Indore Temple Tragedy: ରାମନବମୀରେ ଚାଲିଗଲା ୩୫ ଜୀବନ, ଉଦ୍ଧାର ହେଲେ ମାତ୍ର ୧୮ ଜଣ; ୬ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା
Advertisement

Indore Temple Tragedy: ରାମନବମୀରେ ଚାଲିଗଲା ୩୫ ଜୀବନ, ଉଦ୍ଧାର ହେଲେ ମାତ୍ର ୧୮ ଜଣ; ୬ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାକୁ ନେଇ ଅବଗତ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କୁ ଡକାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି।

Indore Temple Tragedy: ରାମନବମୀରେ ଚାଲିଗଲା ୩୫ ଜୀବନ, ଉଦ୍ଧାର ହେଲେ ମାତ୍ର ୧୮ ଜଣ; ୬ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା

Indore Temple Tragedy: ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ରାମନବମୀରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୫କୁ ଛୁଇଁଛି। କୂଅରେ ଖସିପଡ଼ିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ମାତ୍ର ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବା ନେଇ ସୂଚନା ରହିଛି। ଆହୁରି ଝଣେ ବ୍ୟକ୍ତି ନିଖୋଜ ରହିଥିବା ନେଇ ସୂଚନା ରହିଛି। ଘଟଣାସ୍ଥଳରେ ସେନା, ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। 

ଏଠାରେ କହି ରଖୁକି ଗୁରୁବାର ସକାଳେ ରାମ ନବମୀ ଅବସରରେ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଏକ ରୀତିନୀତି ଆୟୋଜନ କରାଯାଇଥିଲା। ଏହି ସମୟରେ, ବହୁ ସଂଖ୍ୟାରେ ଜନସମାଗମ ହେତୁ ଏକ 'ବାୱଡି' (କୂଅ) କୁ ଆଚ୍ଛାଦନ କରୁଥିବା ସ୍ଲାବ୍ ଭାଙ୍ଗିଯାଇଥିଲା। ଏହି ସ୍ଲାବକୁ ଲୁହା ଛଡ଼ ମାଧ୍ୟମରେ ଢଳେଇ ପକାଯାଇ ପ୍ରସ୍ତୁତ କରାଯାଇଥିଲା। 

ଘଟଣାକ୍ରମ
1. ଇନ୍ଦୋର ଡିଭିଜନ କମିଶନର ପୱନ ଶର୍ମାଙ୍କ ଅନୁଯାୟୀ ସେମାନେ ଏପର୍ଯ୍ୟନ୍ତ ୩୫ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ଚିକିତ୍ସିତ ହେଉଥିବାବେଳେ ଦୁଇଜଣଙ୍କୁ ଘରକୁ ପଠାଇ ଦିଆଯାଇଛି। ଆହୁରି ମଧ୍ୟ ଦୁଇଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।

2. ଉଦ୍ଧାର କାର୍ଯ୍ୟ ଅଭିଯାନରେ ପ୍ରାୟ ୧୪୦ ଜଣ ସଦସ୍ୟ ବିଶିଷ୍ଟ ଏକ ଟିମ ନିୟୋଜିତ ରହିଛି। ଏଥିରେ ୭୫ ଜଣ ସେନା ରହିଛନ୍ତି। ଇନ୍ଦୋରର ସମ୍ଭାଗର ଆୟୁକ୍ତ କହିଛନ୍ତି କି ନିଖୋଜ ଲୋକମାନଙ୍କୁ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି। 

3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାକୁ ନେଇ ବେଶ ସମ୍ବେଦନଶୀଳ ରହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି ଇନ୍ଦୋରରେ ହୋଇଥିବା ଦୁର୍ଘଟଣାରେ ଅତ୍ୟନ୍ତ ଦୁଃଖି ରହିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହିତ ଆଲୋଚନା କରି ଘଟଣାସମ୍ପର୍କରେ ଅବଗତ ହୋଇଥିବା ନେଇ ସେ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ସମସ୍ତ ମୃତାହତ ଓ ତାଙ୍କ ପରିବାର ହିତ ତାଙ୍କର ସମ୍ବେଦନ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି। 

4. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଘଟଣାକୁ ନେଇ ବେଶ ସମ୍ବେଦନଶୀଳ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି କି ଇନ୍ଦୋରରେ ହୋଇଥିବା ଦୁର୍ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁ ତାଙ୍କୁ ବ୍ୟଥିତ କରିଛି। ଏହି ଘଟଣା ତାଙ୍କୁ ବେଶ ଦୁଃଖ ଦେଇଛି। ସମସ୍ତ ମୃତାହତ ପରିବାରଙ୍କ ପ୍ରତି ଶୋକସନ୍ତପ୍ତ ବାର୍ତ୍ତା ଜଣାଉଛି। 

5. ଇନ୍ଦୋର ପୋଲିସ ଆୟୁକ୍ତ ମକରନ୍ଦ ଦେଓସ୍କର କହିଛନ୍ତି କି ମହୁରୁ ସେନାର ଏକ ଟିମ ଆସି ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏନଡିଆରଏଫ ଓ ଏସଡିଆରଏଫର ଟିମ ଏଠାରେ ନିୟୋଜିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

6-ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଅପରେସନ ମୁଖ୍ୟ ମାର୍ଗାରେଟ ରୟ ଗୌରିନାଥ କହିଛନ୍ତି କି ଡାକ୍ତରଖାନାକୁ ୨୧ ଜଣଙ୍କୁ ଅଣାଯାଇ ଭର୍ତି କରାଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ୬ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆହତମାନଙ୍କର ବିଶେଷ କରି ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ହାଡ଼ ମଧ୍ୟ ଅନେକଙ୍କର ଭାଙ୍ଗି ଯାଇଥିଲା। ୩ ଜଣ ଛୁଆଙ୍କୁ ମଧ୍ୟ ଏଠାକୁ ଅଣାଯାଇଥିଲା। ସମସ୍ତ ଚିକିତ୍ସିତଙ୍କ ଉପରେ ନଜର ରଖାଯାଇଛି। 

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାକୁ ନେଇ ଅବଗତ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କୁ ଡକାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଞ୍ଚଳିକ ବିଧାୟକ ଆକାଶ ବିଜୟଭର୍ଗିଆ ଏବଂ ପୂର୍ବତନ ମନ୍ତ୍ରୀ ଜିତୁ ପାଟୱାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଜୀବନହାନୀ ହୋଇନଥିବା ଜଣାପଡ଼ିଛି। 

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଇନ୍ଦୋରରେ ଘଟିଥିବା ଏହି ଘଟଣାରେ ସେ ଗଭୀର ଆଘାତ ପାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ରାଜ୍ୟ ସରକାର ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି। ମୋର ପ୍ରାର୍ଥନା ସମସ୍ତ ପ୍ରଭାବିତ ଏବଂ ସେମାନଙ୍କ ପରିବାର ସହିତ ଅଛି ।