Madhya Pradesh Murder: ସାତ ଜନ୍ମର ପ୍ରତିଶୃତି ୧୭ ଦିନରେ ଶେଷ, ଛୁରୀ ଭୁସି ପତ୍ନୀଙ୍କୁ ହତ୍ୟା କଲା ନରହନ୍ତା ସ୍ୱାମୀ
Advertisement
Article Detail0/zeeodisha/odisha1729540

Madhya Pradesh Murder: ସାତ ଜନ୍ମର ପ୍ରତିଶୃତି ୧୭ ଦିନରେ ଶେଷ, ଛୁରୀ ଭୁସି ପତ୍ନୀଙ୍କୁ ହତ୍ୟା କଲା ନରହନ୍ତା ସ୍ୱାମୀ

Madhya Pradesh Murder: ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଛାତି ଥରାଇଲା ଭଳି ଘଟଣା ମାମନା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ନିଜ ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଛି ।

ସୌ(ସୋସିଆଲ ମିଡିଆ)

Madhya Pradesh Murder: ରାକ୍ଷସ ସାଜିଲା ସ୍ବାମୀ । ଯିଏ ସବୁ ବିପଦ ଆପଦରୁ ରକ୍ଷା କରିବା ନେଇ ନେଇ ପ୍ରତିଶ୍ରୃତି ଦେଇଥିଲା ସେ ସ୍ବାମୀ ହିଁ ସାଜିଲା ଯମ ଥରେ କି ଦୁଇ ଥର ନୁହେଁ ୧୦ ଥର ଅତି ନିର୍ମମ ଭାବେ ଛୁରୀ ଭୁସି ନେଲା ସ୍ତ୍ରୀର ଜୀବନ । ଦେଶରେ ଗୋଟିଏ ପରେ ଗୋଟିଏ ହତ୍ୟା ମାମଲା ସାମ୍ନାକୁ ଆସୁଥିବା ବେଳେ ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଛାତି ଥରାଇଲା ଭଳି ଘଟଣା ମାମନା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ(Husband killed wife after 17 days of their marriage) ନିଜ ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଛି ।

ଜାଣନ୍ତୁ କ’ଣ ରହିଛି ପୂରୂ ମାମଲା 

ଏହି ଛାତିଥରା ଘଟଣାଟି ଇନ୍ଦୋର(Indore) ଧାରା ନାକାର ଅଟେ । ନିକଟରେ ବିକି ଓ ଅଞ୍ଜଳିଙ୍କ ବିବାହ ହୋଇଥିଲା । ଘଟଣା ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ଗୋଟିଏ ରୁମରେ ଥିଲେ। ହଠାତ୍ ପରିବାର ସଦସ୍ୟ ଅଞ୍ଜଳିଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। ସେମାନେ ରୁମରେ ପହଞ୍ଚିବା ପରେ ଦେଖିଥିଲେ ଯେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଞ୍ଜଳି ତଳେ ପଡିଛନ୍ତି । ସେଠାରେ ବିକି ମଧ୍ୟ ଆହତ ଅବସ୍ଥାରେ ପଡି଼ ରହିଥିଲା । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ଅଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ସେପଟେ ଅଭିଯୁକ୍ତ ସ୍ବାମୀ ବର୍ତ୍ତମାନ ଇନ୍ଦୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ-Gitanjali Aiyar: ଦୁରଦର୍ଶନର ଜଣାଶୁଣା ଆଙ୍କର ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

ଏହା ବି ପଢନ୍ତୁ-Gold Rate: ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ, ୪୦ ହଜାର ତଳକୁ ଖସି ଆସିଲା ଭରି ପ୍ରତି ମୂଲ୍ୟ

ମଇ ୨୧ରେ ହୋଇଥିଲା ବିବାହ

ଅଭିଯୁକ୍ତ ବିକି ପିଥାମପୁରର ଏକ କାରଖାନାରେ କାମ କରନ୍ତି । ବିକି ଓ ଅଞ୍ଜଳି ଗତ ମଇ ମାସ ୨୧ ତାରିଖରେ ବିବାହ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବିକି ଅଞ୍ଜଳିଙ୍କୁ ନିଜ ଇଚ୍ଛା ବିରୋଧରେ ବିବାହ କରିଥିଲେ। ଅଭିଯୁକ୍ତ ଅଞ୍ଜଳିଙ୍କର ବେକଠାରୁ ଆରମ୍ଭ କରି ଶରୀରରେ ଅନେକ ସ୍ଥାନରେ ଛୁରୀ ଭୁସି ଥିଲା । ଥରେ କି ଦୁଇ ଥର ନୁହେଁ ପ୍ରାୟ ୧୦ ଥର ସେ ଛୁରୀ ସାହାଯ୍ୟରେ ଅଞ୍ଜଳିଙ୍କୁ ଆକ୍ରମଣ କରିଥିଲା । ଫଳରେ ସେହିଠାରେ ହିଁ ଟଳି ପଡ଼ିଥିଲେ ନବ ବିବାହିତା ସ୍ତ୍ରୀ ।

ଏହି ମାମଲାରେ ଗ୍ରାମୀଣ ଏସପି କହିଛନ୍ତି ଯେ, ଅଭିଯୁକ୍ତ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଛୁରୀରେ ନିଜେ ମଧ୍ୟ ଆହତ ହୋଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା କରାଯାଉଛି। ସେପଟେ ଅଞ୍ଜଳିଙ୍କ ମୃତଦେହକୁ ପୋଷ୍ଟମର୍ଟମ (Postmortem) ଲାଗି ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ (Postmortem report) ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେଉଁ କାରଣରୁ ହଠାତ୍ ବିକି ଏଭଳି ଚରମ ପଦକ୍ଷେପ ନେଲେ ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-Monsoon Update: ତାତିରୁ ମିଳିବ ଆଶ୍ବସ୍ତି! ଏହି ଦିନ ଓଡ଼ିଶା ଛୁଇଁପାରେ ମୌସୁମୀ

ଏହା ବି ପଢନ୍ତୁ- Indian Railways: ଗୋଟିଏ ଟ୍ରେନ୍ ଟ୍ରାକକୁ ଆସିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣିଛନ୍ତି କି?

ଏହା ବି ପଢନ୍ତୁ-Costa Rican Zoo: ବିନା ସାଥିରେ ମାଇ କୁମ୍ଭୀର ଜନ୍ମ ଦେଲା ଏକ ଛୁଆ; ରହସ୍ୟମୟ ଘଟଣା ଘଟିବା ପରେ ବର୍ତ୍ତମାନ ସାରା ବିଶ୍ୱ ଚକିତ