Imran Khan Firing: ଇମ୍ରାନଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲା ଭାରତ ସରକାର, ଜାଣନ୍ତୁ କ’ଣ କହିଲେ?
Advertisement
Article Detail0/zeeodisha/odisha1424047

Imran Khan Firing: ଇମ୍ରାନଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲା ଭାରତ ସରକାର, ଜାଣନ୍ତୁ କ’ଣ କହିଲେ?

Imran Khan Firing: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ "ଏହି ଘଟଣାକ୍ରମ ତୁରନ୍ତ ଘଟିଛି । ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ଓ ସମସ୍ତ ଡେଭଲପମେଣ୍ଟ ଉପରେ ନଜର ରଖିବୁ ।

ସୌ: ସୋସିଆଲ ମିଡିଆ

Imran Khan Firing Latest Update: ଗୁରୁବାର ଦିନ ପଞ୍ଜାବ ପ୍ରଦେଶରେ ନିଜ କଣ୍ଟେନର-ଟ୍ରକ ଉପରେ ଥିବାବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ (Imran Khan) ଉପରେ ଗୁଳିମାଡ଼ ହୋଇଥିଲା ଓ ତାଙ୍କ ଗୋଡରେ ଗୁଳି ବାଜିଥିଲା, କିନ୍ତୁ ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି । ପଞ୍ଜାବର (Punjab) ୱାଜିରାବାଦ ସହରର ଆଲ୍ଲାୱାଲା ଚକ୍ ନିକଟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳିମାଡ଼ କରିଥିଲେ । ଜିଓ ଟିଭି ଫୁଟେଜ ଅନୁଯାୟୀ, ୭୦ ବର୍ଷୀୟ ଖାନଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ "ଏହି ଘଟଣାକ୍ରମ ତୁରନ୍ତ ଘଟିଛି । ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ଓ ଡେଭଲପମେଣ୍ଟ ଉପରେ ନଜର ରଖିବୁ । ଯେହେତୁ ଏହି ଘଟଣା ବର୍ତ୍ତମାନ ଘଟିଛି, ବର୍ତ୍ତମାନ କହିବା ପାଇଁ କିଛି ନାହିଁ ।" ଏଥି ସହିତ ଇମ୍ରାନ ଖାନଙ୍କୁ ହାପିଟାଲରେ ଭର୍ତ୍ତି କରାଯାଇଛି ଓ ସେ ବିପଦମୁକ୍ତ ଅଛନ୍ତି । ARY ନ୍ୟୁଜ୍ ଅନୁଯାୟୀ, ଖାନଙ୍କ ଅବସ୍ଥା ବିପଦ ବାହାରେ ରହିଛି । ପାକିସ୍ତାନ ତେହେରିକ୍-ଇ-ଇନସାଫ୍ ପାର୍ଟିର ମୁଖପତ୍ର ଭାବେ ARY ନ୍ୟୁଜକୁ ବିବେଚନା କରାଯାଏ । ଖାନଙ୍କ ଦଳର ବରିଷ୍ଠ ନେତା ଆସାଦ ଉମର ARY ନ୍ୟୁଜକୁ କହିଛନ୍ତି ଯେ ଖାନଙ୍କ ଗୋଡରେ ଗୁଳି ବାଜିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି ଓ ସ୍ଥାନୀୟ ନେତା ଅହମ୍ମଦ ଚଟ୍ଟାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଉମର କହିଛନ୍ତି, "ଖାନଙ୍କୁ ରାସ୍ତାରେ ଲାହୋରକୁ ନିଆଯାଉଛି । ତାଙ୍କ ଅବସ୍ଥା ଗୁରୁତର ନୁହେଁ, କିନ୍ତୁ ତାଙ୍କୁ ଗୁଳି କରାଯାଇଛି ।" ସେ କହିଛନ୍ତି ଯେ ଖାନଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ପାକିସ୍ତାନର ପରିବର୍ତ୍ତନ ଦେଖିପାରିବେ ନାହିଁ । ଏହି ଆକ୍ରମଣ ପାଇଁ ସେ କାହାକୁ ଦାୟୀ କରିନାହାଁନ୍ତି । ଜିଓ ଟିଭିର ଖବର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଯାତ୍ରା କରୁଥିବା କଣ୍ଟେନର-ଟ୍ରକରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା ।

ପ୍ରଥମେ କୁହାଯାଇଥିଲା ଯେ ଖାନ ସୁରକ୍ଷିତ ଥିବାବେଳେ କିଛି ଲୋକ ଆହତ ହୋଇଥିଲେ । ତେବେ ଖାନଙ୍କ ମଧ୍ୟ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଏହି ଆକ୍ରମଣରେ ଖାନଙ୍କ ଘନିଷ୍ଠ ସହଯୋଗୀ ସିନେଟର ଫୈସଲ ଜାଭେଦ ମଧ୍ୟ ଆହତ ହୋଇଥିଲେ ।

ଏହା ବି ପଢ଼ନ୍ତୁ: Imran Khan Attacks: ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼କୁ ନେଇ କଡ଼ା ନିନ୍ଦା କଲେ ବାବର ଆଜମ, ଟ୍ୱିଟ କରି ଦେଲେ ଏହି ପ୍ରତିକ୍ରିୟା

ଏହା ବି ପଢ଼ନ୍ତୁ: Hypersomnia: ଅତ୍ୟଧିକ ଶୋଇବା ପରେବି ନିଦ ପୂରା ହେଉ ନାହିଁକି? ଆପଣଙ୍କୁ ହୋଇଥାଇ ପରେ ଏହି ଘାତକ ରୋଗ

ଏହା ବି ପଢ଼ନ୍ତୁ: Pakistan Imran Khan Shot: ଆଜାଦୀ ମାର୍ଚ୍ଚ ବେଳେ ଇମରାନ ଖାନଙ୍କୁ ଉପରେ ଗୁଳିମାଡ଼, ରାଲି ବେଳେ ନିଆଗଲା ଡାକ୍ତରଖାନା