Indian Railway: ବନ୍ଦେ ଭାରତ ବନାମ ବୁଲେଟ୍ ଟ୍ରେନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ?
Advertisement

Indian Railway: ବନ୍ଦେ ଭାରତ ବନାମ ବୁଲେଟ୍ ଟ୍ରେନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ?

Railway Ministry: ବନ୍ଦେ ଭାରତ ଏବଂ ବୁଲେଟ୍ ଟ୍ରେନ୍ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ? କେଉଁ ଟ୍ରେନ ପାଖରେ କେଉଁ ଭଳି ପ୍ରକାର ବିଶେଷତା ରହିଛି। 

Indian Railway: ବନ୍ଦେ ଭାରତ ବନାମ ବୁଲେଟ୍ ଟ୍ରେନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ?

Vande Bharat vs Bullet Train: ପରିବର୍ତ୍ତିତ ଭାରତ ପ୍ରତ୍ୟେକ କ୍ଷେତ୍ରରେ ରେକର୍ଡ ସ୍ଥାପନ କରି ଆଗକୁ ବଢୁଛି। ରେଳ ନେଟୱାର୍କ ବିଷୟରେ କହିବାକୁ ଗଲେ ୧୦ ବର୍ଷ ପୂର୍ବେ ଭାରତୀୟ ରେଳବାଇ ଯେଉଁ ଅବସ୍ଥାରେ ଥିଲା ବର୍ତ୍ତମାନ ସେହି ଅବସ୍ଥାରେ ନାହିଁ। ଟ୍ରେନ ଗତିରେ ଉନ୍ନତି ସହିତ ବିଳମ୍ବତାର ଅସ୍ଥିତ୍ୱ ପ୍ରାୟ ଶେଷ ହୋଇଯାଇଛି। ବନ୍ଦେ ଭାରତ ଏବଂ ବୁଲେଟ୍ ଟ୍ରେନ୍ ଗତି ଦୃଷ୍ଟିରୁ ଅନେକ ଦେଶକୁ ପଛରେ ପକାଇ ଦେଇଛି ଭାରତ। ଦେଶବାସୀ ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ ସ୍ପୀଡ ଦେଖି ସାରିଛନ୍ତି। ବର୍ତ୍ତମାନ ଜାପାନ ଦ୍ୱାରା ବିକଶିତ ହୋଇଥିବା ବୁଲେଟ୍ ଟ୍ରେନ୍ ପାଇଁ ଅପେକ୍ଷା କରିଛନ୍ତି ଲୋକେ। ହେଲେ ଏବେ ପ୍ରଶ୍ନ ଉଠୁଛି ବନ୍ଦେ ଭାରତ ଏବଂ ବୁଲେଟ୍ ଟ୍ରେନ୍ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ? କେଉଁ ଟ୍ରେନ ପାଖରେ କେଉଁ ଭଳି ପ୍ରକାର ବିଶେଷତା ରହିଛି। 

ଏହି ଟ୍ରେନ ଉପରେ ଆସିଥିବା ପ୍ରଶ୍ନର ଜବାବ ରଖିଛି ରେଳ ମନ୍ତ୍ରଣାଳୟ (Railway Ministry)। ଏନେଇ ମନ୍ତ୍ରଣାଳୟ କହିଛି ଯେ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ବେଗ ବୁଲେଟ୍ ଟ୍ରେନ୍ (Bullet Train) ତୁଳନାରେ କମ। ହେଲେ ଟ୍ରାଏଲ୍ ରନ୍ ବେଳେ  ବୁଲେଟ୍ ଟ୍ରେନ୍ (Bullet Train Trial Run) ଏକ ଭିନ୍ନ ଚିତ୍ର ପ୍ରକାଶ କରିଛି। ବନ୍ଦେ ଭାରତ ଏକ୍ସପ୍ରେସ ୫୨ ସେକେଣ୍ଡ ମଧ୍ୟରେ ୦-୧୦୦ କିଲୋମିଟର ବେଗ ଧରି ନେଇଥାଏ। ହେଲେ ଏହି ସମୟରେ ଏହି ଗତି ହାସଲ କରିବାକୁ ବୁଲେଟ୍ ଟ୍ରେନ୍ ୫୪.୬ ସେକେଣ୍ଡ ସମୟ ନେଇଥାଏ।

ଯଦି ସର୍ବାଧିକ ବେଗ କଥା କୁହାଯାଏ ତାହେଲେ ବନ୍ଦେ ଭାରତ ୧୮୦ କିଲୋମିଟର ବେଗରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରେ। ଅନ୍ୟପଟେ ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଯାତ୍ରା କରିବାର ଦାବି କରାଯାଇଛି। 

ଯଦି ବନ୍ଦେ ଭାରତ ରେଟିଂ କଥା କୁହାଯାଏ ତାହେଲେ ଗୁଣବତ୍ତା ଏବଂ ଯାତ୍ରୀ ସୂଚକାଙ୍କ ବର୍ଗରେ ୩.୨ ରେଟିଂ ପାଇଛି। ସର୍ବଭାରତୀୟ ସ୍ତରରେ ଏହି ଟ୍ରେନ ୨.୯ ରେଟିଂ ହାସଲ କରିଛି। ଧୂଳି ମୁକ୍ତ ସ୍ୱଚ୍ଛ ବାୟୁ ଥଣ୍ଡା ପ୍ରଣାଳୀ ଏହାକୁ ଅଧିକ ସ୍ୱତନ୍ତ୍ର କରିଥାଏ। ନୂତନ ବନ୍ଦେ ଭାରତ ଟ୍ରେନ ପରିସରର ବାୟୁକୁ ଶୁଦ୍ଧ କରିବା ପାଇଁ ଏକ ଫଟୋ-କାଟାଲାଇଟିସ୍ ଅଲଟ୍ରା ଭାଓଲେଟ ବାୟୁ ବିଶୋଧନ ବ୍ୟବସ୍ଥା ସ୍ଥାପନ କରାଯାଇଛି।

ବନ୍ଦେ ଭାରତ ଏକ୍ସପ୍ରେସ ଯେକୌଣସି ଆମଦାନୀ ହୋଇଥିବା ଟ୍ରେନ ତୁଳନାରେ ୪୦% କମ ମୂଲ୍ୟରେ ନିର୍ମିତ ହୋଇଛି। ଏହାର ପ୍ରଥମ ରାକ୍ ତିଆରି କରିବା ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ପ୍ରସ୍ତୁତ କରିବାକୁ ୧୮ ମାସରୁ କମ୍ ସମୟ ଲାଗିଥିଲା।

ଅନ୍ୟପଟେ ଯଦି ବୁଲେଟ୍ ଟ୍ରେନ କଥା କୁହାଯାଏ ତାହେଲେ ଦେଶରେ ଜାପାନ ଦ୍ୱାରା ବିକଶିତ ହୋଇଥିବା ସିଙ୍କାନସେନ୍ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ଚାଲିବ। ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଚାଲିବ। ଏହାର ଗତି ୩୨୦ କିଲୋମିଟର ହେବ।

ବୁଲେଟ୍ ଟ୍ରେନ ରେ  ଦୁଇଟି ଶ୍ରେଣୀ ରହିବ। ତାହା ହେଉଛି ଇକୋନୋମି ଏବଂଏକଜିକ୍ୟୁଟିଭ ଶ୍ରେଣୀ। ବୁଲେଟ୍ ଟ୍ରେନ ରେ ଘୂର୍ଣ୍ଣନ ସିଟ୍ ମଧ୍ୟ ରହିବ। ଯାହା ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଅଧିକ ଆରାମଦାୟକ କରିବ। ବୁଲେଟ୍ ଟ୍ରେନ ରେ  ଏସି, ଟିଭି, ସ୍ୱୟଂଚାଳିତ କବାଟ, ହାଇକ୍ଲାସ୍ ପ୍ୟାଣ୍ଟ୍ରି ୱାଶରୁମ୍, ୱାଇ-ଫାଇ ଏବଂ ପ୍ଲାଷ୍ଟିକ୍ ବୋତଲ କ୍ରସର ମେସିନ୍ ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।