ପୁରୁଣା ସଂସଦ ଭବନକୁ ଭାବପୂର୍ଣ୍ଣ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ ଓ ସାଂସଦ, କହିଲେ..
Advertisement
Article Detail0/zeeodisha/odisha1878452

ପୁରୁଣା ସଂସଦ ଭବନକୁ ଭାବପୂର୍ଣ୍ଣ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ ଓ ସାଂସଦ, କହିଲେ..

Old parliament building: ନବ ନିର୍ମିତ ସଂସଦ ଭବନକୁ ଦେଶର ନୂତନ ସଂସଦ ଭବନ ଭାବେ ଘୋଷଣା କରାଯାଇଛି। ଏନେଇ ଭାରତ ସରକାରଙ୍କ ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ଅପରାହ୍ନରେ ନୂତନ ସଂସଦ ଭବନରେ ବସିବ ରାଜ୍ୟସଭା ଓ ଲୋକସଭା । ଏହା ପୂର୍ବରୁ ପୁରୁଣା ସେଣ୍ଟ୍ରାଲ୍‍ ହଲରେ ପାଳନ ହେବ ବିଦାୟ ଉତ୍ସବ ।

ସୌ(ସୋସିଆଲ ମିଡିଆ)

Old parliament building: ଆଜିଠୁ ଇତିହାସ ପାଲଟିବ ଦୀର୍ଘ ୯୬ ବର୍ଷ ଧରି ଭାରତ ଶାସନ ସହ ଜଡ଼ିତ ଥିବା ପୁରୁଣା ସଂସଦ ଭବନ (Old Parliament) । ନବ ନିର୍ମିତ ସଂସଦ ଭବନକୁ ଦେଶର ନୂତନ ସଂସଦ ଭବନ ଭାବେ ଘୋଷଣା କରାଯାଇଛି। ଏନେଇ ଭାରତ ସରକାରଙ୍କ ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ଅପରାହ୍ନରେ ନୂତନ ସଂସଦ ଭବନରେ ବସିବ ରାଜ୍ୟସଭା ଓ ଲୋକସଭା । ଏହା ପୂର୍ବରୁ ପୁରୁଣା ସେଣ୍ଟ୍ରାଲ୍‍ ହଲରେ ପାଳନ ହେବ ବିଦାୟ ଉତ୍ସବ ।

ସୂଚନାଯୋଗ୍ୟ, ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra modi) କହିଛନ୍ତି, ନୂଆ ସଂସଦ ଭବନରେ (New Parliament building) ଶ୍ରୀ ଗଣେଶ କରିବାକୁ ଯାଉଛୁ। ଆାମେ ଏଠାରେ ବିକଶିତ ଭାରତର ସଂକଳ୍ପକୁ ଦୋହରାଇବା, ସଂକଳ୍ପବଦ୍ଧ ହେବା ଓ ତାହାକୁ ସାକାର କରିବା ପାଇଁ ନୂଆ ଭବନ ଆଡ଼କୁ ପ୍ରସ୍ଥାନ କରିବା । ଏହି ଭବନ ଓ ସେଣ୍ଟ୍ରାଲ୍‍ ହଲ ଅନେକ ଭାବନାରେ ଭରା। ଏହା ଆମକୁ ଭାବୁକ କରୁଛି । ଏହା ପ୍ରଥମେ ଲାଇବ୍ରେରୀ ଥିଲା, ତାହାପରେ ଏଠାରେ ସମ୍ବିଧାନ ସଭା ବସିଲା । ଏଠାରେ ହିଁ ସମ୍ବିଧାନ (Constitution) ତିଆରି ହୋଇଥିଲା । ପରେ ୧୯୪୭ ମସିହାରେ କ୍ଷମତା ହସ୍ତାନ୍ତରଣ ହୋଇଥିଲା। ଏହି କେନ୍ଦ୍ରୀୟ ଭବନରେ ଭାରତର ତ୍ରିରଙ୍ଗା, ରାଷ୍ଟ୍ର ଗାନକୁ ଆପଣାଯାଇଥିଲା । ୧୯୫୨ ମସିହା ପରେ ବିଶ୍ୱର ପ୍ରାୟ ୪୧ ରାଷ୍ଟ୍ରାଧ୍ୟକ୍ଷ ଏହି ସଂସଦ ଭବନରେ ଆମର ସାଂସଦଙ୍କୁ ସମ୍ବାଧିତ କରିଥିଲେ । ଭାରତର ରାଷ୍ଟ୍ରପତି ଏଠାରେ ୮୬ ଥର ସମ୍ବାଧିତ ହୋଇଛନ୍ତି । ଏଠାରେ ୪୦୦୦ ଅଧିକ ଆଇନକୁ ରାଜ୍ୟସଭା (Rajya sabha) ଓ ଲୋକସଭା (Lok sabha) ମିଳିତ ଭାବେ ପାରିତ କରିଛନ୍ତି । ବେଳେ ବେଳେ ଦୁଇ ସଂସଦର ସଦସ୍ୟ ଏକାଠି ବସି ଏହିଠାରେ ଆଇନ ତିଆରି କରିଛନ୍ତି ।  ଅନେକ ସ୍ମୃତି ଏହି ଭବନ ରକ୍ଷା କରୁଛି’ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ସୋମବାର ଦିନ ଭାରତର ସାମ୍ବିଧାନିକ ଯାତ୍ରାର ୭୫ ବର୍ଷକୁ ନେଇ ଉଭୟ ଗୃହରେ ଆଲୋଚନା ହୋଇଥିଲା। ଆଜି ମଧ୍ୟ ନୂତନ ଗୃହରେ ମଧ୍ଯ ଏହି ଆଲୋଚନା ଜାରି ରହିବ । ଏହି ଗୃହ ନୂତନ ଯୁଗର ଆବଶ୍ୟକତାକୁ ଭିତ୍ତିକରି ପ୍ରତିଷ୍ଠା କରାଯାଇଛି। ଏଠାରେ ସାଂସଦଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।  

‘ଆଜି ଆମେ ନୂତନ ସଂସଦ ଭବନରେ ପ୍ରବେଶ କରିବାକୁ ଯାଉଛୁ, ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି’ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଶାସକ ଦଳ ନେତା ପିୟୁଷ ଗୋୟଲ (Piyush Goyal) କହିଛନ୍ତି। ସଂସଦରେ ଜନପ୍ରତିନିଧିମାନେ ନିଜର ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବେ ଏବଂ ଅମୃତକାଳରେ ଏକ ବିକଶିତ ଭାରତ ପ୍ରତିଷ୍ଠା ଦିଗରେ ସହାୟକ ହେବେ ବୋଲି କହିଛନ୍ତି।

‘ଭାରତର ସଂସଦ ବିଷୟରେ ଯେତେବଳେ ଆମେ କଥା ହେଉ ସେତେବଳେ ଏହି କେନ୍ଦ୍ରୀୟ ଭବନ କଥା ଆଗକୁ ଆାସେ। ଏହିଠାରେ ଭାରତର ସମ୍ବିଧାନ ନିର୍ମାଣ ହୋଇଥିଲା। ଆଜି ଆମେ ଏକ ବିଶେଷ ମୁହୂର୍ତ୍ତରେ ଏକାଠି ହେଉଛି । ଯେଉଁଦିନ ଆମେ ପୁରୁଣା ସଂସଦ ଭବନକୁ ଛାଡ଼ି ନୂଆ ଭବନକୁ ଯାଉଛୁ। ଆମେ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବୁ ନିଶ୍ଚୟ, କିନ୍ତୁ ଏହି ପୁରୁଣା ଭବନକୁ ସବୁବେଳେ ମନେ ପକାଇବୁ’ ବୋଲି ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun kharge) କହିଛନ୍ତି ।

Also Read-India-Canada: ପାଲଟା ଅଭିଯୋଗ କଲା ଭାରତ; କହିଲା ଭାରତ ବିରୋଧୀ ତତ୍ତ୍ୱଙ୍କୁ ପ୍ରଶ୍ରୟ ଦେଇଛି କାନାଡ଼ା

ବାଚସ୍ପତି ଓମ୍‍ ବିର୍ଲା (Om Birla) କହିଛନ୍ତି, ‘ଆଜି ଗଣେଶ ଚତୁର୍ଥୀ । ଏହି ଶୁଭ ଦିନରେ ଶୁଭାରମ୍ଭ ହେବାରୁ ଯାଉଥିବା ନୂଆ ଭବନ ଆମର ଆକାଂକ୍ଷୀ ଜନତାଙ୍କ ପାଇଁ ପରିବର୍ତ୍ତନକାରୀ ହେଉ। ଆମେ ଆମ ସଂସଦକୁ ଦେଶର ଜନତାଙ୍କ ସେବାରେ ନିୟୋଜିତ କରିବା’।

ପ୍ରକାଶ ଥାଉ କି, ଆଜି ଏଠାରେ ଉଭୟ ଗୃହର ସଦସ୍ୟମାନେ ଏକ ସ୍ୱତନ୍ତ୍ର ଫଟୋ ସେସନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଲୋକସଭା ଅପରାହ୍ନ ୧ ଟା୩୦ ମିନିଟ୍ ଓ ରାଜ୍ୟସଭା ୨ଟା ୩୦ ମିନିଟ୍‍ରେ ଆରମ୍ଭ ହେବ।

A