ସ୍ଥଳ ପରେ ସମୁଦ୍ର ପଥରେ ସେବା ଯୋଗାଇବ ଭାରତୀୟ ରେଳବାଇ
Advertisement
Article Detail0/zeeodisha/odisha1215279

ସ୍ଥଳ ପରେ ସମୁଦ୍ର ପଥରେ ସେବା ଯୋଗାଇବ ଭାରତୀୟ ରେଳବାଇ

ରମେଶ୍ୱରମ୍ ଅଭିମୁଖେ ଯାଉଥିବା ଭକ୍ତ ମଧ୍ୟ ଆଗାମୀ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଇଞ୍ଜିନିୟରିଂ କାମର ସାକ୍ଷୀ ରହିବେ। 

ସ୍ଥଳ ପରେ ସମୁଦ୍ର ପଥରେ ସେବା ଯୋଗାଇବ ଭାରତୀୟ ରେଳବାଇ

Indian Railway: ସମୟ ସହିତ ଭାରତୀୟ ରେଳବାଇ ଅନେକ ପରିବର୍ତ୍ତନ କରୁଛି। ପରିବହନ ସେବା ପାଇଁ ଅନେକ ଚମତ୍କାର ସେତୁ ନିର୍ମାଣ କରିଛି ରେଳବାଇ। ଯାହାର ସାରା ବିଶ୍ୱରେ ଏକ ଭିନ୍ନ ପରିଚୟ ରହିଛି। ଦକ୍ଷିଣ  ରେଲବାଇ ଦ୍ୱାରା ଏପରି ଏକ ସେତୁ ନିର୍ମାଣ କରାଯାଉଛି ଯାହା ସମୁଦ୍ର ପଥର ଯାତାୟତ କରୁଥିବା ଜାହାଜ ପାଖରେ ପହଞ୍ଚିବ ହେଲେ ସେତେବେଳେ ଟ୍ରେନ ପାଣି ଉପରେ ଯାତ୍ରା କରିବ। ରମେଶ୍ୱରମ୍ ଅଭିମୁଖେ ଯାଉଥିବା ଭକ୍ତ ମଧ୍ୟ ଆଗାମୀ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଇଞ୍ଜିନିୟରିଂ କାମର ସାକ୍ଷୀ ରହିବେ। ପ୍ରାୟ ୫୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପୋଲ ଉପରେ ଲିଫ୍ଟ ସିଷ୍ଟମ ବ୍ୟବହାର କରି ରେଳ ଧାରଣା ବିଛାଯିବ। ଯାହା ଫଳରେ ଟ୍ରେନ ଘଣ୍ଟାପ୍ରତି ୮୦ କିମି ବେଗରେ ଯାତ୍ରା କରିପାରିବ। 

ରମେଶ୍ୱରମ୍ ପୁଣି ଥରେ ଧନୁଷକୋଡି ସହ ରେଳ ଲାଇନ ଦ୍ୱାରା ସଂଯୋଗ ହେବ। ଧନୁଷକୋଡି ଠାରେ ପହଞ୍ଚିବା ପାଇଁ ରମେଶ୍ୱରାମ୍ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଏକ ସହଜ ବିକଳ୍ପ ମିଳିପାରିବ। ଏହି ସେତୁ ନିର୍ମାଣ ସହିତ ରେଳବାଇ ମଧ୍ୟ ରମେଶ୍ୱରମ୍ ପର୍ଯ୍ୟନ୍ତ ଅନେକ ନୂତନ ଟ୍ରେନ୍ ଚଳାଚଳ କରାଇବାରେ ସକ୍ଷମ ହେବ। 

ପୂର୍ବରୁ ଧନୁଷକୋଡି ଠାରେ ଏକ ରେଳ ଷ୍ଟେସନ ଥିଲା। ଯେଉଁଠାରୁ ସାମଗ୍ରୀ ଶ୍ରୀଲଙ୍କା ଅଭିମୁଖେ ଯାଉଥିଲା। ମାତ୍ର ଗତ ଷାଠିଏ ଦଶକରେ ଆସିଥିବା ଭୀଷଣ ସାମୁଦ୍ରିରକ ଝଡ଼ କାରଣରୁ ଏହି ରେଳ ଷ୍ଟେସନ ଏବଂ ରେଳ ଲାଇନ ନଷ୍ଟ ହୋଇଯାଇଥିଲା। ସେବେ ଠାରୁ ଏହାର ପୁନନିର୍ମାଣ ହୋଇ ପାରିନଥିଲା। ପ୍ରାୟ ୬୦ ବର୍ଷ ପରେ ପୁଣି ଥରେ ଏହି ରେଳସେବା ଆରମ୍ଭ ହେବ। ଉଭୟ ପର୍ଯ୍ୟଟନ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏହି ରେଳ ଷ୍ଟେସନ ଅନେକ ଗୁରୁତ୍ୱ ବହନ କରୁଛି। 

ଏହି ପ୍ରକଳ୍ପ ମାଧ୍ୟମରେ  ରେଳବାଇ ଷ୍ଟେସନ ପୁନନିର୍ମାଣ ଏବଂ ଏହାକୁ ନୂତନ ବ୍ରଡ ଗେଜ୍ ଏବଂ ଇଲେକ୍ଟ୍ରିକ୍ ଲାଇନ ସହିତ ସଂଯୋଗ କରିବାକୁ ଯୋଜନା କରିଛି ଭାରତୀୟ ରେଳବାଇ। ରମେଶ୍ୱରମ୍ ଠାରୁ ୧୮ କିମି ଲାଇନ ହେବ ଏବଂ ଏହି ମାର୍ଗରେ ତିନୋଟି ରହଣୀ ସ୍ଥାନ ସହ ଷ୍ଟେସନ୍ ଏବଂ ଟର୍ମିନାଲ୍ ଷ୍ଟେସନ୍ ରହିବ। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏହି ୧୨୦ ବର୍ଷ ପୁରୁଣା ପୋଲରେ ସୀମିତ ସଂଖ୍ୟକ ଟ୍ରେନ ଚଳାଚଳ କରୁଛି। ଏଠାରେ ଟ୍ରେନ ଘଣ୍ଟା ପ୍ରତି ୧୦ କିମି ବେଗରେ ଯାତ୍ରା କରିଥାଏ। କେବଳ ଏତିକି ନୁହେଁ ପୁରୁଣା ପମ୍ବନ୍ ପୋଲ ଉପରେ ମାଲ ଗାଡି଼  ଚଳାଚଳ କରୁନଥିଲା। ଏଭଳି ପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ରେଳବାଇ ପମ୍ବାନ୍ ବ୍ରିଜ୍ ସହିତ ଏକ ନୂତନ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

ଲିଫ୍ଟ ସିଷ୍ଟମ ବ୍ୟବହାର କରି ପମ୍ବନ୍ ପୋଲର ପୁନଃନିର୍ମାଣ କରାଯାଉଛି। ଯାହା ଦ୍ୱାରା ଜାହାଜ ଆସିବା ପରେ ଜଳ ସ୍ୱୟଂଚାଳିତ ଭାବରେ ଉପରକୁ ଯିବ। ପୂର୍ବରୁ ନିର୍ମିତ ହୋଇଥିବା ସେତୁରେ ଅଲଗା ଟ୍ରାକ ବ୍ୟବହାର ହେଉଥିଲା। ଜାହାଜ ଛାଡିବା ପରେ ତାହା ପରସ୍ପର ସହିତ ପୁନଃସଂଯୋଗ ହେଉଥିଲେ। ଯାହା ପ୍ରାୟ ଅଧ ଘଣ୍ଟା ସମୟ ନେଉଥିଲା। ବର୍ତ୍ତମାନ ପମ୍ବନ ପୋଲରେ ଲିଫ୍ଟ ସିଷ୍ଟମ ବ୍ୟବହାର କରି ଜାହାଜ ଆଗମନ ପରେ ରେଳ ଧାରଣା ଲିଫ୍ଟ ଭଳି ଉପରକୁ ଉଠିଯିବ। ଜାହାଜ ଯିବା ପରେ ରେଳ ଧାରଣ ବିଛା ସ୍ଥାନକୁ ଆପେ ଆପେ ଫେରିଯିବ। ଏହି ପ୍ରକ୍ରିୟା ମାତ୍ର  ୧୦ ମିନିଟ୍ ମଧ୍ୟରେ ହେବ।  କୌତୁହଳର ବିଷୟ ହେଉଛି ପୁରାତନ ପମ୍ବନ୍ ପୋଲ ସମୁଦ୍ର ଗର୍ଭରେ ନିର୍ମିତ। 

ରେଳ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ନୂତନ ପୋଲର ୨ କିମିରୁ ଅଧିକ ଲମ୍ବା। ଏହି ନୂତନ ପୋଲରେ ଶେଜର ରୋଲିଂ ଲିଫ୍ଟ ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ବଡ଼ ବଡ଼ ପାଣି ଜାହାଜ ଯିବା ପାଇଁ ଏହି ପୋଲ ଭୂସମାନ୍ତର ଭାବେ ଖୋଲିବ। ଆଧୁନିକ ଜ୍ଞାନକୌଶଳ ରେଳଗାଡିକୁ ଦ୍ରୁତ ଗତି ଦେବା ସହିତ ଅଧିକ ଭାର ବହନ କରିବାର କ୍ଷମତା ପ୍ରଦାନ କରିବ। ଏହି ସେତୁ ଘଣ୍ଟା ପ୍ରତି  ୧୦୦ କିମି ପର୍ଯ୍ୟନ୍ତ ପ୍ରବଳ ପବନକୁ ସହ୍ୟ କରିବା ସହିତ ସମୁଦ୍ରର ଶକ୍ତିଶାଳୀ ତରଙ୍ଗକୁ ମଧ୍ୟ ପ୍ରତିରୋଧ କରିବାରେ ସକ୍ଷମ ହେବ। 

ଏହି ପୋଲ ୧୦୦ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିବ। ଦକ୍ଷିଣ ଭାରତକୁ ରମେଶ୍ୱରମ୍ ସହିତ ସଂଯୋଗ କରୁଥିବା ଏହା ହେଉଛି ମୁଖ୍ୟ ପୋଲ। ଏହି ନୂତନ ପୋଲ ନିର୍ମାଣ ସହିତ ଭକ୍ତ ଦେଶର ଶେଷ ପ୍ରାନ୍ତ ଧନୁଷକୋଡି଼ ଠାରେ ସହଜରେ ପହଞ୍ଚି ପାରିବେ। ଧନୁଶକୋଡ଼ି ହେଉଛି ସେହି ସ୍ଥାନ ଯେଉଁଠାରୁ ରାମ ସେଟୁ ଆରମ୍ଭ ହୋଇ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଇଥିଲେ। ଏଠାରୁ ଶ୍ରୀଲଙ୍କା ସମୁଦ୍ର ପଥରେ ୧୨ ନଟିକାଲ୍ ମାଇଲ୍ ଦୂରରେ ଅବସ୍ଥିତ। ଏହି ନୂତନ ପୋଲରେ ୧୮.୩ ମିଟର ବିଶିଷ୍ଟ  ୧୦୦ ସ୍ପାନ ଏବଂ 63 ମିଟରର ନାଭିଗେସନ୍ ସ୍ପାନ୍ ରହିବ। ସମୁଦ୍ର ପତ୍ତନ ଠାରୁ ୨୨ ମିଟର ନାଭିଗେସନ୍ ଏୟାର କ୍ଲିୟରାନ୍ସ ସହିତ ବିଦ୍ୟମାନ ବ୍ରିଜ୍ ଠାରୁ ଏହା ୩ ମିଟର ଉଚ୍ଚ ହେବ।

ରେଳବାଇ ଅନୁସାରେ ଧନୁଷକୋଡି ଠାରୁ ରମେଶ୍ୱରମ୍ ପର୍ଯ୍ୟନ୍ତ ୧୮ କିମି ଦୂରତା ବିଶିଷ୍ଟ ସିଙ୍ଗିଲ ଲାଇନ ରେଳ ଧାରଣା ବିଛାଯିବ। ଧନୁଷକୋଡି ଠାରେ ପହଞ୍ଚିବା ପାଇଁ ରମେଶ୍ୱରମ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ସହଜ ବିକଳ୍ପ ପ୍ରଦାନ କରିବ। ରାମଶ୍ୱରମ ଟାରୁ ରାମସେତୁ ଆରମ୍ଭ ହୋଇଥାଏ। ବଙ୍ଗୋପ ସାଗର ଏବଂ ଆରବ ସାଗର ନିକଟରେ ନିର୍ମିତ ହେବାକୁ ଥିବା ଏହି ରେଳ ଷ୍ଟେସନ ଅତ୍ୟନ୍ତ ସ୍ୱତନ୍ତ୍ର ହେବ। ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ମୋଟ ୧୮ କିଲୋମିଟର ମଧ୍ୟରୁ ୧୩ କିଲୋମିଟର ରେଳ ଧାରଣା ଉଚ୍ଚ ହେବ।

Also Read:  ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI