India’s Aditya-L1 : ସଫଳତାର ଶୀର୍ଷରେ ପହଞ୍ଚିଲା ଇସ୍ରୋ
Advertisement
Article Detail0/zeeodisha/odisha2319152

India’s Aditya-L1 : ସଫଳତାର ଶୀର୍ଷରେ ପହଞ୍ଚିଲା ଇସ୍ରୋ

India's sun- observing : ସଫଳତାର ଶୀର୍ଷରେ ପହଞ୍ଚିଲା ଇସ୍ରୋ।ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ।

isro

India’s first space-based solar observatory: ସଫଳତାର ଶୀର୍ଷରେ ପହଞ୍ଚିଲା ଇସ୍ରୋ।ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1 ।୨୦୨୩ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ  ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1।

ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା । ଏଥିରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇଛି ଭାରତର ଏହି ସୋଲାର୍ ଅବଜର୍ଭେଟୋରି। ତେବେ ଏହାକୁ ନିଜ ଗତିପଥରେ
 ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ମଙ୍ଗଳବାର ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। 

ସୂଚନାଯୋଗ୍ୟ ଯେ ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି ।