Mumbai: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଜାରି ହେଲା ଆଲର୍ଟ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ
Advertisement
Article Detail0/zeeodisha/odisha1436610

Mumbai: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଜାରି ହେଲା ଆଲର୍ଟ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ

Mumbai Terror Attack: ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ଏହାର ନିର୍ଦ୍ଦେଶରେ କହିଛି ଯେ ଏହି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କୌଣସି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ବ୍ରିହାନମୁମ୍ବାଇ ପୋଲିସ କମିଶନରେଟ ଅଧୀନରେ ଏପରି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। 

Mumbai: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଜାରି ହେଲା ଆଲର୍ଟ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ

Prohibition on Drone and Private Helicopter: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ଜାରି ହୋଇଛି ଆଲର୍ଟ। ଏହାକୁ ନଜରରେ ରଖି ୧୩ ନଭେମ୍ବରରୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ସହରରେ ଯେ କୌଣସି ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ହାଲୁକା ବିମାନ ଏବଂ ପାରାଗ୍ଲାଇଡର୍ ଏବଂ ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛି ମୁମ୍ବାଇ ପୋଲିସ। ନଭେମ୍ବର ୧୩ ତାରିଖରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ମୁମ୍ବାଇ ସହରରେ ଡ୍ରୋନ୍, ଦୂରରୁ ନିୟନ୍ତ୍ରିତ ହେଉଥିବା ବିମାନ, ପାରାଗ୍ଲାଇଡର୍, ଘରୋଇ ହେଲିକ୍ୟାପ୍ଟର ଏବଂ ହଟ୍ ଏୟାର ବେଲୁନ୍ ଉଡ଼ାଇବା ଉପରେ ରୋକ ଲଗାଯାଇଛି। 

ମୁମ୍ବାଇ ପୋଲିସ (Mumbai Police) ଏପରି ନିର୍ଦ୍ଦେଶନାମା ଜାରି କରିବା ପଛରେ ଏକ କାରଣ ରହିଛି। ତାହା ହେଉଛି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେଉଥିବା ଉପରୋକ୍ତ ଉପକରଣର ବ୍ୟବହାରକୁ ହ୍ରାସ କରିବ। ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇ ସହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ (Mumbai Terror Attack 26/11) ୧୬୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଲୋମହର୍ଷଣକାରୀ ଆତଙ୍କବାଦୀ ଆକ୍ରମଣର ବର୍ଷପୂର୍ତ୍ତି ପାଳନ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। CrPC ଧାରା -୧୪୪ ଅନୁଯାୟୀ ମୁମ୍ବାଇ ପୋଲିସ ଏହି ନିର୍ଦ୍ଦେଶନାମ ଜାରି କରିଛି। ଏନେଇ ପୋଲିସ କହିଛି ଯେ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ।

Also Read: Mumbai: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଜାରି ହେଲା ଆଲର୍ଟ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ ପୋଲିସ ସୂଚନା ଅନୁସାରେ, ଆତଙ୍କବାଦୀ ଡ୍ରୋନ୍, ଦୂରରୁ ନିୟନ୍ତ୍ରିତ  କରାଯାଉଥିବା ପାରୁଥିବା ବିମାନ, ପାରାଗ୍ଲାଇଡର୍ ବ୍ୟବହାର କରିପାରନ୍ତି। ଏହି ଉପାୟରେ ସେମାନେ VVIP  ଲୋକଙ୍କୁ ଟାର୍ଗେଟ କରିପାରବେ, ବହୁ ପରିମାଣରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରିବେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିପାରିବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ବିଭ୍ରାଟ ସୃଷ୍ଟି କରିପାରିବେ।

ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ଏହାର ନିର୍ଦ୍ଦେଶରେ କହିଛି ଯେ ଏହି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କୌଣସି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ବ୍ରିହାନମୁମ୍ବାଇ ପୋଲିସ କମିଶନରେଟ (Brihan Mumbai Police Commissionerate) ଅଧୀନରେ ଏପରି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ଏହି କ୍ରମରେ ୧୩ ନଭେମ୍ବରରୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ସହରରେ ଯେ କୌଣସି ଡ୍ରୋନ୍ (Drone), ରିମୋଟ ନିୟନ୍ତ୍ରିତ ହାଲୁକା ବିମାନ (Remote Controlled Light Aircraft), ପାରାଗ୍ଲାଇଡର୍ (Paraglider), ଘରୋଇ ହେଲିକପ୍ଟର (Private Helicopter) ଏବଂ ହଟ୍ ଏୟାର ବେଲୁନ୍ (Hot Air Balloon) ଉଡ଼ାଇବା ଉପରେ ରୋକ ଲଗାଯାଇଛି। 

Also Read: Terror Conspiracy: ଦିପାବଳୀ ପୂର୍ବରୁ ଦେଶ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର, ଚିଠି କରିଦେଲା ପର୍ଦ୍ଦାଫାଶ

ପୂର୍ବରୁ ଦିପାବଳୀ ସମୟରେ ଦେଶ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର। ଯାହାର ପର୍ଦ୍ଦାଫାଶ କରିଦେଇଥିଲା ଏକ ଚିଠି। ଦେଶକୁ ଦୋହଲାଇବାକୁ କରାଯାଇଥିବା ଷଡଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି ଗୁଇନ୍ଦା ଏଜେନ୍ସି। ଦେଶକୁ ଥରାଇବାକୁ ଧମକ ଦିଆ ଯାଇଥିବା ଏକ ଚିଠି ଉଦ୍ଧାର କରାଯାଇଛି। ଯେଉଁଥିରେ କୁହାଯାଇଛି ଦେଶର ଅନେକ ବଡ଼ ରେଳ ଷ୍ଟେସନ ଏବଂ ଧାର୍ମିକ ସ୍ଥାନକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଉଦ୍ଧାର ହୋଇଥିବା ଚିଠିରେ ଏହି ସ୍ଥାନରେ ବୋମା ବିସ୍ଫୋରଣ କରାଯିବାର ଆଶଙ୍କା ରହିଛି। ଏହି ଧମକପୂର୍ଣ୍ଣ ଚିଠିକୁ ଉତ୍ତରାଖଣ୍ଡ ହରିଦ୍ୱାର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଏଭଳି ଧମକପୂର୍ଣ୍ଣ ଚିଠି ପାଇବା ପରେ ସତର୍କ ହୋଇ ଉଠିଥିଲେ ସୁରକ୍ଷା ଏଜେନ୍ସି। ଏହି ଚିଠି କେଉଁଠୁ ଏବଂ କିପରି ଆସିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଯାଇଥିଲା।