Indian Railways: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ୨୦ଟି ଟ୍ରେନ୍ ବାତିଲ, ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha1817251

Indian Railways: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ୨୦ଟି ଟ୍ରେନ୍ ବାତିଲ, ଦେଖନ୍ତୁ ପୂରା ଲିଷ୍ଟ

Indian Railways: ଆଗୁକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଟ୍ରେନ୍ ବାତିଲ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ଶକ୍ତି ଷ୍ଟେସନ ହାୱାଡ଼ା-ମୁମ୍ବାଇର ମୁଖ୍ୟ ଲାଇନରେ ଅବସ୍ଥିତ । ଏଠାରେ ନାଗପୁରରୁ ବିଲାସପୁର ଓ ଝାରସୁଗୁଡା ପର୍ଯ୍ୟନ୍ତ ଚତୁର୍ଥ ଲାଇନ ନିର୍ମାଣ ନେଇ କାର୍ଯ୍ୟ ଜାରି ରହିଛି। 

ସୌ(ସୋସିଆଲ ମିଡିଆ)

Indian Railways: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ସହରରେ ରେଳ ବ୍ୟବସ୍ଥା ରହିଛି । କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ପୁର୍ବରୁ ରେଳ ଯାତ୍ରୀଙ୍କୁ ଲାଗିଛି ଝଟକା ।

ସୂଚନା ଅନୁଯାୟୀ, ରେଳବାଇ ଛତିଶଗଡ଼ ଦେଇ ଚାଲୁଥିବା ୨୦ଟି ଟ୍ରେନକୁ ପୁଣି ଥରେ ବାତିଲ କରିଛି। ରାକ୍ଷୀ ପୂର୍ଣ୍ଣିମା ଠିକ୍ ପୂର୍ବରୁ ଟ୍ରେନ ଗୁଡ଼ିକୁ ବାତିଲ କରି ଯାତ୍ରୀମାନଙ୍କ ସମସ୍ୟାକୁ ବଢାଇଛି ରେଳ ପ୍ରଶାସନ। ଚତୁର୍ଥ ଲାଇନକୁ ବିଲାସପୁର ରେଳ ବିଭାଗ ନିକଟ ଷ୍ଟେସନ ସହିତ ସଂଯୋଗ କରିବା ଓ ୟାର୍ଡ଼ର ପୁନଃ ନିର୍ମାଣ ନେଇ ଟ୍ରେନ୍ ଗୁଡିକ ବାତିଲ କରାଯାଇଛି । ଅଗଷ୍ଟ ୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୦ଟି ଟ୍ରେନ୍ ବାତିଲ କରାଯାଇଛି । ସେପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ଯ କରାଯାଇ ନାହିଁ। ତେବେ ଆଗୁକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଟ୍ରେନ୍ ବାତିଲ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ଶକ୍ତି ଷ୍ଟେସନ ହାୱାଡ଼ା-ମୁମ୍ବାଇର ମୁଖ୍ୟ ଲାଇନରେ ଅବସ୍ଥିତ । ଏଠାରେ ନାଗପୁରରୁ ବିଲାସପୁର ଓ ଝାରସୁଗୁଡା ପର୍ଯ୍ୟନ୍ତ ଚତୁର୍ଥ ଲାଇନ ନିର୍ମାଣ ନେଇ କାର୍ଯ୍ୟ ଜାରି ରହିଛି। ଏଥି ମଧ୍ୟରୁ କେତେକ ଚତୁର୍ଥ ଲାଇନର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ସେଥିରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ବର୍ତ୍ତମାନ ଶକ୍ତି ରେଳ ଷ୍ଟେସନ ସହିତ ଚତୁର୍ଥ ଲାଇନର ପୁନଃ ନିର୍ମାଣ ଓ ସଂଯୋଗ ନେଇ ପ୍ରସ୍ତୁତି ଜାରି ରହିଛି । ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ଅଗଷ୍ଟ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଶକ୍ତି ଷ୍ଟେସନରେ ଅଣ-ଇଣ୍ଟରଲକିଂ କାର୍ଯ୍ୟ କରାଯିବ, ଯେଉଁ କାରଣରୁ ଅଗଷ୍ଟ ୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ମାର୍ଗରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ ।

ବାତିଲ ହୋଇଥିବା ଟ୍ରେନ୍

  • ଅଗଷ୍ଟ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଲାସପୁରରୁ ଚାଲୁଥିବା ୦୮୭୩୮ ବିଲାସପୁର-ରାୟଗଡ MEMU ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ବାତିଲ
  • ଅଗଷ୍ଟ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାୟଗଡରୁ ଚାଲୁଥିବା ୦୮୭୩୭ ରାୟଗଡ-ବିଲାସପୁର MEMU ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ ବାତିଲ
  • ଅଗଷ୍ଟ ୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଲାସପୁରରୁ ଚାଲୁଥିବା ୦୮୭୩୬ ବିଲାସପୁର-ରାୟଗଡ MEMU ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍  ବାତିଲ
  • ଅଗଷ୍ଟ ୧୦ରୁ ୨୩ ତାରିଖ ପର୍ଯ୍ୟନ୍ତ ରାୟଗଡରୁ ଚାଲୁଥିବା ୦୮୭୩୫ ରାୟଗଡ-ବିଲାସପୁର MEMU ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍  ବାତିଲ
  • ଅଗଷ୍ଟ ୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଟାଟାନଗରରୁ ଚାଲୁଥିବା ୧୮୧୧୩ ଟାଟାନଗର-ବିଲାସପୁର ଏକ୍ସପ୍ରେସ ବାତିଲ୍
  • ଅଗଷ୍ଟ ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଲାସପୁରରୁ ଚାଲୁଥିବା ୧୮୧୧୪ ବିଲାସପୁର-ଟାଟାନଗର ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଟାଟାନଗରରୁ ଚାଲୁଥିବା ୧୮୧୦୯ ଟାଟାନଗର-ଇତୱାରୀ ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଇତୱାରୀ ଚାଲୁଥିବା ୧୮୧୧୦ ଟାଟାନଗର ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୯ ତାରିଖରେ ସାନ୍ତ୍ରରାଗାଚ୍ଛିରୁ ଚାଲୁଥିବା ୨୦୮୨୮ ସାନ୍ତ୍ରରାଗାଚ୍ଛି- ଜବଲପୁର ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୦ ତାରିଖରେ ଜବଲପୁରରୁ ଚାଲୁଥିବା ଜବଲପୁର- ସାନ୍ତ୍ରରାଗାଚ୍ଛି ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୦ ତାରିଖରେ ହାଇଦ୍ରାବାଦରୁ ଚାଲୁଥିବା ୧୭୦୦୫ ହାଇଦ୍ରାବାଦ-ରାକ୍ସଲ ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୩ ତାରିଖରେ ରାକ୍ସଲରୁ ଚାଲୁଥିବା ୧୭୦୦୬ ରାକ୍ସଲ-ହାଇଦ୍ରାବାଦ ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୨ରେ ସାନ୍ତ୍ରରାଗାଚ୍ଛିରୁ ଚାଲିବାକୁ ଥିବା ୨୦୮୨୨ ସାନ୍ତ୍ରରାଗାଚ୍ଛି-ପୁନେ ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୪ରେ ପୁଣେରୁ ଚାଲିବାକୁ ୨୦୮୨୧ ପୁନେ- ସାନ୍ତ୍ରରାଗାଚ୍ଛି ଏକ୍ସପ୍ରେସ ବାତିଲ ରହିବ
  • ଅଗଷ୍ଟ ୧୧ ତାରିଖରେ ବିଲାସପୁରରୁ ଚାଲୁଥିବା ୨୨୮୪୩ ବିଲାସପୁର-ପାଟନା ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୨୩ ତାରିଖରେ ପାଟନା ଠାରୁ ଚାଲୁଥିବା ୨୨୮୪୪ ପାଟନା-ବିଲାସପୁର ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଚାଲୁଥିବା ୧୨୮୮୦ ଭୁବନେଶ୍ୱର-କୁର୍ଲା ଏକ୍ସପ୍ରେସ ବାତିଲ
  • ଅଗଷ୍ଟ ୧୫ ପର୍ଯ୍ୟନ୍ତ 2023 ରେ କୁର୍ଲା ଚାଲୁଥିବା କୁର୍ଲା- ଭୁବନେଶ୍ୱର ଏକ୍ସପ୍ରେସ ବାତିଲ
  • ୧୦ରୁ ୨୨ ଅଗଷ୍ଟ ଯାଏଁ ଗୋନ୍ଦିଆ ଏବଂ ଝାରସୁଗୁଡ଼ାରୁ ଚାଲୁଥିବା ୦୮୮୬୧/୦୮୮୬୨ ଗୋନ୍ଦିଆ - ଝାରସୁଗୁଡ଼ା ଓ ଝାରସୁଗୁଡା- ଗୋନ୍ଦିଆ MEMU ପାସେଞ୍ଜର ସ୍ୱତନ୍ତ୍ର ବିଲାସପୁର ଓ ଝାରସୁଗୁଡା ମଧ୍ୟରେ ବାତିଲ କରାଯାଇଛି ।