5G Service: ୨୬ ଜାନୁଆରୀ ପୂର୍ବରୁ ଏହି ରାଜ୍ୟରେ ଆରମ୍ଭ ହେବ 5G ସେବା , ସରକାର କରୁଛନ୍ତି ବଡ ଯୋଜନା
Advertisement
Article Detail0/zeeodisha/odisha1511943

5G Service: ୨୬ ଜାନୁଆରୀ ପୂର୍ବରୁ ଏହି ରାଜ୍ୟରେ ଆରମ୍ଭ ହେବ 5G ସେବା , ସରକାର କରୁଛନ୍ତି ବଡ ଯୋଜନା

5G Service News: ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଦୂରସଞ୍ଚାର ସେବା ପାଇଁ କେନ୍ଦ୍ର ସରକାର ୫୬୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାନୁୟାରୀ ୨୬, ୨୦୨୩ ପୂର୍ବରୁ ଅର୍ଥାତ ସାଧାରଣଣତନ୍ତ୍ର ଦିବସ ପାଳନ ପୂର୍ବରୁ ଓଡ଼଼ିଶାରେ 5G ସେବା ଆରମ୍ଭ ହେବ। ନିକଟରେ ଓଡିଶାର ସେହି ସମସ୍ତ ଗ୍ରାମରେ ଏକ ସର୍ଭେ କରାଯାଇଥିଲା ଯେଉଁଠାରେ ମୋବାଇଲ୍ ଟାୱାର ଉପଲବ୍ଧ ନାହିଁ। 

5G Service: ୨୬ ଜାନୁଆରୀ ପୂର୍ବରୁ ଏହି ରାଜ୍ୟରେ ଆରମ୍ଭ ହେବ 5G ସେବା , ସରକାର କରୁଛନ୍ତି ବଡ ଯୋଜନା

5G Service in Odisha: 5G ସେବାକୁ ନେଇ ଆସିଛି ଏକ ବଡ ଖବର। ଗତ ବର୍ଷ ଅକ୍ଟୋବର ପହିଲାରେ ଦେଶରେ ଆରମ୍ଭ ହୋଇଥିଲା 5G ସେବା। ଯାହା ପରେ ଦେଶର ଦୁଇ ପ୍ରମୁଖ ଦୂର ସଞ୍ଚାର କମ୍ପାନୀ   ଏୟାରଟେଲ ଏବଂ ଜିଓ ସେମାନଙ୍କର 5G ସେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଜିଓ ଦେଶର ୧୧ ସହରରେ 5G ସେବା ଆରମ୍ଭ କରିସାରିଛି। ବର୍ତ୍ତମାନ ଖବର ଆସିଛି ଯେ ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆରମ୍ଭ ହେବ 5G ସେବା।  

ଓଡ଼ିଶାରେ 5G ସେବା ଆରମ୍ଭ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡିଶାରେ 5G ସେବା ଆରମ୍ଭ ହେବ। ଚଳିତ ଆର୍ଥିକ ବର୍ଷରେ ଓଡିଶାରେ ଟେଲିକମ୍ ସେବା ପାଇଁ କେନ୍ଦ୍ର ସରକାର ୫୬୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ବର୍ତ୍ତମାନ କେହି ଅଭିଯୋଗ କରିପାରିବେ ନାହିଁ ଯେ ଓଡିଶାକୁ ଦୂରସଞ୍ଚାର କ୍ଷେତ୍ରରେ କେନ୍ଦ୍ର ଅବହେଳା କରୁଛି। 

Also Read: 5G Service: ଦେଶର ଏହି ସହରରେ ଆରମ୍ଭ ହେଲା 5G, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଦୂରସଞ୍ଚାର ସେବା ପାଇଁ କେନ୍ଦ୍ର ସରକାର ୫୬୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାନୁୟାରୀ ୨୬, ୨୦୨୩ ପୂର୍ବରୁ ଅର୍ଥାତ ସାଧାରଣଣତନ୍ତ୍ର ଦିବସ ପାଳନ ପୂର୍ବରୁ ଓଡ଼଼ିଶାରେ 5G ସେବା ଆରମ୍ଭ ହେବ। ନିକଟରେ ଓଡିଶାର ସେହି ସମସ୍ତ ଗ୍ରାମରେ ଏକ ସର୍ଭେ କରାଯାଇଥିଲା ଯେଉଁଠାରେ ମୋବାଇଲ୍ ଟାୱାର ଉପଲବ୍ଧ ନାହିଁ। 

Also Read: 5G Services: ଆକ୍ସନ ମୋଡରେ ଭାରତ ସରକାର, ମୋବାଇଲ କମ୍ପାନୀକୁ ଦେଲେ ଚେତାବନୀ

ସମସ୍ତ ଗ୍ରାମରେ ଉଚ୍ଚମାନର 4G ଏବଂ 5G ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୩ ମାର୍ଚ୍ଚ ସୁଦ୍ଧା ଓଡିଶାର ଚାରୋଟି ସହରରେ 5G ସେବା ଉପଲବ୍ଧ ହେବ। ଚଳିତ  ବର୍ଷ ଶେଷ ପର୍ଯ୍ୟନ୍ତ ରାଜ୍ୟର ୮୦% ଅଞ୍ଚଳରେ ଉନ୍ନତ ନେଟୱାର୍କ ସେବା ଉପଲବ୍ଧ ହେବ। ଗତ ବର୍ଷ ଅକ୍ଟୋବର ପହିଲାରେ ଆରମ୍ଭ ହୋଇଥିଲା 5G ସେବା। ଏହି ଅଲଟ୍ରା ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଏବେ ମୋବାଇଲ୍ ଫୋନ ଜରିଆରେ ଉପଲବ୍ଧ ହେଉଛି। 

Also Read: ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍

ଗତ ବର୍ଷ ଅକ୍ଟୋବର ପହିଲାରୁ ଦେଶରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି 5G ସେବା। ଦୂରସଞ୍ଚାର ମନ୍ତ୍ରଣାଳୟ ପ୍ରଥମେ ଘୋଷଣା କରିଥିଲା ​​ଯେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ମୋଟ ୧୩ ସହରରେ 5G ଆରମ୍ଭ କରାଯିବ। ଗତ ବର୍ଷ ଅକ୍ଟୋବରରୁ ଜିଓ (JIO) ମୁମ୍ବାଇ, ଦିଲ୍ଲୀ, ବାରାଣାସୀ ଏବଂ କୋଲକାତା ଆଦି ଚାରୋଟି ସହରରେ 5G ନେଟୱାର୍କ ଯୋଗାଇବା ଆରମ୍ଭ କରିଛି। ଅନ୍ୟପକ୍ଷରେ ଏୟାରଟେଲ (Airtel) ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଏବଂ ବାରାଣାସୀ ଠାରେ ଏହାର ଏୟାରଟେଲ ୫ଜି ପ୍ଲସ ଯୋଜନା (Airtel 5G Plus Plan) ଆରମ୍ଭ କରିଛି। ଉଭୟ ଜିଓ ଏବଂ ଏୟାରଟେଲ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ 5G ନେଟୱାର୍କ (5G Network) ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି।