India vs Canada: ପଣସ ଖାଇ ଭାରତ ମୁଣ୍ଡରେ ଅଠା ବୋଳୁଛି ପାକିସ୍ତାନ!
Advertisement

India vs Canada: ପଣସ ଖାଇ ଭାରତ ମୁଣ୍ଡରେ ଅଠା ବୋଳୁଛି ପାକିସ୍ତାନ!

India vs canada: ଦୁଇ ଦେଶ ମଧ୍ଯରେ କୂଟନୈତିକ ବାକ ଯୁଦ୍ଧ ଚାଲୁଥିବା ବେଳେ ଆଉ ଗୋଟିଏ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ନିଜର ହତ୍ୟା ପଛରେ ପାକିସ୍ତାନର କୁଖ୍ଯାତ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ରହିଛି । ଆଇଏସଆଇ ନିଜ ଡ୍ରଗ୍ସ ବ୍ଯବସାୟକୁ ସୁରକ୍ଷିତ କରିବାକୁ ନିଜରକୁ ରାସ୍ତାରୁ ହଟାଇଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସନ୍ଦେହ କରୁଛନ୍ତି । 

ସୌ(ସୋସିଆଲ ମିଡିଆ)

India vs canada: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜର (Hardeep Singh Nijjar) ହତ୍ଯାକାଣ୍ଡକୁ ନେଇ ଭାରତ ଓ କାନାଡା (India vs Canada) ମଧ୍ଯରେ କୂଟନୈତିକ ଯୁଦ୍ଧ ଚାଲିଛି । କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ (Prime minister Justin Trudeau) ଭାରତକୁ ନିଜର ହତ୍ୟାକାଣ୍ଡ ପାଇଁ ଏକରକମ ଦାୟୀ କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ଯରେ ସମ୍ପର୍କ ଖରାପ ହୋଇଛି । ଦୁଇ ଦେଶ ମଧ୍ଯରେ କୂଟନୈତିକ ବାକ ଯୁଦ୍ଧ ଚାଲୁଥିବା ବେଳେ ଆଉ ଗୋଟିଏ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ନିଜର ହତ୍ୟା ପଛରେ ପାକିସ୍ତାନର କୁଖ୍ଯାତ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ରହିଛି । ଆଇଏସଆଇ ନିଜ ଡ୍ରଗ୍ସ ବ୍ଯବସାୟକୁ ସୁରକ୍ଷିତ କରିବାକୁ ନିଜରକୁ ରାସ୍ତାରୁ ହଟାଇଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସନ୍ଦେହ କରୁଛନ୍ତି । ନିଜ୍ଜର ହତ୍ୟା ଦ୍ୱାରା ଆଇଏସଆଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିବା କୁହାଯାଉଛି । ଦୁଇ ପାକିସ୍ତାନୀ ନାଗରିକଙ୍କୁ ଏହା ଭିତରେ କାନାଡ଼ା ପୋଲିସ (Canada Police) ପଚରାଉଚରା କରିଛି

ଭାରତକୁ ବ୍ଯାକଫୁଟରେ ଆଣିବାକୁ ଆଇଏସଆଇ ଚକ୍ରାନ୍ତ !

ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ କହିବାନୁଯାୟୀ, ନିଜ୍ଜର ପାଖରେ ପହଂଚିବା ଏତେ ସହଜ ନଥିଲା । ତା’ର ସୁରକ୍ଷା ବ୍ଯବସ୍ଥା ଶକ୍ତ ଥିଲା । ଯେତେ ପାଖରୁ ତାକୁ ଗୁଳି କରାଯାଇଛି ସେଥିରୁ ଲାଗୁଛି ଯେ, କୌଣସି ପରିଚିତ ବ୍ଯକ୍ତି ହିଁ ଏପରି କାଣ୍ଡ କରିଛି । ଅନ୍ୟପଟେ ଏଜେନ୍ସିଙ୍କ ଅନୁସାରେ, ଆଇଏସଆଇ ନିଜରକୁ ମାରି ଭାରତକୁ ବ୍ଯାକଫୁଟକୁ ଆଣିବାକୁ ଚାହୁଁଥିଲା । କାରଣ ଆଇଏସଆଇ ଜାଣିଥିଲା ନିଜର ହତ୍ୟା ଦ୍ୱାରା ସନ୍ଦେହ ଭିତରକୁ ଭାରତୀୟ ଗୁଇନ୍ଦା ଏଜେନ୍ସି ର’ ଆପେ ଆସିବ । ଏହାଦ୍ୱାରା ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ କରିବା ଆଇଏସଆଇର ପ୍ଲାନ୍ ଥିଲା । କାରଣ ଆଇଏସଆଇ ଜାଣିଛି ଯେ, ଟ୍ରୁଡୋ ସରକାର (Justin Government) ଶିଖଙ୍କ ରାଜନୈତିକ ପାର୍ଟି ସମର୍ଥନରେ ତିଷ୍ଠିଛି । ଟ୍ରୁଡୋ ଶିଖଙ୍କୁ ଅସନ୍ତୁଷ୍ଠ କରିବାକୁ ଚାହିଁବେ ନାହିଁ ଓ ସେ ଭାରତ ବିରୋଧରେ ଫ୍ରଣ୍ଟ ଖୋଲିବେ ।

ହତ୍ଯା ପଛରେ ଆଇଏସଆଇର ୨ ଏଜେଣ୍ଟ୍

କାନାଡରେ ଥିବା ଆଇଏସଆଇର ଦୁଇ ଜଣେ ଏଜେଣ୍ଟ ଏହି ହତ୍ଯା ପଛରେ ଥିବା କୁହାଯାଉଛି । ଏହି ଦୁଇ ଜଣ କାନାଡାରେ ରହୁଥିବା ଭାରତର ମୋଷ୍ଟ ୱାଣ୍ଟେଡଙ୍କୁ ହ୍ଯାଣ୍ଡେଲ କରନ୍ତି । ଏମାନେ ହେଉଛନ୍ତି ରାହତ ରାୱ ଓ ତାରିକ କିୟାନୀ । ଡ୍ରଗ୍ସ ବ୍ୟବସାୟ ଓ ବେଆଇନ୍ ଅନୁପ୍ରବେଶ ଭଳି ବ୍ଯବସାୟ ଉପରେ ଏକାଧିପତ୍ୟ ଲାଗି ଆଇଏସଆଇ ଆଦେଶରେ ନିଜରର ହତ୍ୟା ହୋଇଛି । ନୂଆ ଡ୍ରଗ୍ସ ପ୍ୟାଡଲର୍ସଙ୍କଠାରୁ ଅଧିକ କମିଶନ ପାଇବା ପାଇଁ ନିଜରକୁ (Hardeep Singh Nijjar)  ଆଇଏସଆଇ ରାସ୍ତାରୁ ହଟାଇଥିବା ସନ୍ଦେହ କରାଯାଉଛି । କାରଣ ନିଜର ଡ୍ରଗ୍ସ ବ୍ୟବସାୟକୁ ହ୍ୟାଣ୍ଡେଲ କରୁଥିଲା ।

ନିଜ୍ଜରର ପଡ଼ୋଶୀ ଆଇଏସଆଇ ଅଫିସର!

ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ ଅନୁସାରେ, ନିଜ୍ଜରର ପଡୋଶୀ ହେଉଛନ୍ତି ଆଇଏସଆଇର କିଛି ପୂର୍ବତନ ଅଧିକାରୀ । ଏଥିରୁ ଜଣା ପଡୁଛି ଯେ, ନିଜରର ଆଇଏସଆଇ ସହିତ କେତେ ମଧୁର ସମ୍ପର୍କ ଥିଲା । ନିଜରକୁ ରାସ୍ତାରୁ ହଟାଇବା ପାଇଁ କଣ୍ଟ୍ରାକ୍ଟ ସେହି ପଡୋଶୀଙ୍କ ମଧ୍ଯରୁ କାହାରିକ ଦିଆଯାଇଥିବାର ସନ୍ଦେହ କରାଯାଉଛି । ନିଜ୍ଜର ଦିନକୁ ଦିନ ଶକ୍ତିଶାଳୀ ହେବା ସହିତ ଆଇଏସଆଇ (ISI) କର୍ତ୍ତୁତ୍ୱରୁ ବାହାରକୁ ଯାଉଥିଲା । ତେଣୁ ଡ୍ରଗ୍ସ ବ୍ୟବସାୟ ଓ ଖଲିସ୍ତାନୀଙ୍କୁ (Khalistani) ଲଗାମ କସିବା ପାଇଁ ନିଜ୍ଜରକୁ ଆଇଏସଆଇ ହଟାଇଥିବା ଅସମ୍ଭବ ନୁହେଁ ।

Also Read-2000 Rupees Note: ଏବେ ବି ପାଖରେ ଅଛି କି, ୨ ହଜାର ଟଙ୍କିଆ ନୋଟ୍ ? ତେବେ ଜାଣନ୍ତୁ ଖୁସି ଖବର

ମାଷ୍ଟରମାଇଣ୍ଡ୍ ପନ୍ନୁ ?

ଭାରତୀୟ ଏଜେନ୍ସିଙ୍କ ଅନୁଯାୟୀ,  ପୁରା ଷଡ଼ଯନ୍ତ୍ରରେ ଗୁରଚରଣ ପନ୍ନୁ ମଧ୍ଯ ସାମିଲ ଅଛି । ନିଜରକୁ ହଟାଇବା ପ୍ଲାନରେ ରାହତ ଓ ତାରିକଙ୍କ ସହିତ ପନ୍ନୁ ବି ସାମିଲ ଥିଲା । ପନ୍ନୁ ମଧ୍ଯ ନିଜରକୁ ନେଇ ଅସନ୍ତୁଷ୍ଠ ଥାଇପାରେ । ଏହା ସହିତ ଡ୍ରଗ୍ସ ବ୍ୟବସାୟରେ ନିଜ ପ୍ରଭାବ ବିସ୍ତାର କରିବା ପାଇଁ ଏହି ତ୍ରିଶକ୍ତି ନିଜରକୁ ରାସ୍ତାରୁ ହଟାଇ ଥାଇପାରନ୍ତି । ସୂଚନାଯୋଗ୍ଯ ଯେ, ଜୁନ୍ ୧୮ ତାରିଖରେ କାନାଡାରେ ସରେ’ ସହରର ଏକ ଗୁରୁଦ୍ୱାରାର କାର ପାର୍କିଂରେ କିଛି ଅଜ୍ଞାତ ବ୍ଯକ୍ତି ନିଜ୍ଜରକୁ ଗୁଳି କରି ହତ୍ଯା କରିଥିଲେ ।