Amca Fighter Jet: ବାୟୁସେନା ରଚିବ ଇତିହାସ, ବିଶ୍ୱରେ ଆମେରିକା ପରେ ଭାରତକୁ ମିଳିବ ଏହି ସଫଳତା
Advertisement
Article Detail0/zeeodisha/odisha1332549

Amca Fighter Jet: ବାୟୁସେନା ରଚିବ ଇତିହାସ, ବିଶ୍ୱରେ ଆମେରିକା ପରେ ଭାରତକୁ ମିଳିବ ଏହି ସଫଳତା

Amca Fighter Jet :  ଭାରତ କ୍ୟାବିନେଟ ସିକ୍ୟୁରିଟି ତେଜସ ମାର୍କ ୨ ପାଇଁ ଅନୁମତି ପ୍ରଦାନ କରିଛି। ଜଣାପଡ଼ୁଛି ଏହି ତେଜସ ମାର୍କ ୨ ୨୦୨୩ ମସିହାର ପ୍ରଥମାର୍ଦ୍ଧରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। 

Amca Fighter Jet: ବାୟୁସେନା ରଚିବ ଇତିହାସ, ବିଶ୍ୱରେ ଆମେରିକା ପରେ ଭାରତକୁ ମିଳିବ ଏହି ସଫଳତା

Amca Fighter Jet : ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ବଡ଼ ସୁନାମ ଅର୍ଜନ କରିବାକୁ ଯାଉଛି। ଭାରତର ଡିଆରଡିଓ ଏବଂ ଇସ୍ରୋ ଦିନକୁ ଦିନ ଏପରି କାରନାମା କରୁଛନ୍ତି ଯାହାକି ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି। ପ୍ରାପ୍ତ ଖବର ଅନୁସାରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏମିତି ଏକ ଉନ୍ନତ ଶ୍ରେଣୀର ଯୁଦ୍ଧ ବିମାନ ତିଆରିର ଚୂଡ଼ାନ୍ତ ରୂପ ଦେବାକୁ ଯାଉଛି। ଯାହାକି ପଡ଼ୋଶୀ ଦେଶ ମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ଲଢୁଆ ଯୁଦ୍ଧ ଜାହାଜ ନିର୍ମାଣ କରିବାରେ ଆମେରିକା ପରେ ସମଗ୍ର ବିଶ୍ୱରେ ଭାରତ ହେବ ଦ୍ୱିତୀୟ ରାଷ୍ଟ୍ର। 

ତେବେ ଉପରୋକ୍ତ ବିମାନଟିର କଥା ଆମେ ଚର୍ଚ୍ଚା କରୁଥିଲେ, ଏହା ପୂର୍ବରୁ ଅନ୍ୟ ଏକ ଲଢୁଆ ବିମାନ ତେଜସ ମାର୍କ-୨ ବିଷୟରେ କିଞ୍ଚିତ ଚର୍ଚ୍ଚା କରିବାର ଆବଶ୍ୟକ ରହିଛି। ପ୍ରାପ୍ତ ଖବର ଅନୁସାରେ ଭାରତ କ୍ୟାବିନେଟ ସିକ୍ୟୁରିଟି ତେଜସ ମାର୍କ ୨ ପାଇଁ ଅନୁମତି ପ୍ରଦାନ କରିଛି। ଜଣାପଡ଼ୁଛି ଏହି ତେଜସ ମାର୍କ ୨ ୨୦୨୩ ମସିହାର ପ୍ରଥମାର୍ଦ୍ଧରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହାର ପୁରା ଡିଜାଇନ ଓ ନକ୍ସା ଏଡିଏ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପ୍ରକାଶ। ତେଣୁ କ୍ୟାବିନେଟ ସିକ୍ୟୁରିଟିର ଅନୁମୋଦନ ପରେ ଏହି ଲଢୁଆ ବିମାନଟିର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ ହେବା ଆଶା କରାଯାଉଛି। ତେଜସ ମାର୍କ-୨ ଅତ୍ୟାଧୁନିକ ଜ୍ଞାନ କୌଶଳ, ଅଧିକ ବିକଶିତ ଏବଂ ତେଜସ ୧ର ଦୁଇ ଗୁଣା ଅଧିକ କ୍ଷମତାଶାଳୀ ବିମାନ ଅଟେ। ଯାହାକି ଭାରତ ବାୟୁସେନା ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରିବ। ତେଜସ ମାର୍କ ୨ର କ୍ଷମତାକୁ ଯଦି ପରିଲକ୍ଷିତ କରାଯାଏ ଚାଇନା ଓ ପାକିସ୍ତାନ ନିକଟରେ ଥିବା ଲଢୁଆ ବିମାନଠାରୁ ଏହା ଢେର ପ୍ରଭାବଶାଳୀ ହେବ। ଅନ୍ୟ ପକ୍ଷରେ ଯଦି ଏହା ଡିମାଣ୍ଡକୁ ଦେଖିବା ବିଶ୍ୱସ୍ତରରେ ଏହା ସବୁଦେଶ ପାଇଁ ଏହା ଏକ ନମ୍ବର ଡିମାଣ୍ଡ ରହିବ। ଯାହାକି ଭାରତର ଆର୍ଥିକ ଦୃଷ୍ଟିକୋଣରୁ ଏହା ଉପଯୋଗୀ ସାବ୍ୟସ୍ତ ହେବ। 

ସୁତରାଂ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆମେ ଯେଉଁ ଲଢୁଆ ବିମାନ ଆଲୋଚନା କରିଥିଲେ ତାହା ଉପରେ ଚର୍ଚ୍ଚା କରିବା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଷ୍ଟେଲ୍ଟ ଲଢୁଆ ବିମାନ ଯାହା ଆମେରିକା ନିକଟରେ ରହିଛି। ଦ୍ୱିତୀୟରେ ଭାରତ ଯେଉଁ ଆମକା ବିମାନ ନିର୍ମାଣ କରିବାକୁ ଯାଉଛି ତାହାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ବିଶ୍ୱର ଦ୍ୱିତୀୟ ଷ୍ଟେଲ୍ଟ ବିମାନ ଯାହାର ନାଁ ହେଉଛି ଆମକା। ଯାହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ଏହା ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାବିନେଟ ସିକ୍ୟୁରିଟି ଅନୁମୋଦନରେ ୧୫ ହଜାର କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ତେବେ କଥା ହେଉଛି ଯେଉଁ ଆମକା ବିମାନକୁ ୨୦୦୯ ମସିହାରେ ନିର୍ମାଣ କରାଯିବା ନେଇ ଧାର୍ଯ୍ୟ କରାଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପଡ଼ି ରହିଥିଲା କାହିଁକି। ତେବେ ଯାହା ଜଣାପଡ଼ୁଛି ସରକାରଙ୍କର ମହତ ଉଦ୍ଦେଶ୍ୟରେ ଏହି ଆମକା ବିମାନକୁ ମାତ୍ର ଏକ ବର୍ଷର ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଯାହାକି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦୁଇ ନମ୍ବର ସ୍ଥାନ ଅଧିକାର କରିବା ସହିତ ଏକ ଇତିହାସ ରଚିବ।