International yoga day 2022 : ମହୀଶୂର ପ୍ୟାଲେସରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ, ଖର୍ଚ୍ଚ ହେଲା ୫ କୋଟି ୭୫ ଲକ୍ଷ
Advertisement

International yoga day 2022 : ମହୀଶୂର ପ୍ୟାଲେସରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ, ଖର୍ଚ୍ଚ ହେଲା ୫ କୋଟି ୭୫ ଲକ୍ଷ

ଆଜି ୮ମ ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷ ଯୋଗ ଦିବସ କାର୍ଯ୍ୟକ୍ରମ ଖାସ୍ ହେବାକୁ ଯାଉଛି। ବିଶ୍ୱର ୧୭୭ଟି ଦେଶ ଆଜି ଯୋଗ ଦିବସ ପାଳନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଲାଗି ରହିଛି। ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହୀଶୂର ପ୍ୟା

ସୌ- ସୋସିଆଲ ମିଡିଆ

International yoga day 2022 : ଆଜି ୮ମ ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷ ଯୋଗ ଦିବସ କାର୍ଯ୍ୟକ୍ରମ ଖାସ୍ ହେବାକୁ ଯାଉଛି। ବିଶ୍ୱର ୧୭୭ଟି ଦେଶ ଆଜି ଯୋଗ ଦିବସ ପାଳନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଲାଗି ରହିଛି। ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହୀଶୂର ପ୍ୟାଲେସ୍ ଗ୍ରାଉଣ୍ଡରେ ଆନ୍ତର୍ଜାତୀକ ଯୋଗ ଦିବସ ୨୦୨୨ ଉତ୍ସବରେ ସାମିଲ ହେବେ। 

ଚଳିତ ବର୍ଷ କର୍ଣ୍ଣାଟକର ମହୀଶୂର ପ୍ୟାଲେସ୍ ଗ୍ରାଉଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ସମେତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ, ଅନ୍ୟ ମନ୍ତ୍ରୀ, ବିଜେପି ନେତା ତଥା ବହୁ ବିଶିଷ୍ଟ ଯୋଗଗୁରୁ ମଧ୍ୟ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସମଗ୍ର ବିଶ୍ୱରୁ ୨୫ କୋଟି ଲୋକ ଏହି କାର୍ଯ୍ୟକ୍ରମ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଛନ୍ତି। କୋରୋରୋ ପାଇଁ ଗତ ଦୁଇ ବର୍ଷ ଭର୍ଚ୍ଚୁଆଲ ମୋଡରେ ଯୋଗ ଦିବସ ପାଳନ କରାଯାଇଥିଲା। 

Also Read: ଗୁଜୁରାଟ ଜିତିବା ପାଇଁ ପୁଣିଥରେ KHAM ସିଦ୍ଧାନ୍ତ ଦୋହରାଉଛି କଂଗ୍ରେସ, ଜାଣନ୍ତୁ ଏହା ବିଷୟରେ...

 

ଦେଶର ବିଭିନ୍ନ ଐତିହ୍ୟ ସ୍ଥାନରେ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ୭୫ଟି ପ୍ରମୂଖ ଐତିହ୍ୟସ୍ଥଳୀରେ ଯୋଗ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମହୀଶୂର ରାଜପ୍ରାସାଦ (Mysore Palace) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ରୁ ୭ଟା ୪୫ ପର୍ଯ୍ୟନ୍ତ ଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ଥିମ 'Yoga For Humanity' ବା ମାନବୀକତା ପାଇଁ ଯୋଗ ରହିଛି। ଆୟୂଷ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ କରାଯାଇଛି। ଏଥିପାଇଁ ବିଭାଗ ପ୍ରାୟ ୫.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି।

ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ, ଜୁନ ୨୧ରେ ହେଉଥିବା ଯୋଗ ଦିବସ (International yoga day) କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ। ସାରା ବିଶ୍ୱକୁ ଯୋଗ ମାଧ୍ୟମରେ ଆରୋଗ୍ୟ ମନ୍ତ୍ର ବାଣ୍ଟିଥିବା ଭାରତ ପାଇଁ ଏହି ଦିବସର ବିଶେଷ ମହତ୍ତ୍ୱ ରହିଛି। ଯୋଗ ଦିବସ ମାଧ୍ୟମରେ ପାରମ୍ପରିକ ଯୋଗାଭ୍ୟାସକୁ ତ୍ୱରାନ୍ୱିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। 

Also Read: ଅବିବାହିତା ଅଭିନେତ୍ରୀଙ୍କ ସିନ୍ଥିରେ କାହା ସିନ୍ଦୁର? ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ଅନେକ ପ୍ରଶ୍ନ

ନମସ୍ତେ ଯୋଗ ଆପରେ ଯୋଗ ଦିବସର ଲାଇଭ୍ ଇଭେଣ୍ଟ ଚାଲିଛି। ମଙ୍ଗଳବାର ସକାଳ ୩ଟାରୁ ଲାଇଭ୍ ଆରମ୍ଭ ହୋଇଛି। ଏହା ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଡିଡି ଇଣ୍ଡିଆରେ ସିଧା ପ୍ରସାରଣ ହେଉଛି। ନମସ୍ତେ ଯୋଗ (Namaste Yoga) ଏକ ଆପ୍ ଯାହାର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହିତ ଯୋଡିବା ଏବଂ ସେମାନଙ୍କୁ ଯୋଗ ବିଷୟରେ ଅବଗତ କରାଇବା। ଏହି ଆପ୍ ସାହାଯ୍ୟରେ, ଆପଣ ନିଜ ଘର ନିକଟରେ ଯୋଗ ପ୍ରଶିକ୍ଷକ ଏବଂ ଯୋଗ କେନ୍ଦ୍ରଗୁଡ଼ିକ ବିଷୟରେ ସଠିକ ସୂଚନା ପାଇପାରିବେ  ଏହି ସରକାରୀ ମୋବାଇଲ୍ ଆପ୍ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆରମ୍ଭ କରାଯାଇଥିଲା ।