IAS Tina Dabi: ପୁଣି ଚର୍ଚ୍ଚାରେ ପ୍ରଶାସିକା ଟିନା ଡାବି, କାହିଁକି ଜାଣନ୍ତୁ
Advertisement
Article Detail0/zeeodisha/odisha1394786

IAS Tina Dabi: ପୁଣି ଚର୍ଚ୍ଚାରେ ପ୍ରଶାସିକା ଟିନା ଡାବି, କାହିଁକି ଜାଣନ୍ତୁ

ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ଟିନା ଡାବି ଗତ ଏପ୍ରିଲରେ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ। ଗୱାଣ୍ଡେ ଜଣେ ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ। 

IAS Tina Dabi: ପୁଣି ଚର୍ଚ୍ଚାରେ ପ୍ରଶାସିକା ଟିନା ଡାବି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ଟିନା ଡାବି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ପୁରା ଦେଶ କରଓ୍ୱା ଚୌଥ ପାଳନ କରିଥିବା ବେଳେ ଟିନା ମଧ୍ୟ ପ୍ରଥମ ଥର ପାଇଁ ଏହି ପର୍ବ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଠାରେ କହି ରଖୁ କି ଚଳିତ ବର୍ଷ ଜୈସଲମେର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ଟିନା ଡାବି ରାଜସ୍ଥାନ କ୍ୟାଡରର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ। ଟିନା ଡାବିଙ୍କ ବିବାହ ପରେ ଏହା ତାଙ୍କର ପ୍ରଥମ କରଓ୍ୱାଚୌଥ ପର୍ବ ରହିଥିଲା। ଟିନା ଡାବି କରଓ୍ୱାଚୌଥ ଉପଲକ୍ଷେ ସେ ମେହେନ୍ଦୀ ଲଗାଉଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 

ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ଟିନା ଡାବି ଗତ ଏପ୍ରିଲରେ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ। ଗୱାଣ୍ଡେ ଜଣେ ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ। ଏହା ଟିନାଙ୍କର ଦ୍ୱିତୀୟ ବିବାହ ଥିଲା। ଛାଡପତ୍ର ପରେ ଟିନା ଡାବି ଦ୍ୱିତୀୟ ଥର ବିବାହ କରିଛନ୍ତି। ଟିନା ଗଓ୍ୱାଣ୍ଡେଙ୍କ ପୂର୍ବରୁ ଅତହର ଅମିରଙ୍କୁ ବିବାହ କରିଥିଲେ। 

ଜୈସଲମେର ଜିଲ୍ଲାପାଳ ଟିନା ଡାବିଙ୍କ ଏହି ଫଟୋଚିତ୍ର ସବୁ ସେହି ଯେତେବେଳେ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ ଜାରି ରହିଥିଲା। ଏଠାରେ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସେ ପୁଣି ଥରେ ହାତରେ ଝାଡ଼ୁ ଧରି ସଫା କରୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ତେବେ ଟିନା ଜୈସଲମେରର ଜିଲ୍ଲାପାଳ ହେବା ପରେ ସାମାଜିକ କାର୍ଯ୍ୟକ୍ରମରେ ଅଧିକାଂଶ ସମୟ ନିୟୋଜିତ କରୁଥିବା ଦେଖିବାକୁ ମିଳିଥିଲା। ଜୈସଲମେରର ବିକାଶ ପାଇଁ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଜିଲ୍ଲାପାଳ ଭାବେ ସେ ଜୈସଲମେରର ପ୍ରଥମ ଥର ପାଇଁ ନିଯୁକ୍ତି ପାଇଛନ୍ତି। 

ସୂଚନାଯୋଗ୍ୟ ଯେ ଆଇଏଏସ୍ ଟିନା ଡାବି ବର୍ତ୍ତମାନ ଜୈସଲମର ଜିଲ୍ଲାପାଳ ପଦରେ ରହିଛନ୍ତି। ଟିନା ଡିବି ଜୈସଲମେରରେ ଜନସଚେତନତା କାର୍ଯ୍ୟକ୍ରମ ଚଳାଉଛନ୍ତି। ଏହା ପୂର୍ବରୁ ଟିନାଙ୍କୁ ଦାବି ସଚିବାଳୟରେ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ଜୈସଲମେର ଜିଲ୍ଲାର ଆଇଏଏସ୍ ଥିବା ଟିନା ଡାବିଙ୍କୁ ଭେଟିବା ପାଇଁ ଅନେକ ଥର ପ୍ରଶଂସକମାନେ ସଚିବାଳୟ ପର୍ଯ୍ୟନ୍ତ ସୁରକ୍ଷା ନିୟମ ଭାଙ୍ଗିଛନ୍ତି। ଏଥି ସହିତ ଟିନା ଦାବି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ତାଙ୍କ ଚିତ୍ର ମଧ୍ୟ ସେୟାର କରିଥା’ନ୍ତି। ଜଣେ ପ୍ରଶଂସକ ଜବରଦସ୍ତ ସଚିବାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣା ପରେ ସଚିବାଳୟର ସୁରକ୍ଷା କର୍ମୀମାନେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲେ।

ଅଗଷ୍ଟ ୨୦୨୨ରେ ବିହାରର ଜଣେ ଯୁବ ଆଇଏଏସ୍ ଅଧିକାରୀ ସୋସିଆଲ ମିଡିଆରେ ଗାଇଥିବା ଗୀତରେ ନାଚୁଥିବାର ଭିଡିଓ ଭୟଙ୍କର ଭାଇରାଲ ହୋଇଥିଲା। ଏହି ଭିଡିଓରେ ଆଇଏଏସ୍ ଟିନା ଡାବି ଗୀତ ଶୁଣିବା ସମୟରେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ହେବା ବିଷୟରେ ଡିଏମ ରିଚି ପାଣ୍ଡେ କହିଛନ୍ତି ଯେ ମଞ୍ଚରେ ତାଙ୍କ ଗୀତର ଏହି ଭିଡିଓ ଆଇଏଏସ୍ ଟ୍ରେନିଂ ସେଣ୍ଟର ମସୁରୀର।