଦି ଆପଣ ସରକାରୀ ଏବଂ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏବଂ ଯୋଜନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତାହେଲେ ଆପଣଙ୍କ ପାଖରେ ଆଉ କିଛି ଦିନ ବାକି ରହିଛି। ଆପଣ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଆପଣ ସରକାରୀ ଯୋଜନା ଏବଂ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କରେ ନିବେଶ କରିପାରିବେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ଆରମ୍ଭ କରି ଇଣ୍ଡିଆନ ବ୍ୟାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖି ସ୍ୱଳ୍ପ ସମୟ ପାଇଁ ସ୍ପେଶାଲ ଫିକ୍ସଡ ଡିପୋଜିଟ ସ୍କିମ ଆରମ୍ଭ କରାଯାଇଛି। ନିବେଶକ ଏହି ଯୋଜନାରେ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହା ସହିତ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ବୟ ବନ୍ଦନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ନିବେଶକ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନିବେଶ କରିପାରିବେ।

ନିବେଶକ ଏସବିଆଇ ଅମୃତ କଳଶ ଫିକ୍ସଡ ଡିପୋଜିଟ ସ୍କିମ, ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ ପିଏସ ଫାବୁଲସ୍ ୩୦୦ ଡେଜ୍, ପିଏସ ଫାବୁଲୁସ ପ୍ଲସ ୬୦୧ ଡେଜ୍, ପିଏସ ଇ-ଆଡଭାନଟେଜ ଏଫଡି, ପିଏସ ଉତ୍କର୍ସ ୨୨୨, ଇଣ୍ଡିଆନ ବ୍ୟାଙ୍କ ଇଣ୍ଡ ଶକ୍ତି 555 ଦିନିଆ ସ୍ୱତନ୍ତ୍ର ଯୋଜନାରେ ୨୦୨୩, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ। 

ଅମୃତ କଳଶ ଫିକ୍ସଡ ଡିପୋଜିଟ ସ୍କିମ ଅଧୀନରେ ବ୍ୟାଙ୍କ ନିବେଶକଙ୍କୁ ୭.୧୦ ପ୍ରତିଶତ ହାରରେ ସୁଧ ଦେବ। ଏହା ବ୍ୟତୀତ ବ୍ୟାଙ୍କ ଏହି ଯୋଜନା ଅଧିନରେ ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବ। ଏହି ଯୋଜନା କେବଳ ୪୦୦ ଦିନରେ ପୂରଣ ହୋଇଥାଏ। ଯଦି ଏହି ଯୋଜନା ଅଧୀନରେ ଜଣେ ନିବେଶକ ୧ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତାହେଲେ ସେ ବାର୍ଷିକ ୮୦୧୭ ଟଙ୍କା ସୁଧ ପାଇବେ। 

ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୩୦୦ ଦିନିଆ ଫିକ୍ସଡ ଡିପୋଜିଟ ପାଇଁ ୮.୩୫% ସୁଧ ଦେଇଥାଏ। ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କୁ ୮ ପ୍ରତିଶତ ହାରରେ ସୁଧ ମିଳିଥାଏ। ପିଏସ ଫାବୁଲସ୍ ପ୍ଲସ୍ ୬୦୧ ଦିନର ଫିକ୍ସଡ୍ ଡିପୋଜିଟ ଅଧିନରେ ବରିଷ୍ଠ ନାଗରିକଙ୍କୁ ୭.୮୫ ପ୍ରତିଶତ ହାରରେ ସୁଧ ମିଳିଥାଏ। ଏହା ସହିତ ବରିଷ୍ଠ ନାଗରିକ ଏହା ଉପରେ ୭.୭୫ ପ୍ରତିଶତ ସୁଧ ଏବଂ ସାଧାରଣ ନିବେଶକ ୭ ପ୍ରତିଶତ ହାରରେ ସୁଧ ପାଇଥନ୍ତି।

ନିବେଶକ ୨୦୨୩, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ  ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା IND ଶକ୍ତି ଫିକ୍ସଡ ଡିପୋଜିଟ ସ୍କିମ ଅଧିନରେ ନିବେଶ କରିପାରିବେ। ୫୫୫ ଦିନର ଏହି ଫିକ୍ସଡ ଡିପୋଜିଟ ପାଇଁ ନିବେଶକ ୫ ହଜାର ଟଙ୍କାରୁ ୨ କୋଟି ଟଙ୍କା ବିନିଯୋଗ କରିପାରିବେ। ବ୍ୟାଙ୍କ ଏହା ଉପରେ ୭.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି।

ଅବସର ପରେ ଯଦି ଆପଣ ଆପଣଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ବୟ ବନ୍ଦନ ଯୋଜନା ଏକ ଉତ୍ତମ ବିକଳ୍ପ। ୬୦ ବର୍ଷ ବୟସରୁ ଅଧିକ ବର୍ଷର ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ। ବୟ ବନ୍ଦନ ଯୋଜନା ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ପ୍ରକାର ବୀମା ପଲିସି ସହିତ ଏକ ପେନ୍ସନ୍ ଯୋଜନା। ବୟ ବନ୍ଦନ ଯୋଜନା ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ନିବେଶକ, ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ।