UN World Food Programme: ହୋଲିରେ ଆଫଗାନିସ୍ତାନକୁ ଏହି ଉପହାର ଦେଲା ଭାରତ
Advertisement

UN World Food Programme: ହୋଲିରେ ଆଫଗାନିସ୍ତାନକୁ ଏହି ଉପହାର ଦେଲା ଭାରତ

UN World Food Programme: ରଙ୍ଗର ପର୍ବ ହୋଲି ଅବସରରେ ଆଫଗାନିସ୍ତାନକୁ(Afghanistan) ଏକ ବଡ଼ ଉପହାର ଦେଇଛି ଭାରତ। ଆଫଗାନିସ୍ତାନ ଉପରେ ଭାରତ-ମଧ୍ୟ ଏସିଆ  ସଂଯୁକ୍ତ କାର୍ଯ୍ୟକାରୀ ଗ୍ରୁପ୍‌ର ପ୍ରଥମ ବୈଠକରେ ଆଫଗାନିସ୍ତାନକୁ ୨୦,୦୦୦ ଟନ୍ ଗହମ ଦେବାକୁ ଭାରତ ଘୋଷଣା କରିଛି। ଏହି ଗହମ ଇରାନର ଚାବାହାର ବନ୍ଦର(Chabahar Port) ମାଧ୍ୟମରେ ପଠାଯିବ। 

ସୌ(ସୋସିଆଲ ମିଡିଆ)

UN World Food Programme: ରଙ୍ଗର ପର୍ବ ହୋଲି ଅବସରରେ ଆଫଗାନିସ୍ତାନକୁ(Afghanistan) ଏକ ବଡ଼ ଉପହାର ଦେଇଛି ଭାରତ। ଏହି ଉପହାର ଦ୍ବାରା ସେଠାରେ ଥିବା ଲକ୍ଷ ଲକ୍ଷ ନାଗରିକଙ୍କୁ ମିଳିବ ପାରିବ ସେମାନଙ୍କ ମୁଖ୍ୟ ଖାଦ୍ୟ ରୁଟି । ଆଫଗାନିସ୍ତାନ ଉପରେ ଭାରତ-ମଧ୍ୟ ଏସିଆ ସଂଯୁକ୍ତ କାର୍ଯ୍ୟକାରୀ ଗ୍ରୁପ୍‌ର ପ୍ରଥମ ବୈଠକରେ ଆଫଗାନିସ୍ତାନକୁ ୨୦,୦୦୦ ଟନ୍ ଗହମ ଦେବାକୁ ଭାରତ ଘୋଷଣା କରିଛି। ଏହି ଗହମ ଇରାନର ଚାବାହାର ବନ୍ଦର(Chabahar Port) ମାଧ୍ୟମରେ ପଠାଯିବ। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନର ପରିସ୍ଥିତି ଉପରେ ଗଭୀର ଆଲୋଚନା ହୋଇଥିଲା।

ଭାରତ ଓ ମଧ୍ୟ ଏସିଆର ପାଞ୍ଚଟି ଦେଶ ଏହି ବୈଠକରେ ଉପସ୍ଥିତ ରହିଥିଲେ । କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଆଫଗାନିସ୍ତାନକୁ କେହି ବ୍ୟବହାର କରାପାରିବେ ନାହିଁ ବୋଲି ଏହି ବୈଠକରେ କୁହାଯାଇଛି । ଆଫଗାନିସ୍ତାନ ମହିଳା, ବାଳିକା ଓ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କ ଅଧିକାରକୁ ସମାନ ଭାବେ ଗୁରୁତ୍ବାରୋପ  କରାଯାଇଛି । ଗତ ବର୍ଷ ଡିସେମ୍ବର ମାସରେ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ବିଶ୍ୱ ବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ଥିବା ତାଲିବାନର(Taliban) ନିଷ୍ପତ୍ତିକୁ ଅନେକ ଦେଶ ଭଳି ସମାଲୋଚନା କରିଥିଲା ଭାରତ । ଏହି ବୈଠକରେ ଅଧିକାରୀମାନେ ଆତଙ୍କବାଦ, ଉଗ୍ରବାଦ, ଓ ଡ୍ରଗ୍ସ କାରବାରର ଆଞ୍ଚଳିକ ବିପଦ ତଥା ଏହି ବିପଦକୁ ମୁକାବିଲା କରିବା ପାଇଁ ସମନ୍ୱିତ ପ୍ରୟାସର ସମ୍ଭାବନା ଉପରେ ଆଲୋଚନା କରିଥିଲେ। କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଶ୍ରୟ ଦେବା, ତାଲିମ ଦେବା, ଯୋଜନା କରିବା କିମ୍ବା ଅର୍ଥ ଦେବା ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଏଥିରେ କୁହାଯାଇଛି। ଏହି ବୈଠକରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେଜୋଲୁସନ ୧୨୬୭ ଦ୍ୱାରା ନିର୍ମିତ ଆତଙ୍କବାଦୀ ସଂଗଠନ ସମେତ କୌଣସି ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦିଆଯିବ ନାହିଁ ବୋଲି ବୈଠକରେ କୁହାଯାଇଛି । ଆୟୋଜକ ଭାରତ ବ୍ୟତୀତ ଏହି ବୈଠକରେ କାଜାଖସ୍ତାନ, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ସ୍ୱତନ୍ତ୍ର ଦୂତ ତଥା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମିଳିତ ଜାତିସଂଘର ଡ୍ରଗ୍ସ ଆଣ୍ଡ କ୍ରାଇମ କାର୍ଯ୍ୟାଳୟର ପ୍ରତିନିଧୀ ତଥା ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (UNWFP) ର ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏଥିରେ କୁହାଯାଇଛି ଯେ UNWFP ସହଯୋଗରେ ଚାବାହାର ବନ୍ଦର ମାଧ୍ୟମରେ ଆଫଗାନିସ୍ତାନକୁ ୨୦,୦୦୦ ଟନ୍ ଗହମ(wheat) ଯୋଗାଇବାକୁ ଭାରତ ଘୋଷଣା କରିଛି।

Also Read-ହୋଲିରେ କିଛି ଏପରି ଟ୍ୱିଟ କରିଦେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ, ହେଉଛନ୍ତି ଜୋରଦାର ଟ୍ରୋ

Also Read-International Women Day 2023: ଜାଣନ୍ତି କି ଅନ୍ତର୍ଜାତୀୟ ମହିଳା ଦିବସର ମୂଳଦୂଆ ପକାଇବାରେ ମୂଖ୍ୟ ପୁରୋଧା କିଏ ଥିଲେ

ପ୍ରକାଶଥାଉ, ଅଗଷ୍ଟ ୨୦୨୧ରେ  ତାଲିବାନ କାବୁଲରେ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନ ବାସିନ୍ଦା ଖାଦ୍ୟ ସଙ୍କଟ ଦେଇ ଗତି କରିଥିଲେ । ଏହି ସମୟରେ ସହଯୋଗର ହାତ ବଢାଇ ଭାରତ ୫୦,୦୦୦ ମେଟ୍ରିକ୍ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଥିଲା ।