Helicopter crash: ଅରୁଣାଚଳରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Advertisement
Article Detail0/zeeodisha/odisha1404769

Helicopter crash: ଅରୁଣାଚଳରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Helicopter crash: ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସ୍ଥାନଟି ଟ୍ୟୁଟିଂ ମୁଖ୍ୟାଳୟ ଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ଦୁର୍ଘଟଣା ଘଟିଛି ​। ଗୁଆହାଟିର ପ୍ରତିରକ୍ଷା PRO ଏହି ସୂଚନା ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ (ANI)

Arunachal Pradesh Helicopter crash: ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ସିଆଙ୍ଗ ଜିଲ୍ଲାର (Siang district) ସିଙ୍ଗିଙ୍ଗ ଗ୍ରାମ ନିକଟରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Helicopter crash) ହୋଇଛି । ଏହି ସ୍ଥାନଟି ଟ୍ୟୁଟିଂ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ​। ଗୁଆହାଟିର (Guwahati) ପ୍ରତିରକ୍ଷା PRO ସୂଚନା ଦେଇଛି ଯେ ଉଦ୍ଧାରକାରୀ ଦଳ ପଠାଯାଇଛି ଓ ଦୁର୍ଘଟଣା ଘଟିଥିବା ସ୍ଥାନ ସଡକ ଦ୍ୱାରା ସଂଯୋଗ ନାହିଁ । 

ବର୍ତ୍ତମାନ କେଉଁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ଏଥିରେ କେତେ ଲୋକ ଅଛନ୍ତି ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ତେବେ ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି । ବର୍ତ୍ତମାନ, ଏହି ଘଟଣା ବିଷୟରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି । 

fallback

ଆମେ ଆପଣଙ୍କୁ କହି ରଖୁଛୁ ଯେ ଅକ୍ଟୋବର ୧୨ ରେ, ଭାରତୀୟ ନୌସେନାର ଏକ 'ମିଗ୍-୨୯ କେ' ବିମାନ ଯାନ୍ତ୍ରିକ ତ୍ରୁଟି ପରେ ଗୋଆ ଉପକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ବିମାନର ପାଇଲଟ ବଞ୍ଚି ଯାଇଥିଲେ ଓ ନାଭାଲ ମୁଖ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା । କହିରଖୁଛୁ ଯେ 'ମିଗ୍ -୨୯ କେ' ହେଉଛି ଏକ ଯୁଦ୍ଧ ବିମାନ ଯାହା ଋଷର ମହାକାଶ ବିମାନ କମ୍ପାନୀ ମିକୋୟାନ୍ (ମିଗ୍) ଦ୍ୱାରା ବିକଶିତ ହୋଇଛି । ଭାରତୀୟ ନୌସେନା ଏକ ଦଶନ୍ଧି ପୂର୍ବରୁ ଋଷରୁ ପ୍ରାୟ ୨ ବିଲିୟନ ଡଲାରରେ ୪୫ 'ମିଗ -୨୯ କେ' ବିମାନ କିଣିଥିଲା ।

ନୌସେନା ଏହାର ବୟାନରେ କହିଛି ଯେ 'ମିଗ-୨୯ କେ' ବିମାନ ଗୋଆରେ ସମୁଦ୍ର ଉପରେ ନିୟମିତ ବିମାନ ଚଳାଚଳ କରୁଥିଲା ଓ ନୌ-ସେନା ବେସକୁ ଫେରୁଥିବାବେଳେ ଏହା ଏକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ପାଇଲଟ୍ ନିରାପଦରେ ବାହାରି ଆସିଥିଲେ ଓ ତୁରନ୍ତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଦ୍ୱାରା ତଦନ୍ତ କରାଯାଇଥିଲା । ଘଟଣାର କାରଣ ଜାଣିବା ପାଇଁ ଏକ ଯାଞ୍ଚ ବୋର୍ଡ ଗଠନ କରାଯାଇଛି ।

୫ ଅକ୍ଟୋବରରେ ରାଜ୍ୟର ତାୱାଙ୍ଗରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ନିତ୍ୟ ବ୍ୟବହାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବାର ଖବର ଆସିଥିଲା । ହେଲିକପ୍ଟରରେ ଉପସ୍ଥିତ ଥିବା ଉଭୟ ପାଇଲଟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସମୟରେ ଲେଫ୍ଟନାଣ୍ଟ କର୍ଣ୍ଣଲ ସୌରଭ ଯାଦବଙ୍କ ଦେହାନ୍ତ ହୋଇଛି ।

ଏହା ବି ପଢ଼ନ୍ତୁ: Ayurveda Tips: ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ, ନଚେତ୍ ଭୋଗିବାକୁ ପଡ଼ିବ ଗୁରୁତର ସମସ୍ୟା

ଏହା ବି ପଢ଼ନ୍ତୁ: Breast Cancer: କେବଳ ମହିଳା ନୁହେଁ ପୁରୁଷଙ୍କୁ ମଧ୍ୟ ହୋଇପାରେ ବ୍ରେଷ୍ଟ କ୍ୟାନସର! ଏହି ଲକ୍ଷଣଗୁଡ଼ିକୁ କରନ୍ତୁ ନାହିଁ ଅଣଦେଖା