Vande Bharat Train: ଦେଶର ସେହି ରାଜ୍ୟ, ଯେଉଁଠି ଯଥାଶୀଘ୍ର ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1570404

Vande Bharat Train: ଦେଶର ସେହି ରାଜ୍ୟ, ଯେଉଁଠି ଯଥାଶୀଘ୍ର ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ

Latest Odia News, Indian Railway:  ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ବନ୍ଦେ ଭାରତ ଟ୍ରେନ୍ ୨୦୦ କିଲୋମିଟର ବେଗରେ ଚଳାଚଳ କରିଥାଏ। ଯେଉଁଥିରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରିତ କୋଚ ଏବଂ ସ୍ୱତନ୍ତ୍ର ଘୂର୍ଣ୍ଣନଶୀଳ ଚେୟାର ମଧ୍ୟ ରହିଛି। ଏହି ଚେୟାର ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ। ଏହି ଟ୍ରେନ ଜିପିଏସ୍ ସିଷ୍ଟମ, ସିସିଟିଭି କ୍ୟାମେରା, ଭାକ୍ୟୁମ୍ ବାୟୋଭାକ୍ୟୁମ୍ ୱାଶରୁମ୍ ସେବା ସହିତ ସଂଯୁକ୍ତ ହୋଇଛି। ଏହି ଟ୍ରେନ୍ ହାଇ-ଟେକ୍ ଟେକ୍ନୋଲୋଜି ସହିତ ସଜ୍ଜିତ। ଯେଉଁଥିରେ ଯାତ୍ରା କରିବା ସମୟରେ ଆପଣ କ୍ଳାନ୍ତ ଅନୁଭବ କରିବେ ନାହିଁ।

Vande Bharat Train: ଦେଶର ସେହି ରାଜ୍ୟ, ଯେଉଁଠି ଯଥାଶୀଘ୍ର ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ

Latest Odia News, Vande Bharat Express: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ହାଇ ସ୍ପୀଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଦେଶରେ ୮ ରାଜ୍ୟରେ ସେବା ପ୍ରଦାନ କରୁଛି। ହେଲେ ତଥାପି ଦେଶରେ ଏପରି କିଛି ରାଜ୍ୟ ରହିଛି ଯେଉଁଠି ଏହାକୁ ଅତି ଉତ୍ସାହର ସହ ଅପେକ୍ଷା କରାଯାଇଛି। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ରେଳବାଇ ୭୫ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ଯୋଜନା କରିଛି। 

ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ବନ୍ଦେ ଭାରତ ଟ୍ରେନ୍ ୨୦୦ କିଲୋମିଟର ବେଗରେ ଚଳାଚଳ କରିଥାଏ। ଯେଉଁଥିରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରିତ କୋଚ ଏବଂ ସ୍ୱତନ୍ତ୍ର ଘୂର୍ଣ୍ଣନଶୀଳ ଚେୟାର ମଧ୍ୟ ରହିଛି। ଏହି ଚେୟାର ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ। ଏହି ଟ୍ରେନ ଜିପିଏସ୍ ସିଷ୍ଟମ, ସିସିଟିଭି କ୍ୟାମେରା, ଭାକ୍ୟୁମ୍ ବାୟୋଭାକ୍ୟୁମ୍ ୱାଶରୁମ୍ ସେବା ସହିତ ସଂଯୁକ୍ତ ହୋଇଛି। ଏହି ଟ୍ରେନ୍ ହାଇ-ଟେକ୍ ଟେକ୍ନୋଲୋଜି ସହିତ ସଜ୍ଜିତ। ଯେଉଁଥିରେ ଯାତ୍ରା କରିବା ସମୟରେ ଆପଣ କ୍ଳାନ୍ତ ଅନୁଭବ କରିବେ ନାହିଁ। ଏହା ସେଫ୍ଟି ଗାର୍ଡ୍ସ ସହ ସଜାଯାଇଛି। ଏହି କାରଣରୁ ଅନେକ ରାଜ୍ୟରେ ଏହି ଟ୍ରେନ୍ ଚଳାଇବାକୁ ନେଇ ଦାବି କରାଯାଉଛି।

ଦେଶରେ କେଉଁଠି ଚାଲୁଛି ବନ୍ଦେ ଭାରତ ଟ୍ରେନ୍?

  • ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ୨୦୧୯ ଫେବୃଆରୀରେ ନୂଆଦିଲ୍ଲୀ-ବାରାଣାସୀ ମଧ୍ୟରେ ଚଳାଚଳ କରିଥିଲା।
  • ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ଠାରୁ ମଧ୍ୟରେ ଜାମୁ ସ୍ଥିତ ମାତା ବୈଷ୍ଣୋ ଦେବୀ କାଟରା ପର୍ଯ୍ୟନ୍ତ ଚଳାଚଳ କରିଥିଲା।
  • ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ  ଗତ ବର୍ଷ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଆରମ୍ଭ ହୋଇଥିଲା।
  • ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ  ହିମାଚଳ ପ୍ରଦେଶ ଉନା ଠାରୁ ନୂଆଦିଲ୍ଲୀ ମଧ୍ୟରେ ଚାଲିଥିଲା।
  • ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ୧୧ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଯାହା ମହୀଶୂର-ଚେନ୍ନାଇ ମଧ୍ୟରେ ଚଳାଚଳ କରୁଛି। 
  • ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ମହାରାଷ୍ଟ୍ର ନାଗପୁର ଠାରୁ ଛତିଶଗଡର ବିଳାଶପୁର ମଧ୍ୟରେ ଚଳାଚଳ କରୁଛି। ଯାହା ଗତ ବର୍ଷ ୧୧ ଡିସେମ୍ବରରେ ଆରମ୍ଭ ହୋଇଥିଲା।
  • ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ୩୦ ଡିସେମ୍ବରରେ ପଶ୍ଚିମବଙ୍ଗ ହାୱାଡ଼ା ଠାରୁ ନ୍ୟୁ ଜାଲପାଇଗୁଡି ମଧ୍ୟରେ ଚଳାଚଳ କରୁଛି।
  • ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଗତ ୧୫ ଜାନୁଆରୀରେ ତେଲେଙ୍ଗାନା ସିକନ୍ଦରାବାଦ ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ ଅଭିମୁଖେ ଯାତ୍ରା କରିଥିଲା।
  • ନବମ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଠାରୁ ସାଇ ନଗର ଶିରିଡି ପର୍ଯ୍ୟନ୍ତ ଚଳାଚଳ କରିଥିଲା। 
  • ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଠାରୁ ସୋଲାପୁର ମଧ୍ୟରେ ଚଳାଚଳ କରୁଛି। ଦେଶରେ ମହାରାଷ୍ଟ୍ର ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୪ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। 

ରେଳବାଇ ସୂତ୍ରରୁ ମିଳିଥିବା ଅନୁଯାୟୀ ହାଇ ସ୍ପୀଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ହାଓ୍ୱାଡା-ପାଟନା ଏବଂ ବାରାଣାସୀ-ହାୱାଡା ମାର୍ଗରେ ଚଳାଚଳ କରିପାରେ। ଆସନ୍ତା ୨୦୨୫ ବର୍ଷରେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଏହି ରାଜ୍ୟ ପାଇଁ ଅନେକ ବନ୍ଦେ ଭାରତ ଟ୍ରେନ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି। ବିହାର ବ୍ୟତୀତ ଓଡ଼ିଶା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, କେରଳ ସହ ପୂର୍ବୋତ୍ତର ଭାଗରେ ଅବସ୍ଥିତ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଭାଣ୍ଡେ ଭାରତ ଟ୍ରେନ୍ ଚଳାଚଳ କରି ନାହିଁ। ଅନ୍ୟପକ୍ଷରେ ପଞ୍ଜାବ ଏବଂ ହରିୟାଣା ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ପାଇନାହାଁନ୍ତି। ଯଦିଓ ନୂଆଦିଲ୍ଲୀ ଠାରୁ ଜାମୁ କଟରା ଏବଂ ହିମାଚଳ ପ୍ରଦେଶ ଉନା ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ପଞ୍ଜାବ ଏବଂ ହରିୟାଣା ରାଜ୍ୟ ଦେଇ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଛି। ନୂଆଦିଲ୍ଲୀ ଠାରୁ ଅମୃତସର ଏବଂ ଭଟିଣ୍ଡା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ପଞ୍ଜାବ ପକ୍ଷରୁ ଦାବି କରାଯାଇଛି।