Bharat Jodo Nyay Yatra: ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ଅନ୍ତିମ ଦିନ
Advertisement
Article Detail0/zeeodisha/odisha2160725

Bharat Jodo Nyay Yatra: ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ଅନ୍ତିମ ଦିନ

Bharat Jodo Nyay Yatra: କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା'ର ଆଜି (Bharat Jodo Nyay Yatra)ର ଆଜି ଶେଷ ଦିନ। ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ନ୍ୟାୟ ଯାତ୍ରା ଆଜି ମୁମ୍ବାଇରେ ଶେଷ ହେବ ବୋଲି ଜଣାପଡିଛି।

ସୌଜନ୍ୟ-ସୋସିଆଲ ମିଡି଼ଆ

Bharat Jodo Nyay Yatra: କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା'ର ଆଜି (Bharat Jodo Nyay Yatra)ର ଆଜି ଶେଷ ଦିନ। ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ନ୍ୟାୟ ଯାତ୍ରା ଆଜି ମୁମ୍ବାଇରେ ଶେଷ ହେବ ବୋଲି ଜଣାପଡିଛି। ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଲିରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆରଜେଡି ନେତା ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ଏନସିପି (ଏସପି) ସଭାପତି ଶରଦ ପାୱାର ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳର ଅନେକ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ALSO READ: Nayanthara: ପଛରେ ପଡି଼ଲେ କିଆରା-ଆଲିଆ, ୫୦ ସେକେଣ୍ତର ବିଜ୍ଞାପନ ପାଇଁ ନୟନତାରା ନେଲେ ଏତେ କୋଟି

ଇଣ୍ଡିଆ ମେଣ୍ଟର ସମସ୍ତ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।  ସୂଚନା ଯୋଗ୍ୟ ଯେ, ଜାନୁଆରୀ ୧୪ ତାରିଖରେ ମଣିପୁରରେ କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ପା ଆରମ୍ଭ କରିଥିଲ। ଏହି ଯାତ୍ରାରେ ପ୍ରାୟ ୬୭୧୩ କିଲୋମଟିର ପଦଯାତ୍ରା କରିଥିଲେ କଂଗ୍ରେସ୍ କର୍ମୀ।  ଏହି ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ୧୫ଟି ରାଜ୍ୟରେ ପହଞ୍ଚି ପାରିଛନ୍ତି । ଏବଂ ଜନସାଧାରଣଙ୍କ ସହ ମିଶିପାରିଛନ୍ତି । ଏହା ପୂର୍ବରୁ ,  ୨୦୨୨,ଡିସେମ୍ବର ୭ରେ  ତାମିଲନାଡୁରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଆରମ୍ଭ ୨୦୨୩, ଜାନୁଆରୀରରେ ଶ୍ରୀନଗରରେ ଶେଷ ହୋଇଥିଲା।