ନୌସେନାରେ ସାମିଲ ହେଲା INS Vagsheer
Advertisement
Article Detail0/zeeodisha/odisha1159405

ନୌସେନାରେ ସାମିଲ ହେଲା INS Vagsheer

 ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛି ।

ନୌସେନାରେ ସାମିଲ ହେଲା  INS Vagsheer

ମୁମ୍ବାଇ: ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବୁଡାଜାହାଜ  INS  Vagsheer। ମୁମ୍ୱାଇରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଏହାକୁ ପ୍ରତିରକ୍ଷା ସଚିବ ଅଜୟ କୁମାର ନୌସେନାରେ ସାମିଲ କରାଇଛନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ବୁଡ଼ାଜାହାଜ ପ୍ରୋଜେକ୍ଟ-୭୫ ଅଧିନରେ ଥିବା ୬ଟି ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ଶେଷ ବୁଡ଼ାଜାହାଜ । ଗତ ଏକ ବର୍ଷରୁ ଅଧିକ ସମୟ ଧରି ବିସ୍ତୃତ ଭାବେ ବିଭିନ୍ନ ପରୀକ୍ଷଣରେ ସଫଳ ହେବା ପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ବିଧିବଦ୍ଧ ଭାବେ ନୌସେନାରେ ସାମିଲ ହୋଇଛି।  ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛି ।

ଭାରତ  ମହାସାଗରର  ଗଭୀର ଜଳରାଶିରେ ମିଳୁଥିବା ଏକ ସାଣ୍ଡଫିସ ନାମକ ଏକ  ମାଛ ନାମ  ଅନୁସାରେ ଏହି  ବୁଡ଼ାଜାହାଜ  Vagsheer ର ନାମକରଣ  କରାଯାଇଛି।  ଏହି  ନାଁରେ ଭାରତୀୟ ନୌସେନା ରେ  ପୂର୍ବରୁ  ମଧ୍ୟ  ଏକ  ବୁଡ଼ାଜାହାଜ  ମଧ୍ୟ  ସେବା  ଯୋଗାଇ ସାରିଛି।

ପ୍ରଥମ  ବୁଡ଼ାଜାହାଜ  INS Vagsheer  ଡିସେମ୍ୱର ୧୯୭୪ ରେ  ନୌସେନାରେ  ସାମିଲ ହୋଇଥିଲା।  ଏହାକୁ  ୧୯୯୭  ମସିହାରେ  ନୌସେନା ରୁ  ସେବାନିବୃତ୍ତ  କରାଯାଇଥିଲା  INS  Vagsheer  ସ୍କର୍ପିନ୍-ଶ୍ରେଣୀର ବୁଡ଼ାଜାହାଜ ହୋଇଥିବା ବେଳେ ଏହା ପ୍ରୋଜେକ୍ଟ-୭୫ ଅଧିନରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।  ଏହା  ୬  ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ଷଷ୍ଠ ତଥା ଶେଷ ଜାହାଜ।  ପୂର୍ବରୁ ଏହି ଶ୍ରେଣୀର INS Kalvari, INS Khanderi ଏବଂ INS Karang  ମଧ୍ୟ  ପରୀକ୍ଷଣ  ଶେଷ  କରି  ଭାରତୀୟ  ନୌସେନାରେ  ସାମିଲ  ହୋଇସାରିଛନ୍ତି।