Ram Setu: ରାମ ସେତୁ ଅସ୍ତିତ୍ୱକୁ ନେଇ କ'ଣ ରହିଛି ଭିନ୍ନ ଭିନ୍ନ ଦାବି? କ'ଣ କହିଲେ ଉଭୟ କଂଗ୍ରେସ-ବିଜେପି ସରକାର?
Advertisement

Ram Setu: ରାମ ସେତୁ ଅସ୍ତିତ୍ୱକୁ ନେଇ କ'ଣ ରହିଛି ଭିନ୍ନ ଭିନ୍ନ ଦାବି? କ'ଣ କହିଲେ ଉଭୟ କଂଗ୍ରେସ-ବିଜେପି ସରକାର?

Ramsetu News: ରାମ ସେତୁ ସମ୍ବନ୍ଧରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି।  ହିନ୍ଦୁ ପୁରାଣ ଅନୁସାରେ ଏହି ସେତୁ ଭଗବାନ ରାମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଭାରତ ବର୍ଷକୁ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିବା ବ୍ରିଟିଶ ଏହାକୁ ଆଦାମ ବ୍ରିଜ୍ ବୋଲି କହିଥାନ୍ତି। ମୁସଲମାନଙ୍କ କହିବା ଅନୁଯାୟୀ ଏହାକୁ ଆଦାମ ନିର୍ମାଣ କରିଥିଲା। 

Ram Setu: ରାମ ସେତୁ ଅସ୍ତିତ୍ୱକୁ ନେଇ କ'ଣ ରହିଛି ଭିନ୍ନ ଭିନ୍ନ ଦାବି? କ'ଣ କହିଲେ ଉଭୟ କଂଗ୍ରେସ-ବିଜେପି ସରକାର?

Ramsetu Controversy: ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ରାମସେତୁ। ଭାରତ ଏବଂ ଶ୍ରୀଲଙ୍କାକୁ  ଯୋଡୁଥିବା ଏହି ପୌରାଣିକ ସେତୁ ବିଷୟରେ ବିଭିନ୍ନ ଦାବି କରାଯାଉଛି। ଏପରିକି ରାମ ସେତୁ ସହ ଜଡ଼ିତ ଅନେକ କାହାଣୀ ମଧ୍ୟ ରହିଛି। ଦେଶରେ ଏହି ସେତୁକୁ ନେଇ ଅନେକ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ରାଜନୀତି ବିଭିନ୍ନ ସମୟରେ ସରଗରମ ହୋଇଉଠିଛି। ପୁଣି ଥରେ ରାମ ସେତୁ ପ୍ରସଙ୍ଗ ରାଜନୀତିରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। 

ହିନ୍ଦୁ ପୁରାଣ ଅନୁସାରେ ଏହି ସେତୁ ଭଗବାନ ରାମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କୁହାଯାଏ ଯେ ଯେତେବେଳେ ଲଙ୍କାର ରାଜା ରାବଣ ଭଗବାନ ରାମଙ୍କ ପତ୍ନୀ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ, ସେତେବେଳେ ପ୍ରଭୁ ରାମ ବାନର ସେନା ସହାୟତାରେ ଏହି ସେତୁ ନିର୍ମାଣ କରିଥିଲେ। ସମଗ୍ର ବାନର ସେନା ଏହି ସେତୁ ଦେଇ ଲଙ୍କାରେ ପହଞ୍ଚିଥିଲେ। ଶ୍ରୀଲାଙ୍କାରେ ବାନର ସେନା ସହ ପହଞ୍ଚିବା ପରେ ଭଗବାନ ରାମ ଲଙ୍କାର ରାଜା ରାବଣକୁ ବଦ୍ଧ କରି ମାତା ସୀତାଙ୍କୁ ମୁକ୍ତ କରିଥିଲେ। 

ଭାରତ ବର୍ଷକୁ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିବା ବ୍ରିଟିଶ ଏହାକୁ ଆଦାମ ବ୍ରିଜ୍ ବୋଲି କହିଥାନ୍ତି। ମୁସଲମାନଙ୍କ କହିବା ଅନୁଯାୟୀ ଏହାକୁ ଆଦାମ ନିର୍ମାଣ କରିଥିଲା। ହେଲେ ବୈଜ୍ଞାନିକ ରାମସେତୁକୁ ନେଇ ବିଭିନ୍ନ ଧର୍ମ ପକ୍ଷରୁ କରାଯାଉଥିବା ଦାବିକୁ ବିଶ୍ୱାସ କରନ୍ତି ନାହିଁ। ରାମସେତୁ ନିର୍ମାଣକୁ ବୈଜ୍ଞାନିକ ଏକ ପ୍ରାକୃତିକ ଘଟଣା ବୋଲି ବିବେଚନା କରିଥାନ୍ତି। ଏହି ସେତୁକୁ ନେଇ ବିବାଦ ଗତ ୨୦୦୫ ବର୍ଷରୁ ଆରମ୍ଭ ହୋଇଥିଲା।

Also Read: Subramanian Swamy on Akshay Kumar: 'ରାମସେତୁ' ପାଇଁ ମହାଭାରତ

ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ମନମୋହନ ସିଂହଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ସେତୁସମୁଦ୍ରମ୍ ସିପିଂ କେନାଲ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଥିଲେ। ଏହି ପ୍ରକଳ୍ପ ଅଧୀନରେ ରାମ ସେତୁ ଭାଙ୍ଗି ଏକ ମାର୍ଗ ପ୍ରସ୍ତୁତ କରାଯାଇଥାନ୍ତା।  ଯାହା ଦ୍ୱାରା ବଙ୍ଗୋପ ସାଗରରୁ ଆସୁଥିବା ଜାହାଜକୁ ଆରବ ସାଗରରେ ପହଞ୍ଚିବା ପାଇଁ ଶ୍ରୀଲଙ୍କା ଉପକୂଳରେ ଚକ୍କର ଲଗାଇବାକୁ ପଡିନଥାନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମୟ, ଦୂରତା ଏବଂ ଇନ୍ଧନ ସଞ୍ଚୟ କରିବା। ହେଲେ ସେତେବେଳେ ବିଭିନ୍ନ ହିନ୍ଦୁ ସଙ୍ଗଠନ କଂଗ୍ରେସ ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟ ଠାରେ ପହଞ୍ଚିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତୁ ସମୁଦ୍ରମ୍ ପ୍ରକଳ୍ପ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ବିଜେପି ସରକାର ଦ୍ୱାରା ଅନୁମୋଦିତ ହୋଇଥିଲା। ଗତ ୨୦୦୪ ବର୍ଷରେ ବାଜପେୟୀ ସରକାର ଏହି ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କାର ବଜେଟ୍ ରଖିଥିଲେ। ହେଲେ ୨୦୦୪ ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ ସହ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିଥିଲା। ଯେତେବେଳେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିଥିଲେ, ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

ଗତ ୨୦୦୮ ବର୍ଷରେ ୟୁପିଏ ସରକାର ପକ୍ଷରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ରାମସେତୁ ହେଉଛି କାଳ୍ପନିକ। ରାମ ସେତୁ ନାମରେ କୌଣସି ସେତୁ ନାହିଁ। ଏହି ସେତୁ କୌଣସି ମଣିଷ ଦ୍ୱାରା ନିର୍ମିତ ହୋଇନଥିଲା। ଏହା ନିଶ୍ଚିତ ଭାବରେ କୌଣସି ଅଲୌକିକ ଶକ୍ତି ଦ୍ୱାରା ନିର୍ମିତ ହୋଇ ଥାଇପାରେ। ଯାହା ପରେ ଆପେ ଆପେ ନଷ୍ଟ ହୋଇ ଯାଇଥିଲା। ଏହି କାରଣରୁ ଶତାବ୍ଦୀ ଶତାବ୍ଦୀ ଧରି ଏହା ବିଷୟରେ କୌଣସି ଆଲୋଚନା ହୋଇନଥିଲା କିମ୍ବା ଏହାର କୌଣସି ପ୍ରମାଣ ନଥିଲା। କଂଗ୍ରେସ ସରକାର ଦ୍ୱାରା ଦାଖଲ ହୋଇଥିବା ଏହି ସତ୍ୟପାଠ ସେତେବେଳେ ଜୋରଦାର ବିରୋଧ କରାଯାଇଥିଲା। ପରେ କଂଗ୍ରେସ ଏହାକୁ ପ୍ରତ୍ୟାହାର କରି ନେଇ କହିଥିଲା ​​ଯେ ଦଳ ସମସ୍ତ ଧର୍ମକୁ ସମ୍ମାନ କରେ।

କଂଗ୍ରେସ ସରକାର ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ରାମ ସେତୁ ଅସ୍ତିତ୍ୱ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ହେଲେ ଏହାକୁ ନେଇ ଦେଶରେ ଏତେ ବିବାଦ ହୋଇଥିଲା ଯେ  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କେବଳ ଦାଖଲ କରିଥିବା ସତ୍ୟପାଠକୁ ପ୍ରତ୍ୟାହାର କରିନଥିଲା ବରଂ ୨ ଜଣ ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବିତ କରିଥିଲା। ପରେ ୨୦୧୪ ବର୍ଷରେ ମୋଦି ସରକାର ସୁପ୍ରିମକୋର୍ଟ ପାଖରେ ଆଉ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସରକାର କହିଥିଲେ ରାମସେତୁ ଭଙ୍ଗାଯିବ ନାହିଁ ବରଂ ଏହାର ଏକ ନୂତନ ବିକଳ୍ପ ଖୋଜିବା ପାଇଁ ପ୍ରୟାସ ଜାରି କରାଯିବ। 

ସଦ୍ୟ ସଂସଦରେ ରାମସେତୁ ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାମସେତୁ ସନ୍ଧାନରେ କିଛି ସୀମାବଦ୍ଧତା ରହିଛି। ଆଉ ଏହାର କାରଣ ହେଉଛି ଏହି ସେତୁର ଇତିହାସ ୧୮ ହଜାର ବର୍ଷ ପୁରୁଣା। ଏହି ସେତୁ ପ୍ରାୟ ୫୬ କିଲୋମିଟର ଲମ୍ବା। ସ୍ପେସ୍ ଟେକ୍ନୋଲୋଜି ମାଧ୍ୟମରେ ସରକାର ଜାଣିବାକୁ ପାଇଛନ୍ତି ଯେ ସମୁଦ୍ରରେ କିଛି ପଥର ଖଣ୍ଡ ମିଳିଛି। ଆଉ ଏପରି କିଛି ଆକୃତି ମିଳିଛି ଯାହା ନିରନ୍ତର ଭାସିବା ଭଳି ଦେଖାଯାଉଛି। କିଛି ଦ୍ୱୀପ ଏବଂ ଚୂନ ପଥର ପରି ଜିନିଷ ସମୁଦ୍ରରେ ଦେଖିବାକୁ ମିଳିଛି। ହେଲେ ସେଗୁଡିକ ସେତୁର  ଅଂଶବିଶେଷ ନା ଆଉ କଣ ତାହା କହିବା କଷ୍ଟକର। ମୋଟ ଉପରେ କହିବାକୁ ଗଲେ ରାମସେତୁ ସମୁଦ୍ରରେ ଉପସ୍ଥିତ ଥିଲା ବୋଲି କହିବା କଷ୍ଟକର। ହେଲେ ତଥାପି କିଛି ସଙ୍କେତ ମିଳିଛି ଯାହା ସୂଚିତ କରୁଛି ଯେ ସେଠାରେ ରାମେସେତୁ କୌଣସି ସରଞ୍ଚନା ରହିଥାଇପାରେ। ପ୍ରାଚୀନ ସହର ଦ୍ୱାରକା ଏବଂ ଏଭଳି ଘଟଣାର ଅନୁସନ୍ଧାନ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।

Also Read: ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI

ରାମ ସେତୁ ସମ୍ବନ୍ଧରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ବିଜେପି କ୍ରମାଗତ ଭାବରେ କଂଗ୍ରେସ ଉପରେ ଅଭିଯୋଗ କରିଆସୁଛି ଯେ ଏହା ରାମ ସେତୁ ଅସ୍ଥିତ୍ୱ ଉପରେ ବିଶ୍ୱାସ କରୁନାହିଁ। ଏଥି ସହିତ ବର୍ତ୍ତମାନ ସଂସଦରେ ସରକାରଙ୍କ ଉତ୍ତର କାରଣରୁ ଏହି ମାମଲା ଅଧିକ ତୀବ୍ର ହୋଇଛି। ବର୍ତ୍ତମାନ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପି ସରକାରକୁ ଘେରିଛି। କଂଗ୍ରେସ ନେତା ପୱନ ଖେଡା ଟ୍ୱିଟ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଉତ୍ତରକୁ ପୋଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି ମୋଦି ସରକାର ସଂସଦରେ କହୁଛନ୍ତି ଯେ ରାମ ସେତୁ ଅସ୍ଥିତ୍ୱ ବାବଦରେ କୌଣସି ପ୍ରମାଣ ନାହିଁ। କଂଗ୍ରେସ ବ୍ୟତୀତ ଅନ୍ୟ ସମସ୍ତ ବିରୋଧୀ ଦଳ ଏହାକୁ ସେୟାର କରିବାରେ ଲାଗିଛନ୍ତି। ବିରୋଧୀ କହିଛନ୍ତି ଯେ ବିଜେପି ସରକାରର ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି।