ଭାରତ ବନାମ ଇଣ୍ତିଆକୁ ନେଇ ଏପରି ଟ୍ବିଟ୍ କଲେ ଅମିତାଭ ଓ ସେହୱାଗ
Advertisement

ଭାରତ ବନାମ ଇଣ୍ତିଆକୁ ନେଇ ଏପରି ଟ୍ବିଟ୍ କଲେ ଅମିତାଭ ଓ ସେହୱାଗ

India vs Bharat: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଏକାଠି ହୋଇଥିବା ୨୬ଟି ବିରୋଧୀ ଦଳ ସେମାନଙ୍କ ବ୍ଲକ୍ ନାମ ଇଣ୍ତିଆନ ନ୍ୟାଶନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ ଆଲାଏନ୍ସ (India) ରଖିଥିବାରୁ ଭାଜପା ନେତୃତ୍ବାଧୀନ କେନ୍ଦ୍ରର ମୋଦି ସରକାର ନିମନ୍ତ୍ରଣରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ତେବେ ଏପରି କରି କେନ୍ଦ୍ର ସରକାର ଦେଶର ଇତିହାସକୁ ନଷ୍ଟ କରିବା ନେଇ ଉଦ୍ୟମ କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ।

ସୌ(ସୋସିଆଲ ମିଡିଆ)

India vs Bharat: ଜି-୨୦ ସମ୍ମିଳନୀ (G20 summit) ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ତେବେ ଏଥିରେ ଯୋଗ ଦେବା ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଜି-୨୦ ରାଷ୍ଟ୍ର ସମୂହର ନେତା ଓ ପ୍ରତିନିଧି ମାନେ ଭାରତ ଆସିବେ । ତେବେ ଏନେଇ ଶନିବାର ଦିନ ରାଷ୍ଟ୍ରପତି (Draupadi Murmu) ଅତିଥିମାନଙ୍କ ଉଦ୍ଦେଶ୍ୟରେ ଏକ ଡ଼ିନର ପାର୍ଟରେ ଆୟଜନ କରାଯିବ । ଏନେଇ ଛପାଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ତିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଉଲ୍ଲେଖ କରାଯାଇଛି । ତେବେ ପୂର୍ବରୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଭାରତ ଲେଖାଯାଇନଥିଲା । ତେବେ ବର୍ତ୍ତମାନ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଏକାଠି ହୋଇଥିବା ୨୬ଟି ବିରୋଧୀ ଦଳ ସେମାନଙ୍କ ବ୍ଲକ୍ ନାମ ଇଣ୍ତିଆନ ନ୍ୟାଶନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ ଆଲାଏନ୍ସ (India) ରଖିଥିବାରୁ ଭାଜପା ନେତୃତ୍ବାଧୀନ କେନ୍ଦ୍ରର ମୋଦି ସରକାର ନିମନ୍ତ୍ରଣରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ତେବେ ଏପରି କରି କେନ୍ଦ୍ର ସରକାର ଦେଶର ଇତିହାସକୁ ନଷ୍ଟ କରିବା ନେଇ ଉଦ୍ୟମ କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ।

ସୂଚନା ଅନୁଯାୟୀ, ଜି-୨୦ ନିମନ୍ତ୍ରଣ ପତ୍ରରେ ‘‌ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ (President of India )ବଦଳରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ (President of Bharat ) ଲେଖାକୁ ନେଇ ଗୋଟେ ପଟେ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଟାର୍ଗେଟ୍‌ କରିଥିବାବେଳେ ସେପଟେ ଏହାକୁ ସମର୍ଥନ ଜଣାଇଛନ୍ତି ବଲିଉଡ଼ ଷ୍ଟାର । ଏନେଇ ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ମଙ୍ଗଳବାର ଦିନ ନିଜ ଟ୍ବିଟର ଆକାଉଣ୍ଟରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଲେଖି ଏକ ପୋଷ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଜାତୀୟ ପତାକାର ଏକ ଇମୋଜି ମଧ୍ଯ ରହିଛି । ତେବେ ଅମିତାଭ ବଚ୍ଚନଙ୍କର ଏହି ପୋଷ୍ଟ୍‌କୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା । କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଇଣ୍ଡିଆ’ ଲେଖିଥିବାବେଳେ ଅନ୍ୟ କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଭାରତ’ ଲେଖିଥିବା ଦେଖିବାକୁ ମିଳିଛି । ଅନେକ କେତେକ ୟୁଜର୍ସଙ୍କ ଏହି ପୋଷ୍ଟ୍‌କୁ ପ୍ରଶଂସା କରିଛନ୍ତି ।

T 4759 - भारत माता की जय 

ବି-ବିଗଙ୍କ ପରେ କ୍ରିକେଟର ବୀରେନ୍ଦ୍ର ସେହୱାଗ (virender sehwag) ମଧ୍ଯ ଭାରତ ନାମକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଟିମ ଇଣ୍ତିଆ ଜର୍ସିରେ (Team India Jersey) ଇଣ୍ତିଆ ବଦଳରେ ଭାରତ ଲେଖାଯିବା ଉଚିତ୍ ବୋଲି ସେ ନିଜ ଟ୍ବିଟରେ ନେଇ ଏକ ପୋଷ୍ଟ କରିଛନ୍ତି । ପୋଷ୍ଚ କରି ସେହୱାଗ ଲେଖିଛନ୍ତି, ‘ମୁଁ ସର୍ବଦା ଏହା ଗ୍ରହଣ କରେ ଯେ ନାମ ଏଭଳି ହେବା ଉଚିତ୍ ଯାହା ଆମ ଭିତରେ ଗର୍ବ ସୃଷ୍ଟି କରିବ। ଆମେ ଭାରତୀୟ, ଇଣ୍ଡିଆ ନାମ ଆମକୁ ଇଂରେଜମାନେ ଦେଇଛନ୍ତି। ଆମର ମୂଳ ନାମ ଭାରତକୁ ପାଇବା ପାଇଁ ଆମକୁ ଲମ୍ବା ସମୟ ଲାଗିଯାଇଛି’।

Also Read-India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା