Border Dispute: କେବଳ ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ, ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ
Advertisement

Border Dispute: କେବଳ ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ, ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ

Border Dispute: ନିକଟରେ ରାଜ୍ୟର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଆସାମ-ମେଘାଳୟ ସୀମାରେ ବେଆଇନ କାଠ ବୋଝେଇ ଗାଡିକୁ ମଙ୍ଗଳବାର ସକାଳେ ଆସାମ ବନ ବିଭାଗ କର୍ମଚାରୀ ଅଟକାଇଥିଲେ। ଏହି ଘଟଣାକୁ ନେଇ ହୋଇଥିବା ହିଂସାକାଣ୍ଡରେ ୬  ଜଣଙ୍କ ମୃତ୍ୟୁ ହୋଇଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉତ୍ତର ପୂର୍ବ ରାଜ୍ୟ। 

Border Dispute: କେବଳ ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ, ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ

Border Dispute in India: ଭାରତ-ପାକିସ୍ତାନ କିମ୍ବା ଭାରତ-ଚୀନ ସୀମା ବିବାଦ ବିଷୟରେ ଆପଣ ଜାଣିଥିବେ। ହେଲେ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ସୀମା ବିବାଦ ବାବଦରେ ଆପଣ ବହୁତ କମ ଜାଣିଥିବେ। ସଦ୍ୟ ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଆସାମ-ମେଘାଳୟ ସୀମାରେ ହୋଇଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶର ପୂର୍ବ ଭାଗରେ ଅବସ୍ଥିତ ରାଜରେ ରହିଥିବା ସୀମା ବିବାଦ ପୁଣି ଥରେ ବିତର୍କର ଅଧ୍ୟାୟ ପାଲଟିଛି।  

ନିକଟରେ ରାଜ୍ୟର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଆସାମ-ମେଘାଳୟ ସୀମାରେ ବେଆଇନ କାଠ ବୋଝେଇ ଗାଡିକୁ ମଙ୍ଗଳବାର ସକାଳେ ଆସାମ ବନ ବିଭାଗ କର୍ମଚାରୀ ଅଟକାଇଥିଲେ। ଏହି ଘଟଣାକୁ ନେଇ ହୋଇଥିବା ହିଂସାକାଣ୍ଡରେ ୬  ଜଣଙ୍କ ମୃତ୍ୟୁ ହୋଇଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉତ୍ତର ପୂର୍ବ ରାଜ୍ୟ। 

ଆସାମ-ମେଘାଳୟ ମଧ୍ୟରେ ୮୮୪.୯ କିଲୋମିଟର ଲମ୍ବା ଆନ୍ତଃରାଜ୍ୟ ସୀମା ରହିଛି। ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ୧୨ ସ୍ଥାନକୁ ବିବାଦ ଲାଗି ରହିଛି। ଗତ ମାର୍ଚ୍ଚରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦୁଇ ଉତ୍ତର-ପୂର୍ବ ରାଜ୍ୟ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହା ପରେ ଅନ୍ୟ ୬ ଅଞ୍ଚଳରେ ବିବାଦ ଶେଷ କରିବାକୁ କଥାବାର୍ତ୍ତା ଆରମ୍ଭ କରିଥିଲେ। ଗତ ୧୯୭୨ ମସିହାରେ ଆସାମର ବିଭାଜନ କରାଯାଇ ସ୍ୱତନ୍ତ୍ର ମେଘାଳୟ ରାଜ୍ୟ ଗଠନ କରାଯାଇଥିଲା। ହେଲେ ନୂତନ ରାଜ୍ୟ ଗଠନ ପ୍ରସଙ୍ଗରେ ୧୯୭୧ ଆସାମ ପୁନର୍ଗଠନ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା। 

Also Read: Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ

ଆସାମ-ମେଘାଳୟ ବ୍ୟତୀତ କେଉଁ କେଉଁ ରାଜ୍ୟ ମଧ୍ୟରେ ରହିଛି ସୀମା ବିବାଦ 

ଆସାମ-ମିଜୋରାମ: ପ୍ରଥମେ ମିଜୋରାମ ଅବିଭକ୍ତ ଆସାମ ରାଜ୍ୟର ଏକ ଜିଲ୍ଲା ହୋଇ ଆସୁଥିଲା। ପରେ ମିଜୋରାମ ଏକ  କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା। ଐତିହାସିକ କାରଣରୁ ଦୀର୍ଘ ଦିନ ଧରି ଜିଲ୍ଲାର ସୀମା ସ୍ଥାନୀୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା। ଉଭୟ ମିଜୋରାମ ସୀମା ଆସାମର କଛାର, ହୈଲାକାଣ୍ଡି ଏବଂ କରିମଗଞ୍ଜ ଜିଲ୍ଲାକୁ ଲାଗିଛି। ସମୟ ଆଗକୁ ଗଡିବା ସହିତ ଉଭୟ ରାଜ୍ୟର ଭିନ୍ନ ଧାରଣା ରହିଛି ଯେ ସୀମା ବିଭାଜନ କେଉଁଠାରେ ହେବା ଆବଶ୍ୟକ। ମିଜୋରାମ ଚାହୁଁଛି ଯେ ୧୮୭୫ ମସିହା ପର୍ଯ୍ୟନ୍ତ ଆଦିବାସୀଙ୍କୁ ବାହ୍ୟ ପ୍ରଭାବରୁ ରକ୍ଷା କରିବା ପାଇଁ ଏକ ଆଭ୍ୟନ୍ତରୀଣ ରେଖା ସହିତ ସୂଚିତ କରାଯାଉଥିଲା। ଯାହା ଜଣେ ମିଜୋ ଅଧିବାସୀଙ୍କୁ ଏହା ଅନୁଭବ କରାଉଥିଲା ଯେ ଏହା ହେଉଛି ସେମାନଙ୍କ ମାତୃଭୂମି। ଅନ୍ୟପଟେ ଆସାମ ଚାହୁଁଛି ଜିଲ୍ଲା ସୀମା ଅନୁଯାୟୀ ଉଭୟ ରାଜ୍ୟର ସୀମା ସ୍ଥିର କରାଯାଉ। 

ଆସାମ-ଅରୁଣାଚଳ ପ୍ରଦେଶ: ଆସାମ-ଅରୁଣାଚଳ ପ୍ରଦେଶ ମଧ୍ୟରେ ୮୦୪.୧୦ କିଲୋମିଟର ଲମ୍ବା ଆନ୍ତଃରାଜ୍ୟ ସୀମା ରହିଛି। ୧୯୮୭ ମସିହାରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିବା ଅରୁଣାଚଳ ପ୍ରଦେଶ ଦାବି କରିଛି ଯେ ପାରମ୍ପାରିକ ଭାବେ ରାଜ୍ୟର ଅଧିବାସୀଙ୍କ କିଛି କିଛି ଜମି ଆସାମ ଭାଗରେ ରହିଛି। ଆସାମର କିଛି ଅଞ୍ଚଳକୁ ଅରୁଣାଚଳ ପ୍ରଦେଶକୁ ହସ୍ତାନ୍ତର  କରିବାକୁ ଏକ ତ୍ରିପାକ୍ଷିକ କମିଟି ସୁପାରିଶ କରିଛି। ସେବେଠାରୁ ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଲଢେଇ କରି ଆସୁଛନ୍ତି। ସୀମା ବିବାଦକୁ ନେଇ ଏଠାରେ ଅନେକ ଥର ହିଂସାକାଣ୍ଡ ମଧ୍ୟ ହୋଇଛି। 

ଆସାମ-ନାଗାଲାଣ୍ଡ: ୧୯୬୩ ମସିହାରେ ନାଗାଲାଣ୍ଡ ଗଠନ ହେବା ପରେ ଆସାମ ସହ ସୀମା ବିବାଦ ଜାରି ରହିଛି। ଆସାମ ଗୋଲାଘାଟ ଜିଲ୍ଲାରେ ଅବସ୍ଥିତ ମେରାପାନୀ ନାମକ ଏକ ଛୋଟ ଗ୍ରାମ ଉପରେ ଉଭୟ ରାଜ୍ୟ ସେମାନଙ୍କ ଅଧିକାର ଦାବି କରୁଛନ୍ତି। ଗତ ୧୯୬୦ ଦଶକରୁ ଏହି ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ଘଟୁଥିବାର ଖବର ଆସିସାରିଛି।

Also Read: Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ

 

ହରିୟାଣା-ହିମାଚଳ ପ୍ରଦେଶ: ହରିୟାଣାର ପଞ୍ଚକୁଲା ଜିଲ୍ଲା ନିକଟରେ ଅବସ୍ଥିତ ପରବାଣୁ ଅଞ୍ଚଳକୁ ନେଇ ଉଭୟ ହରିୟାଣା-ହିମାଚଳ ପ୍ରଦେଶ ମଧ୍ୟରେ ସୀମା ବିବାଦ ଲାଗିରହିଛି। ହରିୟାଣା ଏହି ଅଞ୍ଚଳର ଏକ ବଡ ଅଂଶ ଦାବି କରୁଛି। ଅନ୍ୟପଟେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶ ଅଭିଯୋଗ କରିଛି ଯେ ହରିୟାଣା ଏହାର କିଛି ଅଞ୍ଚଳକୁ ଜବର ଦଖଲ କରି ରଖିଛି।  

ଲଦାଖ-ହିମାଚଳ ପ୍ରଦେଶ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ପାହାଡି ରାଜ୍ୟ ହିମାଚଳ ପ୍ରଦେଶ ସାରଚୁ ଅଞ୍ଚଳ ଉପରେ ନିଜର ଅଧିକାର ଦାବି କରୁଛନ୍ତି। ଏହି ଅଞ୍ଚଳ ଲେହ-ମନାଲି ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ପ୍ରମୁଖ ରହଣୀସ୍ଥଳ। ଏହି ଅଞ୍ଚଳ ହିମାଚଳ ପ୍ରଦେଶର ଲାହଲ୍ ଏବଂ ସ୍ପିତି ଏବଂ ଲଦାଖର ଲେହ ଜିଲ୍ଲା ମଧ୍ୟରେ ଅବସ୍ଥିତ।

ମହାରାଷ୍ଟ୍ର-କର୍ଣ୍ଣାଟକ: ବେଲଗାମ ଜିଲ୍ଲାକୁ ନେଇ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ବିବାଦ ହେଉଛି ଦେଶର ସବୁଠାରୁ ବଡ ସୀମା ବିବାଦ। ଏହି ଜିଲ୍ଲାରେ ଉଭୟ ମରାଠୀ ଏବଂ କନ୍ନଡ ଭାଷାଭାଷୀ ଲୋକ ଅଛନ୍ତି। ଅତୀତରେ ଦୁଇ ରାଜ୍ୟ ଏହି ଅଞ୍ଚଳ ପାଇଁ ଲଢିଛନ୍ତି। ବ୍ରିଟିଶ ସମୟରୁ ଏହି ଅଞ୍ଚଳ ଅବିଭକ୍ତ ବମ୍ବେ ପ୍ରଦେଶର ଏକ ଅଂଶ ଥିଲା। ହେଲେ ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହେବା ପରେ ଏହାକୁ କର୍ଣ୍ଣାଟକରେ ଅନ୍ତର୍ଭୂକ୍ତ କରାଯାଇଥିଲା।