Cheetahs return to India: ଦିନେ ଦେଶରେ ୧୨ ହଜାରରୁ ଅଧିକ ଥିଲେ ଚିତାବାଘ: ଆକବରଙ୍କ ନିକଟରେ ଥିଲେ ହଜାରେ ବାଘ, ପୋଷା ହେଉଥିଲେ ଚିତା
Advertisement
Article Detail0/zeeodisha/odisha1355173

Cheetahs return to India: ଦିନେ ଦେଶରେ ୧୨ ହଜାରରୁ ଅଧିକ ଥିଲେ ଚିତାବାଘ: ଆକବରଙ୍କ ନିକଟରେ ଥିଲେ ହଜାରେ ବାଘ, ପୋଷା ହେଉଥିଲେ ଚିତା

   ନୂଆଦିଲ୍ଲୀ: ଆଜି ନାମ୍ବିଆରୁ ୮ଟି ଚିତା ବାଘ ଆସି ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ପହଞ୍ଚିଛନ୍ତି। ତେବେ ୧୯୪୭ ମସିହା ପରେ ଭାରତ ସମ୍ପୂର୍ଣ୍ଣ ଭାବେ ଚିତାଶୂନ୍ୟ ହୋଇ ପଡ଼ିଥିଲା। ଛତିଶଗଡ଼ରେ ଶେଷ ଚିତାର ଶିକାର କରାଯାଇଥିଲା। ତେବେ ଏହା ପୂର୍ବରୁ ଭାରତ ଚିତାର ଘର ରହିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପରିସ୍

Cheetahs return to India:   ଦିନେ ଦେଶରେ ୧୨ ହଜାରରୁ ଅଧିକ ଥିଲେ ଚିତାବାଘ: ଆକବରଙ୍କ ନିକଟରେ ଥିଲେ ହଜାରେ ବାଘ, ପୋଷା ହେଉଥିଲେ ଚିତା

Cheetahs return to India:   ନୂଆଦିଲ୍ଲୀ: ଆଜି ନାମ୍ବିଆରୁ ୮ଟି ଚିତା ବାଘ ଆସି ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ପହଞ୍ଚିଛନ୍ତି। ତେବେ ୧୯୪୭ ମସିହା ପରେ ଭାରତ ସମ୍ପୂର୍ଣ୍ଣ ଭାବେ ଚିତାଶୂନ୍ୟ ହୋଇ ପଡ଼ିଥିଲା। ଛତିଶଗଡ଼ରେ ଶେଷ ଚିତାର ଶିକାର କରାଯାଇଥିଲା। ତେବେ ଏହା ପୂର୍ବରୁ ଭାରତ ଚିତାର ଘର ରହିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପରିସ୍ଥିତି ବର୍ତ୍ତମାନ ଏଭଳି ହୋଇଛିକି ବିଦେଶରୁ ଚିତା ଆଣିବାକୁ ହେଉଛି। ସ୍ୱାଧୀନତା ବେଳକୁ ଭାରତ ସମ୍ପୂର୍ଣ୍ଣ ଭାବେ ଚିତାଶୂନ୍ୟ ହୋଇ ପଡ଼ିଥିଲା ଭାରତ। ୧୯୪୭ରେ ହିଁ ତିନୋଟି ଚିତାଙ୍କୁ ଶିକାର କରାଯାଇଥିଲା। ଏମାନଙ୍କର ଚିତ୍ର ଏବେବି ମୁମ୍ବାଇର ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ସୋସାଇଟିରେ ଲାଗିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଭାରତରେ ଚିତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଥିଲା ବୋଲି ଧରିନିଆଯାଇଥିଲା। 

ବିଏନଏଚଏସର ପୂର୍ବତନ ଅଧ୍ୟକ୍ଷ ଦିବ୍ୟ ଭାନୁ ସିଂହଙ୍କ ଗୋଟିଏ ବହି ଦ ଏଣ୍ଡ ଅପ ଏ ଟ୍ରେଲ-ଦ ଚିତା ଇନ ଇଣ୍ଡିଆ ଅନୁଯାୟୀ ବିଭିନ୍ନ ରାଜ୍ୟ ଶାସନ କାଳରେ ଚିତାଙ୍କ ଉପସ୍ଥିତି ରହିଥିବା ଦେଖିବାକୁ ମିଳିଥାଏ। କୁହାଯାଉଛି କି ଆକବର ଶାସନକାଳରେ ଭାରତରେ ୧୦ ହଜାରରୁ ଅଧିକ ଚିତାବାଘ ରହିଥିବା ଜଣାଯାଏ। ସବୁଠାରୁ ଖାସ କଥା ହେଉଛି କି ଆକବରଙ୍କ ନିକଟରେ ମଧ୍ୟ ଚିତାବାଘ ରହିଥିଲେ। ଏମାନଙ୍କୁ ଆକବର ପୋଷିଥିବା କଥା ଜଣାଯାଏ। ରିପୋର୍ଟ ମୁତାବକ ଆକବରଙ୍କ ନିକଟରେ ଖାଲି ଥିଲେ ହଜାରେରୁ ଊର୍ଦ୍ଧ୍ୱ ଚିତାବାଘ ଥିବା କଥା ଜଣାଯାଏ। ତେବେ ମୁଗଲ ବାଦଶାହ ଏମାନଙ୍କୁ ହରିଣ ଶିକାର କରିବାରେ ବ୍ୟବହାର କରୁଥିବା ନେଇ ଜଣାଯାଏ। 

ଏହା ମୋଗଲମାନଙ୍କ ପରବର୍ତ୍ତୀ ଶାସନକାଳରେ ଏହି ପରମ୍ପରା ଜାରି ରହିଥିବା ଦେଖାଯାଏ। କୁହାଯାଏ ଯେ ମୋଗଲମାନଙ୍କ ପରେ ମଧ୍ୟ ରାଜାମାନେ ଶିକାର ପାଇଁ ଚିତା ବ୍ୟବହାର କରିଥିଲେ। ବିଶ୍ୱାସ କରାଯାଏ ଯେ ଅନ୍ୟ ଘରୋଇ ପଶୁମାନଙ୍କ ପରି ଚିତା ଭଳି ବଣୁଆ ଜନ୍ତୁମାନଙ୍କୁ ମଧ୍ୟ ରାଜାମାନେ ବନ୍ଦୀ କରି ରଖିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କର ପ୍ରଜନନ ହାର ହ୍ରାସ ପାଇଲା ଏବଂ ବଂଶ ନିପାତ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବି ରହିଛି ଯେ ଏହି କାରଣରୁ ବିଂଶ ଶତାବ୍ଦୀ ସୁଦ୍ଧା ଚିତାଙ୍କ ସଂଖ୍ୟା ହଜାରେରୁ ଶହ ଶହକୁ ଖସି ଆସିଛି।

କୁହାଯାଏ ଯେ ଚିତା ସଂଖ୍ୟା ହ୍ରାସ ହେତୁ ରାଜାମାନେ ମଧ୍ୟ ଶିକାର ପାଇଁ ଆଫ୍ରିକୀୟ ଦେଶରୁ ଚିତା ଆମଦାନୀ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ୧୯୧୮ ରୁ ୧୯୪୫ ମଧ୍ୟରେ ୨୦୦ଟି ଚିତା ବିଦେଶରୁ ଅଣାଯାଇଥିଲା। କୁହାଯାଏ ଯେ ଦେଶରେ କେବଳ ଗୋଟିଏ ଧଳା ଚିତାବାଘ ଥିଲା, ଯାହା ୧୬୦୮ ମସିହାରେ ରାଜ ବୀର ସିଂଙ୍କ ସହ ଥିଲା। ତାଙ୍କ ଶରୀରରେ ନୀଳ ଦାଗ ଥିଲା। ଏହା ପରେ ଯେତେବେଳେ ବ୍ରିଟିଶମାନେ ଭାରତ ଆସିଲେ, ଚିତା ଶିକାର ଆରମ୍ଭ ହେଲା।

ଦେଶରେ ରହିଯାଇଥିବା ହାତଗଣତି ଚିତା, ସେମାନେ ବ୍ରିଟିଶମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଦିଆଗଲା। ଏପରିକି ଏମାନଙ୍କୁ ମାରିବା ଭଳି ରାଜାମାନଙ୍କର ସଉକ ଥିଲା। ଏପରିକି ଚିତାମାନଙ୍କ ଶାବକକୁ ହତ୍ୟା କଲେ ୬ ଟଙ୍କା ଉପହାର ସ୍ୱରୂପ ପ୍ରଦାନ କରାଯାଉଥିଲା। ଆଉ ବୟସ୍କ ଚିତାକୁ ହତ୍ୟା କରିବା ପାଇଁ ୧୨ ଟଙ୍କା ପୁରସ୍କାର ମିଳିଥିଲା। ତେବେ ସବୁଠାରୁ ଚକିତ କରିବା ଭଳି ଘଟଣା ହେଉଛି ଯେ ଯେଉଁଠାରେ ପୂର୍ବରୁ ହଜାର ହଜାର ଚିତା ଥିଲେ, ସେଠାରେ ସ୍ୱାଧୀନତା ପର୍ଯ୍ୟନ୍ତ କେବଳ ତିନୋଟି ଚିତା ବଳି ପଡ଼ିଥିଲେ। କୁହାଯାଏ ଯେ ଏହି ଚିତା ଛତିଶଗଡର ଜଙ୍ଗଲରେ ଥିଲା, ଯାହା ମଧ୍ୟପ୍ରଦେଶର କୋରିଆ ରାଜ୍ୟର ମହାରାଜା ରାମାନୁଜ ପ୍ରତାପ ସିଂ ଦେବଙ୍କ ଦ୍ୱାରା ଶିକାର କରାଯାଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ପରେ ଜଙ୍ଗଲକୁ ଯିବା ପରେ ରାଜା ଚିତାକୁ ହତ୍ୟା କରିଥିବା କୁହାଯାଉଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଚିତାମାନେ ସେମାନଙ୍କର ପଶୁମାନଙ୍କୁ ଶିକାର କରୁଛନ୍ତି ଏବଂ ଗୋରୁମାନଙ୍କୁ ହତ୍ୟା କରୁଛନ୍ତି। କୁହାଯାଏ ଯେ ଏହି ତିନୋଟି ଚିତା ଯାହା ଦେଶରେ ଶେଷ ଥିଲା। ଏହା ପରେ ଦେଶର କୌଣସି ସ୍ଥାନରେ, କୌଣସି ଜଙ୍ଗଲରେ ଚିତା ଦେଖାଗଲା ନାହିଁ।

ଅଧିକ ପଢନ୍ତୁ: ଆସିଲେ ୮ ଚିତା, ୧୯୪୭ ପରେ ଦେଶରୁ ଲିଭିଯାଇଥିଲା ଚିହ୍ନବର୍ଣ୍ଣ

ଅଧିକ ପଢନ୍ତୁ: ଅମାନୁତୁଲ୍ଲାହଙ୍କ ସପକ୍ଷରେ ବାହାରିଲା ଦଳ, ରଖିଲା ଏପରି ଦଲିଲ