Independence Day 2022: କେବଳ ଭାରତ ନୁହେଁ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ପାଳନ କରିଥାନ୍ତି ଏହି ୫ ଦେଶ
Advertisement

Independence Day 2022: କେବଳ ଭାରତ ନୁହେଁ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ପାଳନ କରିଥାନ୍ତି ଏହି ୫ ଦେଶ

Independence Day: କେବଳ ଭାରତ ନୁହେଁ ବିଶ୍ୱରେ ଏପରି ୫ ଦେଶ ରହିଛନ୍ତି ଯେଉଁମାନଙ୍କୁ ଅଗଷ୍ଟ ୧୫ ତାରିଖରେ ମିଳିଥିଲା ସ୍ୱାଧୀନତା। ସେହି ଦେଶ ହେଉଛନ୍ତି ଭାରତ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ବାହାରିନ, ଲିଚିନଷ୍ଟେନ, କଙ୍ଗୋ।  

Independence Day 2022: କେବଳ ଭାରତ ନୁହେଁ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ପାଳନ କରିଥାନ୍ତି ଏହି ୫ ଦେଶ

Independence Day: ଭାରତ ବର୍ଷ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରଣ ହୋଇଛି। ଆଜକୁ ୭୫ ବର୍ଷ  ପୂର୍ବେ ଅର୍ଥାତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନ ହୋଇଥିଲା ଭାରତ। କେବଳ ଭାରତ ନୁହେଁ ବିଶ୍ୱରେ ଏପରି ୫ ଦେଶ ରହିଛନ୍ତି ଯେଉଁମାନଙ୍କୁ ଅଗଷ୍ଟ ୧୫ ତାରିଖରେ ମିଳିଥିଲା ସ୍ୱାଧୀନତା। ସେହି ଦେଶ ହେଉଛନ୍ତି ଭାରତ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ବାହାରିନ, ଲିଚିନଷ୍ଟେନ, କଙ୍ଗୋ।  

ବିଶ୍ୱର ଷଷ୍ଠ କ୍ଷୁଦ୍ରତମ ରାଷ୍ଟ୍ର ଲିଚିନଷ୍ଟେନ (Liechtenstein) ପ୍ରତିବର୍ଷ ୧୫ ଅଗଷ୍ଟରେ ଜର୍ମାନ (Germany) ନିୟନ୍ତ୍ରଣରୁ ମୁକ୍ତ ହୋଇ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ। ଅଗଷ୍ଟ ୧୫ ତାରିଖରେ ଲିଚିନଷ୍ଟେନ ଏହାର ସ୍ୱାଧୀନତା ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ସେହି ସମୟରେ ପ୍ରିନ୍ସ ଫ୍ରାଞ୍ଜ ଜୋସେଫ ଦ୍ୱିତୀୟ ଅଗଷ୍ଟ ୧୬ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରୁଥିଲେ। ଏହି କାରଣରୁ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

୧୯୭୧ ମସିହା ୧୫ ଅଗଷ୍ଟରେ ବାହାରିନ (Bahrain) ବ୍ରିଟିଶ ନିୟନ୍ତ୍ରଣରୁ ମୁକ୍ତ ହୋଇ ଏହାର ସ୍ୱାଧୀନତା ଘୋଷଣା କରିଲା। ସେଥିପାଇଁ ଆଜି ମଧ୍ୟ ସେଠାରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ସେହି ସମୟରେ ବାହାରିନ ବ୍ରିଟେନ (Britain) ସହିତ ଏକ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରିଥିଲା ଏବଂ ପୂର୍ବ ଚୁକ୍ତି ଶେଷ ହୋଇଥିଲା। ଯଦିଓ ୧୪ ଅଗଷ୍ଟ ହେଉଛି ସେହି ଦିନ ଯେଉଁଦିନ ବାହାରିନ ବ୍ରିଟେନ ଠାରୁ ସ୍ୱାଧୀନତା ହାସଲ କରିଥିଲା। ହେଲେ ବାହାରିନ ଅଗଷ୍ଟ ୧୪ ତାରିଖରେ ଏହାର ସ୍ୱାଧୀନତା ଦିବସ ପାଳନ କରେ ନାହିଁ।

ଆଫ୍ରିକୀୟ ଦେଶ କଙ୍ଗୋ ସାଧାରଣତନ୍ତ୍ର (African Country Democratic Republic of Congo) ପ୍ରତିବର୍ଷ ୧୫ ଅଗଷ୍ଟରେ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ। ୧୯୬୦ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ଫ୍ରାନ୍ସ (France) କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଘୋଷଣା କରିଥିଲା କଙ୍ଗୋ ସାଧାରଣତନ୍ତ୍ର। ଏହି ଦିନ 'କଙ୍ଗୋ ଜାତୀୟ ଦିବସ' ଭାବେ ପାଳନ କରାଯାଏ।

Also Read: Independence on August 15: ଜାଣନ୍ତୁ କାହିଁକି ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ (Japan) ଉପନିବେଶ ଶାସନର ସମାପ୍ତି ପାଇଁ ଉତ୍ତର କୋରିଆ (North Korea) ମଧ୍ୟ ଏହାର ଜାତୀୟ ମୁକ୍ତି ଦିବସ ପାଳନ କରିଥାଏ। ଅନ୍ୟପଟେ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା (United States of America) ଏବଂ ସୋଭିଏତ୍ ସଂଘ (Soviet Union) ସୈନ୍ୟବାହିନୀ ଦ୍ୱାରା ଦୀର୍ଘ ଦଶନ୍ଧି ଧରି ଜାପାନୀ ଦଖଲରୁ କୋରିଆ ଉପଦ୍ୱୀପ (Korean Peninsula) ମୁକ୍ତ କରାଯାଇଥିଲା। ଉଭୟ ଉତ୍ତର ଏବଂ ଦକ୍ଷିଣ କୋରିଆ (South Korea) ଏକମାତ୍ର ଜାତୀୟ ଛୁଟିଦିନ 'କୋରିଆ ଜାତୀୟ ମୁକ୍ତି ଦିବସ' ପାଳନ କରିଥାନ୍ତି। ଏହାକୁ ଯୁଦ୍ଧରେ ଜାପାନ ବିରୋଧରେ ମିଳିଥିବା ବିଜୟ ଦିବସ ଭାବେ ସ୍ମରଣ କରାଯାଇଥାଏ। ଦକ୍ଷିଣ କୋରିଆ ଅଗଷ୍ଟ ୧୫ ତାରିଖରେ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ।