Indian Air Force Day : ଆଜି ୯୦ ତମ ବାୟୁସେନା ପ୍ରତିଷ୍ଠା ଦିବସ । ଏନେଇ ଚଣ୍ତିଗଡର ସୁଖାନା ଲେକରେ (Sukhna Lake) ଉପରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହୋଇଛି ।
Trending Photos
Indian Air Force Day : ଆଜି ୯୦ ତମ ବାୟୁସେନା ପ୍ରତିଷ୍ଠା ଦିବସ । ଏନେଇ ଚଣ୍ତିଗଡର ସୁଖାନା ଲେକରେ (Sukhna Lake) ଉପରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତିତ ବହୁ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ସଂଖ୍ୟକ ଲୋକେ ମଧ୍ୟ ଏଠାରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଫେଲ, ସୁ୩୦, ମିରାଗ ୨୦୦୦ ସହ ୮୦ ଲଢୁଆ ବିମାନ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛି । ବାୟୁସେନା ଦିବସ ଅବସରରେ ଆଇଏଏଫ ଷ୍ଟେସନରେ (IAF station) ପ୍ରଥମେ ପରଡେ କରାଯାଉଛି । ପରେ ଚଣ୍ଡିଗଡରେ ପ୍ରାୟ ଦୁଇ ଘଣ୍ଚା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। ଅତି ନିକଟରୁ ଲୋକେ ମିରାଗ ୨୦୦୦ ଓ ରାଫେଲ ଭଳି ଲଢୁଆ ବିମାନକୁ ପାଖରୁ ଦେଖିବାର ସୁଯୋଗ ପାଇବେ ।
ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି ଯେ, " ବାୟୁସେନା ଦିବସରେ, ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା , ଭାରତୀୟ ବାୟୁସେନା ଦଶନ୍ଧି ଧରି ଦେଶପ୍ରତି ଥିବା ଅବଦାନ ଅତୁଳନୀୟ, ସେମାନେ ଦେଶକୁ ସୁରକ୍ଷିତ କରିଛନ୍ତି ଏବଂ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି "। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । " ଭାରତୀୟ ବାୟୁସେନା ଦିବସରେ ସମସ୍ତ ସାହସୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା । ଆଇଏଫଏ ଏହାର ମୂଲ୍ୟ, ଉତ୍କର୍ଷ, କାର୍ଯ୍ୟଦକ୍ଷତା ଏବଂ ବୃତ୍ତିଗତତା ପାଇଁ ଜଣାଶୁଣା। ନୀଳ ରଙ୍ଗର ପୋଷାକଧାରୀ ପୁରୁଷ ଏବଂ ମହିଳାଙ୍କ ପାଇଁ ଭାରତ ଗର୍ବିତ" ।
Greetings and best wishes to all courageous IAF air warriors and their families on the Indian Air Force Day. The IAF is known for its valour, excellence, performance and professionalism. India is proud of its men and women in blue. Wishing them blue skies and happy landings. pic.twitter.com/PItTFHZX7T
— Rajnath Singh (@rajnathsingh) October 8, 2022
On Air Force Day, my greetings to the courageous air warriors and their families. In line with the motto of नभः स्पृशं दीप्तम्, the Indian Air Force has shown exceptional dexterity for decades. They have secured the nation and also shown remarkable human spirit during disasters. pic.twitter.com/6g9twDJAGx
— Narendra Modi (@narendramodi) October 8, 2022
ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ବାୟୁସେନା ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍ରେ ଏହା ପାଳନ କରାଯାଉଛି। ବ୍ରିଟିଶ୍ ସାମ୍ରାଜ୍ୟର ବାୟୁସେନାର ଏକକ ଭାବରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ‘ରୟାଲ୍’ ଶବ୍ଦକୁ ଭାରତୀୟ ବାୟୁସେନା ନାମରେ ଯୋଡ଼ା ଯାଇଥିଲା । କିନ୍ତୁ ସ୍ୱାଧୀନତାର ତିନି ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି । ଦେଶରେ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି । ସେଥିମଧ୍ୟରୁ ତିନୋଟି ପାକିସ୍ତାନ ଏବଂ ଗୋଟିଏ ଚୀନ୍ ବିରୋଧରେ ରହିଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତିରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି । ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।